ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ

ଜଗତ୍‌ସିଂହପୁର ଅଫିସ,୮ା୧୦: ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରେ ଗତ ୫ତାରିଖ ରାତିରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଗତ ୭ତାରିଖରେ ତାଙ୍କ ସ୍ତ୍ରୀ ରଶ୍ମିତା ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସେ ନୟାଗଡ଼ ଜିଲା ଚାନ୍ଦପୁର ଥାନା କାଞ୍ଚନପୁରର କୃଷ୍ଣଚନ୍ଦ୍ର ଚମ୍ପତିରାୟ ଓରଫ ସାଗର (୨୮) ବୋଲି ଜଣାପଡ଼ିଥିଲା। ସାଗର ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇ ରହିଛି। ତେବେ ସାଗରଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ମଧୁ ଦାୟୀ ବୋଲି ରଶ୍ମିତା ଅଭିଯୋଗ କରିଛନ୍ତି। ରଶ୍ମିତାଙ୍କ ଅଭିଯୋଗ କ୍ରମେ ବାଲିକୁଦା ପୋଲିସ ଏକ ମାମଲା (ନଂ.୨୦୦/୧୯) ରୁଜୁ କରି ତଦନ୍ତ ଜାରି ରଖିଛି। ଏଥି ସହିତ ପୋଲିସ ମଧୁଙ୍କୁ କଟକରୁ ଉଠାଇ ଆଣି ଜଗତ୍‌ସିଂହପୁର ଥାନାରେ ପଚରାଉଚୁରା କରିଛି। ମଧୁଙ୍କ ବାପା ଓ ସାନ ଭଉଣୀଙ୍କୁ ମଧ୍ୟ ପୋଲିସ ପଚରାଉଚୁରା ଜାରି ରଖିଥିବାବେଳେ ଖବର ଲେଖାହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନ ଥିବା ଜଣାପଡ଼ିଛି। ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି ଯେ, ଯେହେତୁ ମଧୁଙ୍କ ନାଁରେ ଅଭିଯୋଗ ହୋଇଛି; ତେଣୁ ପୋଲିସ ମଧୁ ଓ ତାଙ୍କ ପରିବାର ଲୋକଙ୍କୁ ପୃଥକ ଭାବେ ଡାକି ପଚରାଉଚୁରା କରି ଛାଡି ଦେଇଛି। ତଦନ୍ତରେ ହତ୍ୟା ସମ୍ପର୍କିତ ଅଧିକ କିଛି ତଥ୍ୟ ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ମଧୁଙ୍କ ସହ ସାଗରଙ୍କର ଫେସ୍‌ବୁକ୍‌ ଚାଟିଂରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରିକି ଉଭୟଙ୍କ ଫଟୋ ମଧ୍ୟ ପୋଲିସ ହାତକୁ ଆସିଛି। କିଛିଦିନ ପୂର୍ବରୁ ରଶ୍ମିତା ଏହା ଜାଣିବା ପରେ ମଧୁଙ୍କ ସହିତ ଏନେଇ ପାଟିତୁଣ୍ଡ ହୋଇଥିଲା। ତାଙ୍କ ସ୍ବାମୀଙ୍କୁ ଫୋନ ନ କରିବା ପାଇଁ ମଧୁଙ୍କୁ  ରଶ୍ମିତା ତାଗିଦ କରିଥିଲେ। ଗତ ୫ତାରିଖରେ ସାଗର ତାଙ୍କ କର୍ମକ୍ଷେତ୍ର ଅହମ୍ମଦାବାଦ ଯାଉଥିବା କହି ଘରୁ ବାହାରିଥିଲେ। କିନ୍ତୁ ଜଗତ୍‌ସିଂହପୁରରେ ପହଞ୍ଚତ୍ଥିଲେ। ଘରୁ ବାହାରିଲାବେଳେ ଅନ୍ୟମନସ୍କ ହୋଇ ନିଜ ମୋବାଇଲ ନେଇ ନ ଥିଲେ। କିନ୍ତୁ ବାହାରିବା ପୂର୍ବରୁ ମଧୁଙ୍କ ସହ ଫୋନରେ କଥା ହୋଇଥିଲେ। ମଧୁଙ୍କୁ ତାଙ୍କ ଗାଁରେ ସାକ୍ଷାତ କରିବାକୁ ଚାହୁଁଥିବା କହିଥିଲେ ସୁଦ୍ଧା ସେ  ରାଜି ହୋଇ ନ ଥିଲେ। ଯେହେତୁ ମଧୁ ବିବାହିତା ଓ କଟକରେ ସ୍ବାମୀଙ୍କ ପାଖରେ ରହୁଥିଲେ ତେଣୁ ଦଶହରାରେ କଟକ ଛାଡିହେବ ନାହିଁ ବୋଲି କହିଥିଲେ। ତେବେ ପ୍ରତି ଦଶହରାରେ ମଧୁ ଗାଁକୁ ଯାଉଥିବା ଜାଣି ସାଗର ସେଠାରେ ପହଞ୍ଚତ୍ଥିଲେ ବୋଲି ଅନ୍ୟ କେତେଜଣ ପ୍ରକାଶ କରିଛନ୍ତି। ସାଗର ଅହମ୍ମଦାବାଦରେ ଥିବା ଏକ ଲୁଗା କମ୍ପାନୀର ହିସାବ ରକ୍ଷକ ଭାବେ କାମ କରୁଥିଲେ। ଦରମା ପାଖାପାଖି ୨୫/୩୦ ହଜାର ଟଙ୍କା ପାଉଥିଲେ। ମଧୁଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗତ ନଭେମ୍ବରରୁ ଆରମ୍ଭ ହୋଇଥିଲା। ମଧୁ ଓ ରଶ୍ମିତାଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମଧୁ ଏକପ୍ରକାର ବୁଝିଯାଇଥିଲେ। ତେଣୁ ସେ ସାଗରଙ୍କଠାରୁ ଦୂରତ୍ୱ ରକ୍ଷା କରୁଥିଲେ। ହେଲେ ସାଗର ଏକପ୍ରକାର ପ୍ରେମ ପାଗଳ ଥିଲେ। ସେ କୁଆଡେ ମଝିରେ ମଝିରେ ଭିଡିଓ କଲ ସମୟରେ ହାତ କାଟି ନିଜର ପ୍ରେମ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଥିଲେ ବୋଲି ଚର୍ଚ୍ଚା ହେଉଛି। ମଧୁ ପାଖାପାଖି ୫ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ସେମାନଙ୍କର କୌଣସି ସନ୍ତାନ ନାହିଁ। କିନ୍ତୁ ସାଗରଙ୍କର ଏକ କନ୍ୟା ସନ୍ତାନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri