ବିଜ୍ଞାନକୁ ଛାଡ଼ିି ରହିବା ମୋ ପାଇଁ କଷ୍ଟଦାୟକ

ଚନ୍ଦ୍ର ଓ ମଙ୍ଗଳକୁ ଯାନ ପଠାଇ ଭାରତ ମହାକାଶ ବିଜ୍ଞାନରେ ଆଗୁଆ ରାଷ୍ଟ୍ରମାନଙ୍କର ସମକକ୍ଷ ହୋଇପାରିଛି। ବିଶ୍ୱରେ ଆଣିିଛି ଏକ ନୂଆ ପରିଚୟ। ଭାରତର ମହାକାଶ ବିଜ୍ଞାନର ବିକାଶ ଧାରାରେ ନିଜକୁ ସାମିଲ କରିଥିବା ବୈଜ୍ଞାନିକ କାର୍ତ୍ତିକ ସ୍ବାଇଁଙ୍କ ସହ ଅଳ୍ପ ଆଳାପ।

ଜଗତ୍‌ସିଂହପୁର ନାଉଗାଁ ବ୍ଲକ ନୟାସିଙ୍ଗଡ଼ ଗ୍ରାମରେ ୧୯୫୯ ମସିହାରେ ମୋର ଜନ୍ମ। ଅଙ୍ଗେଶ୍ୱରପଡା ଉଚ୍ଚ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢୁଥିବାବେଳେ ରୁଷିଆ ମହାକାଶକୁ ପ୍ରେରଣ କରିଥିବା ସ୍ଫୁଟିନ ମହାକାଶ ଯାନ ସମ୍ପର୍କରେ ଜାଣିବାକୁ ପାଇଥିଲି। ମାଇକେଲ ଫାରାଡେ ଜଣେ ବହି ବନ୍ଧାଳି ହୋଇ ଯଦି ବୈଜ୍ଞାନିକ ହୋଇପାରିଲେ ତେବେ ମୁଁ କାହିଁକି ହୋଇପାରିବିନି?- ଏ ଚିନ୍ତା ସେତେବେଳେ ମୋ ମନକୁ ମଧ୍ୟ ଆସିଥିଲା। ନିଜେ ଜଣେ ବୈଜ୍ଞାନିକ ହେବି ବୋଲି ଆଶା କରିଥିଲି, କିନ୍ତୁ ସ୍ବପ୍ନ ନ ଥିଲା।
କେଉଁ ଘଟଣା ବୈଜ୍ଞାନିକ ହେବାକୁ ପ୍ରେରଣା ଦେଇଥିଲା?
ରେଭେନ୍ସା କଲିଜିଏଟ୍‌ ସ୍କୁଲରୁ ଏକାଦଶ ପାସ ଓ ରେଭେନ୍ସା କଲେଜରୁ ଆଇଏସ୍‌ସି ଓ ବିଏସ୍‌ସି (ପଦାର୍ଥ ବିଜ୍ଞାନ ସମ୍ମାନ)ରେ ସ୍ନାତକ ଡିଗ୍ରୀ କରିବାପରେ ଦିଲ୍ଲୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରୁଥିବା ସମୟରେ ଆଇଏଏସ୍‌ ହେବାକୁ ଚାହିଁିଥିଲି। କିନ୍ତୁ ନିୟତିର ଗତି ଥିଲା ଭିନ୍ନ। ବୈଜ୍ଞାନିକ ହେବି- ପିଲାଦିନର ଏହି ଆଶା ପୁଣି ମୋ ମନକୁ ଆସିଥିଲା। ସେଠାରେ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟର୍ସରେ ନାମ ଲେଖାଇ ଇଲେକ୍ଟ୍ରୋନିକ୍ସ ଆଣ୍ଡ ୍‌କମ୍ୟୁନିକେଶନ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କଲି। ସେହି ସମୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ର ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ସେଥିରେ ନିଯୁକ୍ତି ଲାଗି ଆବେଦନ କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଇସ୍ରୋରେ ବୈଜ୍ଞାନିକ ସହାୟକ ଭାବେ ଯୋଗଦେଇଥିଲି। ସେଠାରେ ଶିକ୍ଷା ଓ ପ୍ରଶିକ୍ଷଣ ଲାଭ କରି ବୈଜ୍ଞାନିକ ପଦବୀରେ ଅବସ୍ଥାପିତ ହୋଇଥିଲି।
ଚାକିରିର ପ୍ରଥମ ଓ ଶେଷଦିନ କେମିତି ଥିଲା?
ଇସ୍ରୋରେ ଯୋଗଦେବା ପରେ ପ୍ରଥମ ଦିନର ଅନୁଭୂତି ଭଲ ନ ଥିଲା। ମୋ ପାଖରେ କିଏ ବୈଜ୍ଞାନିକ ଓ କିଏ ଇଞ୍ଜିନିୟର ତାହା ମୁଁ ଜାଣିପାରି ନ ଥିଲି। ପ୍ରଥମେ ପ୍ରଥମେ ଜେରକ୍ସ କରିବା ମୋର କାମଥିଲା। ମୁଁ ଭାବିଲି ଏହା କ’ଣ ମୋ କାମ? ଏ ପ୍ରକାର ଭାବନା କିଛି ଦିନ ପରେ ଦୂର ହୋଇଯାଇଥିଲା। ଧୀରେଧୀରେ ମୁଁ ପ୍ରଶିକ୍ଷଣ ପାଇ ଗବେଷଣା ଆରମ୍ଭ କଲି। ଯେଉଁଦିନ ଚାକିରିରୁ ଅବସର ନେଲି ସେଦିନ ବି ମୋ ମନ ଦୁଃଖ ନ ଥିଲା। ଦେଶ ପାଇଁ ମହାକାଶ ଗବେଷଣାରେ ଦୀର୍ଘ ବର୍ଷ କାମ କରିଥିବାରୁ ମଁୁ ଗର୍ବ ଅନୁଭବ କରୁଥିଲି।
ମହାକାଶ ବିଜ୍ଞାନରେ ଭାରତର ଯୋଗଦାନ କେମିତି ରହିଛି?
ଭାରତରେ ମହାକାଶ ବିଜ୍ଞାନର ଯୁଗ ଆରମ୍ଭ ହୋଇଛି ୧୯୬୩ ମସିହାରୁ। ଭାରତର ମହାକାଶ ବିଜ୍ଞାନର ଜନକ ଡ.ବିକ୍ରମ ସରାଭାଇ ଓ ଡ.ହୋମି ଭାବା, ଡ.ସତୀଶ ଧାଓ୍ବନ ଓ ଡ. ଏପିଜେ ଅବଦୁଲ କଲାମଙ୍କ ନେତୃତ୍ୱ ଯୋଗୁ ଭାରତୀୟ ମାହକାଶ ବିଜ୍ଞାନ ବହୁ ଆଗକୁ ଯାଇପାରିଛି। ପିଏସ୍‌ଏଲ୍‌ଭି, ଜିଏସ୍‌ଏଲ୍‌ଭି ଆଦି ଉପଗ୍ରହ ମହାକାଶକୁ ପ୍ରେରଣ କରିବାରେ ଆମକୁ ସଫଳତା ମିଳିଛି। ଚନ୍ଦ୍ରୟାନ-୧ ଓ ଚନ୍ଦ୍ରୟାନ-୨ ଆମ ନିଜସ୍ବ ଜ୍ଞାନକୌଶଳ ବିକାଶର ପରିମାପକ। ଚନ୍ଦ୍ରୟାନ-୨ ଏକ ଗୌରବମୟ ଇତିହାସ ସୃଷ୍ଟିକରିବ। ମଙ୍ଗଳୟାନକୁ ପ୍ରଥମ ପ୍ରୟାସରେ ମଙ୍ଗଳ କକ୍ଷରେ ଅବସ୍ଥାପିତ କରି ଭାରତ ତା’ର ମହାକାଶ ବିଜ୍ଞାନର ଦକ୍ଷତା ପ୍ରତିପାଦିତ କରିଛି।
ଚନ୍ଦ୍ରୟାନରୁ ମଙ୍ଗଳୟାନରେ କେଉଁ ଭୂମିକା ନିଭାଇଛନ୍ତି?
ଚନ୍ଦ୍ରୟାନ-୧ରେ ସକ୍ରିୟ ଭାବେ କାମ କରିିଥିଲି। ଆରଏଚ୍‌ କମ୍ୟୁନିକେଶନ, ଆଣ୍ଟିନା, ରିସିଭର, ଟ୍ରାନ୍ସମିଟର ପ୍ରସ୍ତୁତିରେ ମୁଁ କାର୍ଯ୍ୟ କରିଥିଲି। ମୁନ୍‌ ଇମ୍ପାକ୍ଟ ପ୍ରୋବ(ଏମ ଆଇ ପି)ର ବିଭିନ୍ନ ଆଣ୍ଟେନା ପରୀକ୍ଷା କରି ସାର୍ଟିଫିକେଟ ଦେଇଥିଲି। ଏମ୍‌ଆଇପିି ଯେଉଁଦିନ ଚନ୍ଦ୍ରପୃଷ୍ଠରେ ପଡିଥିଲା ସେହିଦିନ ମୋ ଖୁସିର ସୀମା ନଥିଲା। ଭାବିଥିଲି ସତରେ ଯେମିତି ମୁଁ ଚନ୍ଦ୍ରକୁ ଛୁଇଁ ଦେଇଛି। ମଙ୍ଗଳୟାନ ପ୍ରୋଜେକ୍ଟରେ ମୁଖ୍ୟ ଟିିମ୍‌ରେ ନ ଥିଲେ ବି ଅନ୍ୟ ବୈଜ୍ଞାନିକମାନଙ୍କ ସହ ଟିମ୍‌ ଓ୍ବର୍କରେ ମୋର କିଛି ଭୂମିକା ରହିଥିଲା।
ଗବେଷଣା ପାଇଁ କେତେ ସମୟ ଦେଉଥିଲେ?
ଗବେଷଣା ସହ ପ୍ରୋଜେକ୍ଟ ଦୁଇଟା ଏକାବେଳକେ କରିବାକୁ ପଡୁଥିଲା। ପ୍ରୋଜେକ୍ଟ ପାଇଁ କେତେ ସମୟ ଓ ଗବେଷଣାରେ କେତେ ସମୟ ଦିଏ ସେମିତି ଗୋଟିଏ ଦିନରେ କିଛି ନିର୍ଦ୍ଦିଷ୍ଠତା ନ ଥାଏ। ମହାକାଶ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ ପାଇଁ ଇସ୍ରୋରୁ ମୁଁ ଏକ୍ସ୍‌ଲେଣ୍ଟ ସର୍ଭିସ ଆଓ୍ବାର୍ଡ ପାଇଛି।
ଅବସର ପରେ କ’ଣ ଯୋଜନା ରଖିଛନ୍ତି?
ଚାକିରିରୁ ଅବସର ନେବା ୧ ମାସରୁ ବେଶି ହୋଇଗଲାଣିି। ଜଣେ ବୈଜ୍ଞାନିକ ସବୁବେଳେ ବୈଜ୍ଞାନିକ। ଚାକିରି ଓ ଅବସର ଜୀବନରେ ବି। ବିଜ୍ଞାନକୁ ଛାଡି ରହିବା ମୋ ପାଇଁ କଷ୍ଟଦାୟକ। ଯଦି ଓଡ଼ିଆ ମାଧ୍ୟମ ସ୍କୁଲରୁ ମୋତେ ଅନୁରୋଧ କରାଯାଏ ତେବେ ପିଲାମାନଙ୍କ ପାଖରେ ମହାକାଶ ବିଜ୍ଞାନ ସମ୍ବନ୍ଧରେ ଅନେକ ତଥ୍ୟ ଉପସ୍ଥାପନ କରିବି। ଓଡ଼ିଶାରେ ଅନ୍ତରୀକ୍ଷ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଯାଜନା ରଖିଛି।
ଲେଖାଲେଖି କରିବା ପାଇଁ ସମୟ କେମିତି ପାଆନ୍ତି?
ବୈଜ୍ଞାନିକ ଜୀବନର ବ୍ୟସ୍ତତା ଭିତରେ ମୁଁ ଲେଖିତ୍ବାକୁ ଭଲ ପାଏ। ମୋର ୧୭ଟି ଗଳ୍ପ ଓ ୫ଟି କବିତା ସଂକଳନ ରହିଛି। ଦୁଇଟି ଉପନ୍ୟାସ ମଧ୍ୟ ଲେଖିଛି। ପିଲାମାନଙ୍କ ପାଇଁ ବିଭିନ୍ନ ବିଜ୍ଞାନଭିତ୍ତିକ ବହି ଲେଖିଛି। ମହାକାଶ ବିଜ୍ଞାନ ସମ୍ବନ୍ଧିତ ବହୁ ଇଂରାଜୀ ବହି ପିଲାମାନଙ୍କ ପାଇଁ ଓଡ଼ିଆରେ ଅନୁବାଦ କରିଛି। କଥାକଳିକାର ସାହିତ୍ୟ ସମ୍ମାନ ଓ ନାଗରା ସମ୍ମାନ ମୋତେ ପ୍ରଦାନ କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଲେଖା ଲାଗି ଭୁବନେଶ୍ୱର ପୁସ୍ତକମେଳାରେ ମୋତେ ସମ୍ମାନିତ କରାଯାଇଛି।
ମହାକାଶ ବିଜ୍ଞାନରେ ଓଡ଼ିଶାର ଭୂମିକା କ’ଣ ରହିଛି?
୧୯୮୫ ମସିହାରେ ମୁଁ ଯେତେବେଳେ ଇସ୍ରୋରେ ଯୋଗ ଦେଇଥିଲି ସେତେବେଳେ ସେଠାରେ ପାଖାପାଖି ୩୦ ଜଣ ଓଡ଼ିଆ ଥିଲେ। ଏବେ ଇସ୍ରୋର ବିଭିନ୍ନ କେନ୍ଦ୍ରରେ ଅନେକ ଓଡ଼ିଆ କାର୍ଯ୍ୟରତ। ରିମୋଟ ସେନ୍‌ସିଂ ସାଟେଲାଇଟ ୍‌ ଡାଟାକୁ ବ୍ୟବହାର କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ଚନ୍ଦ୍ରୟାନ ଓ ମଙ୍ଗଳୟାନ ପାଇଁ ସିଟିଟିସି(ଭୁବନେଶ୍ୱର)ରୁ ମଧ୍ୟ କିଛି ପାର୍ଟସ ନିର୍ମାଣ ହୋଇ ସେଥିରେ ଲାଗିଛି। ଆଗକୁ ମହାକାଶ ବିଜ୍ଞାନର ବିକାଶରେ ଓଡ଼ିଶାର ଯୋଗଦାନ ବଢ଼ିବ।
ସ୍ମରଣୀୟ ଦିନ?
୨୦୦୮ରେ ଯେଉଁଦିନ ଚନ୍ଦ୍ରୟାନ-୧ ମୁନ୍‌ ଇମ୍ପାକ୍ଟ ପ୍ରୋବ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ସେହିଦିନଟି ମୋ ପାଇଁ ସବୁଠାରୁ ସ୍ମରଣୀୟ। ବୈଜ୍ଞାନିକ ସହାୟକରୁ ବୈଜ୍ଞାନିକ ହେବା ଦିନଟି ମୋ ପାଇଁ ମଧ୍ୟ ସ୍ମରଣୀୟ ହୋଇ ରହିବ।
ଡ. ଏପିଜେ ଅବଦୁଲ କଲାମଙ୍କ ସହ ସାକ୍ଷାତ କେମିତି ଥିଲା?
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା କ୍ଷେପଣାସ୍ତ୍ର ଜନକ ଡ.ଏପିଜେ ଅବଦୁଲ କଲାମଙ୍କ ସହ ଅତି ନିକଟରୁ ୨ଥର ସାକ୍ଷାତ ହୋଇଥିଲା। ୧୯୯୦ରେ ମୁଁ ଇସ୍ରୋ ତରଫରୁ ମହାକାଶ ବିଜ୍ଞାନର ଏକ ପ୍ରଦର୍ଶନୀକୁ ଯାଇଥିଲି। ଡ. କଲାମ ମଧ୍ୟ ସେଠାକୁ ଆସିଥିଲେ। ମୋ କାନ୍ଧରେ ହାତ ରଖି ମୋତେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଥିଲେ। ତା ’ପରେ ଇସ୍ରୋକୁ ବହୁଥର ଆସିଛନ୍ତି ଓ ମୋର ବି ଦେଖା ହୋଇଛନ୍ତି , କିନ୍ତୁ ତାଙ୍କ ସହ ପ୍ରଥମ ସାକ୍ଷାତ ଅଭୁଲା ହୋଇରହିବ।
-ଶିବ ପ୍ରସାଦ ପୁହାଣ


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri