ବିକ୍ରମ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ପଠାଇବ ନାସା

ନୂଆଦିଲ୍ଲୀ/ନ୍ୟୁୟର୍କ,୧୩-୯ :ଚନ୍ଦ୍ରୟାନ-୨କୁ ନେଇ ଇସ୍ରୋ ପକ୍ଷରୁ ଅହରହ ପ୍ରୟାସ ଜାରି ରହିଥିବାବେଳେ ଯୋଗଯୋଗ ଲାଗି ପ୍ରସ୍ତୁତି ଚାଲିଛି। ସମୟ ସରିଆସୁଥିବାବେଳେ ନାସା ଏଥିଲାଗି ସହଯୋଗର ହାତ ବଢ଼ାଇଛି। ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିବା ପୂର୍ବ ଓ ପରର ସ୍ଥିତି ଅନୁଧ୍ୟାନ କରିବା ଲାଗି ସେଠାକାର ଫଟୋ ନାସା ଶେୟାର କରିବ ବୋଲି କହିଛି। ଏହା ଇସ୍ରୋ ଲାଗି ଅନୁଧ୍ୟାନ କରିବାକୁ ସହଜ ହେବ ବୋଲି ନାସାର ମୁଖପାତ୍ର ପ୍ରକାଶ କରିଛନ୍ତି। ଏପର୍ଯ୍ୟନ୍ତ ଇସ୍ରୋ ପକ୍ଷରୁ ବିକ୍ରମର କୌଣସି ଫଟୋଚିତ୍ର ଜାରି କରାଯାଇନାହିଁ। ଚନ୍ଦ୍ରୟାନ-୨ର ନିଜସ୍ବ ଅର୍ବିଟର ଥିଲେ ସୁଦ୍ଧା ନାସାର ଚନ୍ଦ୍ର ସର୍ବେକ୍ଷଣ ଅର୍ବିଟର ସେଠାରେ ଘୂର୍ଣ୍ଣନ କରୁଥିବାରୁ ଫଟୋ ପଠାଇପାରିବ ବୋଲି କୁହାଯାଇଛି। ପ୍ରକାଶଥାଉ କି, ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କି.ମି. ଦୂରରେ ବିକ୍ରମ ଲ୍ୟାଣ୍ଡର ସହ ଯୋଗlଯୋଗ ସମ୍ପର୍କ ଛିନ୍ନ ହୋଇଯିବାଫଳରେ ଇସ୍ରୋକୁ ଜୋର୍‌ଦାର ଝଟକା ଲାଗିଥିଲା। ତେବେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ଚନ୍ଦ୍ରପୃଷ୍ଠରେ ବିକ୍ରମକୁ ଅକ୍ଷତ ଅବସ୍ଥାରେ ଠାବ କରାଯାଇଛି ବୋଲି କହିବା ପରେ ଆଶା ପୁଣି ଉଜ୍ଜିବିତ ହୋଇଛି। ନାସା ସହଯୋଗ କ୍ରମେ ଇସ୍ରୋ ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ପୂର୍ବ ଓ ପରର ଫଟୋ ପାଇବା ପରେ ଏହାରକୁ ଅନୁଧ୍ୟାନ କରି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବ। ସମୟ ସରିଆସୁଥିବାରୁ ବିକ୍ରମ ସହ ଯୋଗାଯୋଗ ଲାଗି ପ୍ରୟାସ ଜାରି ରହଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri