ଜୟପୁର,୧୪ା୮(ନି.ପ୍ର./ଡି.ଏନ୍.ଏ.): ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍ରୁ ମଙ୍ଗଳବାର ଇନସାସ୍ ରାଇଫଲର ୬୦ ରାଉଣ୍ଡ ଗୁଳି (୩ଟି ମାଗାଜିନ) ଏବଂ ଗୋଟିଏ ୟୁନିଫର୍ମ ବେଲ୍ଟ ଉଦ୍ଧାର କରିଛି କୋରାପୁଟ ଜିଲା ଜୟପୁର ଆରପିଏଫ୍। ବିଏସ୍ଏଫ୍ର ଜଣେ ଏଏସ୍ଆଇ ଏହି ଟ୍ରେନ୍ରେ ଯିବାବେଳେ ନିଜ ସିଟ୍ରେ ଉପରୋକ୍ତ ସାମଗ୍ରୀ ଛାଡ଼ିଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ୫ଟା ସମୟରେ ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍ରେ ବିଏସ୍ଏଫ୍ର କେତେ ଜଣ ଯବାନ କୋରାପୁଟ ଆସିଥିଲେ। ଭୋରବେଳେ ସେମାନେ କୋରାପୁଟରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଏଏସ୍ଆଇ ବଚନ ପାଣ୍ଡେ ଶୋଇଥିବା ବର୍ଥରେ ନିଜ ୟୁନିଫର୍ମ ବେଲ୍ଟ ଓ ଏହାର ମୁଣାରେ ଥିବା ଇନସାସ୍ ରାଇଫଲର ୩ଟି ମାଗାଜିନ୍ ଛାଡ଼ିଦେଇଥିଲେ। ସେଥିରେ ୬୦ ରାଉଣ୍ଡ ଜୀବନ୍ତ ଗୁଳି ରହିଥିଲା। ପାଣ୍ଡେ ଏହା ଜାଣିବା ପରେ ତୁରନ୍ତ କୋରାପୁଟ ଆରପିଏଫ୍ ଥାନାକୁ ଜଣାଇଥିଲେ। ସେଠାରୁ ଜୟପୁର ଥାନା ଓ ଟ୍ରେନରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଆରପିଏଫ୍ କନଷ୍ଟେବଳ ପ୍ରଦୀପ କୁମାରଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ଟ୍ରେନ୍ର ସୁରକ୍ଷାକର୍ମୀ ତୁରନ୍ତ ଉକ୍ତ ବଗିରେ ପହଞ୍ଚତ୍ ବର୍ଥରୁ ଯବାନ ଛାଡ଼ିଥିବା ସାମଗ୍ରୀ ଉଦ୍ଧାର କରିଥିଲେ।
ବିଏସ୍ଏଫ୍ ଏଏସ୍ଆଇଙ୍କ ଦାୟିତ୍ୱହୀନତା : ଟ୍ରେନ୍ରେ ଛାଡ଼ିଦେଲେ ୬୦ ରାଉଣ୍ଡ ଗୁଳି
Posted inଆମ ଜିଲା ଖବର, କୋରାପୁଟ, ରାଜ୍ୟ View All
ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…
ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…
ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍
ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍ ଲୁଟ୍ ହୋଇଥିବାବେଳେ…
ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ
ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…
ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…
ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ
ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…
କୋରାପୁଟରେ ରଜ ମହୋତ୍ସବ
କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…
ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ
ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…
Archives

