ବାହାରୁ ଆସିଥିବା ଲୋକଙ୍କୁ ନେଇ ଭୟ

ଅନୁଗୋଳ ଅଫିସ୍‌, ୨୧।୩

କରୋନାକୁ ନେଇ କଟକଣା ବଢ଼ୁଥିବା ବେଳେ ସହରଠାରୁ ଗଁା ଯାଏ ସବୁଠି ଏବେ ଲୋକେ ଆଶଙ୍କା ମଧ୍ୟରେ ଅଛନ୍ତି। ଏପରି କି ସଂକ୍ରମଣର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଜଣେ ଅନ୍ୟ ଜଣଙ୍କୁ ସନ୍ଦିଗ୍ଧ ବୋଲି ମନେ କରୁଛି। ଏପରି ସ୍ଥିତିରେ ଦେଶ ଓ ରାଜ୍ୟ ବାହାରୁ ଗଁାକୁ ଫେରୁଥିବା ଲୋକଙ୍କୁ ନେଇ ଅନେକ ଅଞ୍ଚଳରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଥିବା ନଜରକୁ ଆସୁଛି। ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ପ୍ରକ୍ରିୟା ସବୁଠି ଆରମ୍ଭ ହୋଇଛି। ଓ୍ବାର୍ଡସ୍ତରରୁ ଆରମ୍ଭ କରି ପଞ୍ଚାୟତ ସମିତି ଓ ଜିଲା ପରିଷଦର ବୈଠକ ବସୁଥିବା ବେଳେ ଏଥିରେ ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି। ଏପରି କି ପଞ୍ଚାୟତରେ କ୍ବାରାଣ୍ଟାଇନ୍‌ ହୋମ୍‌ ଖୋଲାଯାଉଛି। କିନ୍ତୁ ସଚେତନତା ଉପରେ ଭୟ ଭାରି ପଡ଼ୁଥିବାରୁ ଦେଶ ଓ ରାଜ୍ୟ ବାହାର ଫେରନ୍ତାଙ୍କୁ ନେଇ ଅନେକ ସ୍ଥାନରେ ବିରୋଧାଭାସ ଦେଖିବାକୁ ମିଳୁଛି। ତେବେ କେହି ଏପରି କାର୍ଯ୍ୟ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଦେଶ ଓ ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ବିରୋଧ କରାଯିବାର ଉଦାହରଣ ଅନୁଗୋଳ ଜିଲାରେ ଅଭାବ ନାହିଁ। ଗତ ୧୬ ତାରିଖରେ ହେମସୁରପଡ଼ାରେ ଭଡ଼ାରେ ରହୁଥିବା ମା’ ବାପାଙ୍କ ନିକଟକୁ ତାଙ୍କ ବିବାହିତା ଝିଅ ଦିଲ୍ଲୀରୁ ଆସିଥିଲେ। ସେ ଗର୍ଭବତୀ ଥିଲେ। କିନ୍ତୁ କାୟା ମେଲାଉଥିବା କରୋନା ଯୋଗୁ ତାଙ୍କୁ ଘର ମାଲିକଙ୍କ ବିରୋଧାଭାସର ଶିକାର ହେବାକୁ ପଡ଼ିଥିଲା। ଝିଅକୁ ବାପଘରେ ଆଶ୍ରୟ ମିଳିବ ନାହିଁ ବୋଲି ଭଡ଼ା ଦେଇଥିବା ଘର ମାଲିକ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏପରି କି ଝିଅଙ୍କୁ ମେଡିକାଲରେ ଦେଖାଇ ଡାକ୍ତରୀ ପ୍ରମାଣପତ୍ର ଆଣି ଘର ମାଲିକଙ୍କୁ ଦେଖାଇବା ପରେ ବି କୌଣସି ସୁଫଳ ମିଳି ନ ଥିଲା। କିଛି ଉପାୟ ନ ମିଳିବାରୁ ଦିଲ୍ଲୀରୁ ଫେରିଥିବା ଝିଅ ଗତ ୧୮ ତାରିଖରେ ପୁଣି ଦିଲ୍ଲୀ ପଳାଇବାକୁ ବାଧ୍ୟ ହୋଇଥିଲେ। ସେହିପରି ଚେନ୍ନାଇରୁ ଫେରିଥିବା ଜଣେ ଯୁବକଙ୍କୁ ନେଇ କେତେଜଣ ହୋହାଲ୍ଲା କରିବାରୁ ସେ ଘରୁ ଅନ୍ୟତ୍ର ଚାଲିଯାଇଥିବା ସୂଚନା ମିଳିଛି। କେବଳ ଅନୁଗୋଳ ଉପକଣ୍ଠ ନୁହେଁ, ଗତ ଗୁରୁବାର ଆଠମଲ୍ଲିକ ଅଞ୍ଚଳର ଜଣେ ଯୁବକ ମୁମ୍ବାଇରୁ ଫେରିଥିଲେ ମଧ୍ୟ ତାଙ୍କୁ ଗାଁରେ ପୂରାଇ ଦିଆଯାଇ ନ ଥିଲା। ସେ ମେଡିକାଲ ଆସି ଡାକ୍ତରଙ୍କ ପରାମର୍ଶ ନେବା ପରେ ଗାଁରେ ବୈଠକ ବସିଥିଲା। ଏହାପରେ ତାଙ୍କୁ ଗଁାରେ ରହିବାକୁ ଅନୁମତି ଦିଆଯାଇଥିଲା। ଏପରି ଘଟଣା ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, କାହାକୁ ଘରୁ ବାହାର ନ କରିବାକୁ ସରକାରୀ ନିୟମ ରହିଛି। ଯେଉଁ ବ୍ୟକ୍ତିମାନେ ଘରୁ ବାହାରିବା ପାଇଁ ଲୋକଙ୍କୁ ବାଧ୍ୟ କରିବେ ସେମାନଙ୍କୁ ପୋଲିସ ଗିରଫ କରିପାରିବ। ଯେଉଁମାନେ ବାହାର ରାଜ୍ୟ ଓ ଦେଶରୁ ଆସୁଛନ୍ତି ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଏ ନେଇ ଲୋକେ ସତର୍କ ଓ ସଚେତନ ହେଲେ ଭଲ ହେବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri