ବାବୁଲି ଗୁଳିକାଣ୍ଡ ଘଟଣା: ୪ ଗିରଫ, ଟିଟୋ ଏବଂ ବାବୁ ସାହୁ ଗ୍ୟାଙ୍ଗର ରହିଛି ହାତ

କେନ୍ଦ୍ରାପଡା ଅଫିସ, ୧୭ା୭- ଧର୍ମରକ୍ଷା ସେନାର କେନ୍ଦ୍ରାପଡା ଜିଲା ଆବହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କ ଉପରେ ଗତ ୧୩ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ଜିଲା ପୋଲିସ ୪ ଜଣଙ୍କୁ ସୋମବାର ଗିରଫ କରିଛି। ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଓ ବାବୁ ଓରଫ ଭବାନୀଶଙ୍କର ସାହୁଙ୍କର ଏହି ଗୁଳିମାଡ଼ରେ ହାତ ରହିଛି । ମୁଖ୍ୟ ଅଭିଯୁକ୍ତ ସେକ୍‌ ମହତାବ ଓ ସେକ୍‌ କୁଦରତ ଧରା ପଡି ନ ଥିବା ବେଳେ କୌଣସି ମାରଣାସ୍ତ୍ର ଜବତ ହୋଇପାରିନାହିଁ। ଗିରଫ ହୋଇଥିବା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ଆଲୋକ କୁମାର ମଲ୍ଲିକ (୨୨), ଚାରିଗଁାର କାଳିଆ ଓରଫ ତ୍ରିଲୋଚନ ମଲ୍ଲିକ (୨୧), ଟାଉନ ଥାନା ଅନ୍ତର୍ଗତ ବଡହାଟ କୁରେସୀ ମହଲାର ସେକ୍‌ ସାକିର (୨୮) ଓ ସଦର ଥାନା ଅନ୍ତର୍ଗତ ନେମ୍ବରା ଗ୍ରାମର ଶଙ୍କର ସେଠୀ (୨୯)ଙ୍କ ନିକଟରୁ ୪ଟି ମୋବାଇଲ, ଗୋଟିଏ ଗ୍ଲାମର ମୋଟର ସାଇକେଲ ଓ ଗୋଟିଏ ଏଫ୍‌ଜେଡ୍‌ ମୋଟର ସାଇକେଲ ଜବତ ହୋଇଛି । ଏହି ୪ ଜଣଙ୍କୁ ସଦର ଥାନା କେସ ନଂ (୧୮୯/ ୧୯)ର ଧାରା ୩୪୧, ୩୦୭, ୧୨୦ (ଖ), ୩୪ ଓ ଆର୍ମସ ଆକ୍ଟର ୨୫ ଓ ୨୭ରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଜଡିତ ଟାଉନ ଥାନା ଅଧୀନ ଜଇପୁରା ଗ୍ରାମର ସେକ୍‌ ମହତାବ (୨୩), ସେକ୍‌ କୁଦରତ, ସେକ୍‌ ସନି, ତାଜ, ଜାନ ଓରଫ ସେକ୍‌ ସର୍ଫରାଜ (୨୫), ପଟ୍ଟାମୁଣ୍ଡାଇ ଥାନା ଜରିଆ ଗ୍ରାମର ଟୁକୁନା ଓରଫ ମିର୍ଜା ଗାଲିବ ବେଗ (୨୫) ଓ ଜାଜପୁର ଜିଲା ବରି ଥାନା ସେରପୁର ଗ୍ରାମର ରାଜା ମଲ୍ଲିକ (୨୨) ଫେରାର ଅଛନ୍ତି । ବାବୁଲିଙ୍କୁ ଜୀବନରୁ ମାରି ଦେବା ପାଇଁ ଗ୍ୟାଙ୍ଗଷ୍ଟର ଟିଟୋ ଓ ବାବୁ ସାହୁ ଏହି ଯୋଜନା କରିଥିଲେ ବୋଲି ଏସପି ନୀତିଶେଖର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ବାବୁଲିଙ୍କୁ ଜୀବନରୁ ମାରିଦେବା ପାଇଁ ମୋଟ ୫ ଲକ୍ଷ ଟଙ୍କା ମୂଲଚାଲ ହୋଇଥିବା ବେଳେ ସେକ୍‌ ସାକିର ଓ ସେକ୍‌ ସର୍ଫରାଜଙ୍କୁ ୧ ଲକ୍ଷ ଟଙ୍କା ଓ ୩ଟି ପିସ୍ତଲ ଯୋଗାଇ ଦିଆଯାଇଥିଲା । ଗିରଫ ହୋଇଥିବା ଆଲୋକଙ୍କ ନାମରେ ଜିଲାର ଟାଉନ ଥାନା, ସଦର ଥାନା, ପଟ୍ଟାମୁଣ୍ଡାଇ ଥାନା, ବାଲୋଶ୍ୱର ଜିଲାର ସିମୁଳିଆ ଥାନା, ଜାଯପୁର ଜିଲାର ବରି ରାମଚନ୍ଦ୍ରପୁର ଥାନାରେ ଏହା ପୂର୍ବରୁ ମାମଲା ଅଛି। ସେହିପରି ଶଙ୍କରଙ୍କ ନାମରେ କେନ୍ଦ୍ରପଡା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଓ କାଳିଆଙ୍କ ନାମରେ ବରୀ ରାମଚନ୍ଦ୍ରପୁର ଥାନାରେ ମାମଲା ଅଛ। ପୂର୍ବ ମାମଲାରେ ଦାଦାବଟି ଆଦାୟ, ଲୁଟ ଆଦି ମାମଲା ଦରଜ ହୋଇଛି। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ ଓ ବାବୁ ସାହୁଙ୍କୁ ଜିଲା ପୋଲିସରେ ରିମାଣ୍ଡରେ ନିଆଯିବ। ଏଥିସହିତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଘଟଣାର ଅଧିକ ଛାନଭିନ ଚାଲିଛି ବୋଲି ଏସ୍‌ପି ନୀତିଶେଖର ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୋଲିସର ଏହି ତଦନ୍ତରେ ସତ୍ୟତା ନ ଥିବା ନେଇ ଆଲୋଚନା ହେଉଛି। ଗ୍ୟାଙ୍ଗଷ୍ଟର ଟିଟୋ ସହିତ ବାବୁ ସାହୁଙ୍କୁ ଯୋଡିବା, ଅପରାଧୀ ଭାବେ ଚିହ୍ନଟ ହୋଇଥିବା କେତେକ ଯୁବକ ଅପରାଧ ଦୁନିଆ ସହ ଜଡ଼ିତ ନ ଥିବା ସହରରେ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri