ବାତ୍ୟା ବିପନ୍ନଙ୍କୁ ଭେଟିଲେ ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ

ପୁରୀ ଅଫିସ, ୨୩ା୭: ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଓ ଦୂତାବାସ ଅଧିକାରୀ ଏବଂ ସିଡ୍‌ସ (ସଷ୍ଟେନେବଲ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ ଇକୋଲୋଜିକାଲ ଡେଭଲପ୍‌ମେଣ୍ଟ ସୋସାଇଟି)ର ସଦସ୍ୟ ମଙ୍ଗଳବାର ପୁରୀର ବାତ୍ୟା କ୍ଷତିଗ୍ରସ୍ତ ପେଣ୍ଠକଟା ବସ୍ତି ଏବଂ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସହାୟତା ପ୍ରଦାନ ପାଇଁ ସୁଇଜରଲ୍ୟାଣ୍ଡ ସହଯୋଗରେ ହୋଇଥିବା ରିଲିଫ୍‌ କାର୍ଯ୍ୟକୁ ଅଧିକାରୀମାନେ ତଦାରଖ କରିବା ସହ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ରିଲିଫ୍‌ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସିଡ୍‌ସ ପକ୍ଷରୁ ଗୋଷ୍ଠୀ ହ୍ୟାଣ୍ଡପମ୍ପ ମରାମତି, ଜଳ ଉତ୍ସ ଓ ବିଭିନ୍ନ ଅଞ୍ଚଳରେ କ୍ଲୋରିନକରଣ କରାଯାଇଛି। ଏଥିସହିତ ପୁରୀ ପୌରସଂସ୍ଥା ଓ ସଦର ବ୍ଲକର ବହୁ ପରିବାରକୁ ଶୌଚାଳୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ସାନିଟାରୀ ପ୍ୟାଡ୍‌, ମଶା ପ୍ରତିରୋଧକ ପ୍ରଭୃତି ସାମଗ୍ରୀ ବଣ୍ଟାଯାଇଛି। ସ୍ବିସ୍‌ ଏଜେନ୍ସି ଫର୍‌ ଡେଭଲପ୍‌ମେଣ୍ଟ ଆଣ୍ଡ କୋଅପରେଶନ (ଏସ୍‌ଡିସି) ସମର୍ଥିତ ସିଡ୍‌ସ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧୪ ହଜାର ଲୋକଙ୍କ ପାଖରେ ପହଞ୍ଚପାରିଛି।

ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଡ. ନିକ୍‌ଲସ୍‌ ଏସ୍‌. ଗୁଗୁର କହିଛନ୍ତି, ବିପର୍ଯ୍ୟୟରେ ଯେଉଁମାନେ ସବୁକିଛି ହରାଇଥାନ୍ତି ଏବଂ ନିଜ ଗୋଡ଼ରେ ଠିଆ ହେବାର ସମ୍ବଳ ନାହିଁ ସେମାନଙ୍କୁ ଆବଶ୍ୟକ ରିଲିଫ୍‌ ଯୋଗାଇଦେବାକୁ ଏହି ଅଭିଯାନ ହେଉଛି ଶ୍ରେଷ୍ଠ ଉପାୟ। ସେହିପରି ଭାରତ ଓ ଭୂଟାନରେ ଅବସ୍ଥାପିତ ସୁଇଜରଲ୍ୟାଣ୍ଡର ରାଷ୍ଟ୍ରଦୂତ ଡ. ଆଣ୍ଡ୍ରିଆସ୍‌ ବଉମ୍‌ କହିଛନ୍ତି, ସଙ୍କଟ ଓ ସଂଘର୍ଷ ସମୟ ପରେ ମାନବିକ କଲ୍ୟାଣ କାର୍ଯ୍ୟ ଜରିଆରେ ସୁଇଜରଲ୍ୟାଣ୍ଡ ପକ୍ଷରୁ ବିଶ୍ୱର ବିିଭିନ୍ନ ସରକାରଙ୍କୁ ସହାୟତା ଦିଆଯାଉଛି। ସିଡ୍‌ସ ସହଯୋଗରେ ବାତ୍ୟା ଫନୀ ଦ୍ୱାରା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି ଅବସରରେ ସିଡ୍‌ସର ଡ. ଅଂଶୁ ଶର୍ମା କହିଥିଲେ, ବାତ୍ୟା ଯୋଗୁ ବହୁ ଲୋକ ବାସହରା ହୋଇପଡ଼ିିଥିଲେ। ଏଭଳି ପରିସ୍ଥିତିରେ ଏସ୍‌ଡିସିର ସହଯୋଗ ବେଶ୍‌ ପ୍ରଶଂସନୀୟ ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri