ବାତ୍ୟା ତିତ୍‌ଲି ଯିବାର ୧୦ ମାସ : କ୍ଷତିଗ୍ରସ୍ତ ଚାଷୀ ପାଇଲେନି ବୀମା ରାଶି

ଖୋର୍ଦ୍ଧା ଅଫିସ,୨୩ା୮:ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ କୌଣସି କାରଣରୁ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀ କରିଥିଲେ। ହେଲେ ତିତ୍‌ଲି ବାତ୍ୟା ଯିବାର ୧୦ ମାସ ବିତି ଯାଇଥିଲେ ହେଁ କ୍ଷତିଗ୍ରସ୍ତ ଚାଷୀ ବୀମା କ୍ଷତିପୂରଣ ପାଇ ପାରୁନାହାନ୍ତି। ଇତି ମଧ୍ୟରେ ବୀମା କମ୍ପାନୀ ବି ବଦଳି ସାରିଲାଣି। ଏଭଳିସ୍ଥଳେ ଖୋର୍ଦ୍ଧା ଜିଲାରୁ ୫ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ପ୍ରମିୟମ ନେଇ ଇନ୍ସୁରାନ୍ସ କମ୍ପାନୀ ଲାଭରେ ରହିଲେ। ସେପଟେ କ୍ଷତିପୂରଣ ପାଇବା ପାଇଁ ଚାଷୀ ବିକ୍ଷୋଭ, ଆନ୍ଦୋଳନ କରିଥିଲେ ମଧ୍ୟ ବୀମା ସହାୟତା ରାଶି ପାଇ ପାରିଲେ ନାହିଁ। ଅନ୍ୟପକ୍ଷେ ତିତ୍‌ଲି ଯାଇ ବାତ୍ୟା ଫନୀ ଚାଷୀର ମେରୁଦଣ୍ଡ ଭାଙ୍ଗି ସାରିଲାଣି। ତଥାପି ବୀମା କମ୍ପାନୀର ଚାଷୀଙ୍କ କ୍ଷତିପୂରଣ ଦେବାକୁ ମନେପଡୁନାହିଁ।
ଖୋର୍ଦ୍ଧା ଜିଲାର ୧୦ଟି ବ୍ଲକ ଅଞ୍ଚଳରେ ୬୮,୮୫୬ ଋଣୀ ଚାଷୀ ଓ ୬, ୭୨୦ ଅଣଋଣୀ ଚାଷୀ ଏପରି ମୋଟରେ ୭୫,୫୭୬ ଚାଷୀ ୨୦୧୮ ଖରିଫରେ ଶସ୍ୟ ବୀମା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏଠାକାର ଚାଷୀଙ୍କର ୫୦, ୬୬୬ ହେକ୍ଟର ଜମି ପାଇଁ ୫ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ବୀମା କମ୍ପାନୀ ପ୍ରିମିୟମ ନେଇଥିଲେ। ହେଲେ ଜିଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ଦେଲେ ନାହିଁ। ତିତ୍‌ଲି ଯୋଗୁ ୨୦୧୮ର ଖରିଫ ଚାଷ ଉଜୁଡି ଯାଇଥିଲା। ବେଗୁନିଆ, ବୋଲଗଡ ଓ ଜଟଣୀ ବ୍ଲକର ୯୮୨.୬ ହେକ୍ଟର ଜମିର ଚାଷୀ ବୀମା କ୍ଷତିପୂରଣ ପାଇବାକୁ ସରକାରୀ ରିପୋର୍ଟରେ ସ୍ଥିରୀକୃତ ହୋଇଥିଲା। ଏଥିରେ ବେଗୁନିଆ ବ୍ଳକର ୫ଟି ପଞ୍ଚାୟତ ୧୫ଟି ଗଁାର ୩୯୭ ହେକ୍ଟର, ବୋଲଗଡ ବ୍ଲ୍ଳକ ୨ ପଞ୍ଚାୟତର ୯ଟି ଗଁାର ୪୪୫. ୫୪ ହେକ୍ଟର ଓ ଜଟଣୀ ବ୍ଲ୍ଳକ ୩ ପଞ୍ଚାୟତର ୧୪୦ ହେକ୍ଟର ଜମି ରହିଛି। ସେହିପରି ମହାନଦୀରେ ବନ୍ୟା ଯୋଗୁ ରାଜୁଆ ଓ ଦୟାନଦୀ ଉପକୂଳରେ ଥିବା ଖୋର୍ଦ୍ଧା ବ୍ଲକର ୪ଟି ପଞ୍ଚାୟତ ୨୦ଟି ଗଁାର ୬୨୫ ହେକ୍ଟର ଜମିର କ୍ଷତିଗ୍ରସ୍ତ ଚାଷୀ ବୀମାରାଶି ପାଇବାକୁ ଦରକାର ବୋଲି କୃଷି ବିଭାଗର ତଥ୍ୟ କହୁଛି। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ପାଇବା ଶୀତଳଭଣ୍ଡାରରେ ରହି ଯାଇଛି। ଦେଖାଯାଉ ସରକାର ଓ ପ୍ରଶାସନ କେତେଦୂର ଚାଷୀଙ୍କୁ ଗୁରୁତ୍ୱ ଦେଉଛନ୍ତି ତାହା ଜଣାପଡିବ। ଏ ନେଇ ଉପକୃଷିନିର୍ଦ୍ଦେଶକ ଭାସ୍କର ବାରିକ କୁହନ୍ତି, ତିତ୍‌ଲି ଯାଇ ଫନୀ ଗଲାଣି। ତେବେ ଚାଷୀ ୨୦୧୮ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ଅର୍ଥ ପାଇ ପାରିଲେନି। ଇନ୍ସୁରାନ୍ସ ପାଇବାକୁ କୃଷି ବିଭାଗ ପକ୍ଷରୁ ଜିଲାପାଳଙ୍କ ଆପ୍ରୁଭ କରାଯାଇ ଆବଶ୍ୟକ କାଗଜାତ ସରକାରଙ୍କୁ ଦିଆଯାଇଥିଲା। ହେଲେ ଏଯାବତ୍‌ କିଛି ଜଣାପଡୁନି। ଇତି ମଧ୍ୟରେ ପ୍ରିମିୟମ ଟଙ୍କା ନେଇଥିବା କମ୍ପାନୀ ବଦଳରେ ଏବେ ରିଲିୟାନ୍ସ କମ୍ପାନୀ ବୀମା ଦାୟିତ୍ୱ ନେଇଛି ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri