ବାଜିନି ପୌର ନିର୍ବାଚନ ବିଗୁଲ, ନେତା ହେଲେଣି ଚଳଚଞ୍ଚଳ

କେନ୍ଦ୍ରାପଡ଼ା ଅଫିସ, ୪-୯- ପୌର ନିର୍ବାଚନ ପାଇଁ କୌଣସି ସୂଚନା ମିଳିନାହିଁ ା ତେବେ କେନ୍ଦ୍ରାପଡା ପୌରାଞ୍ଚଳରେ ଏହାର ପଦଧ୍ୱନି ଦେଖିବାକୁ ମିଳିଲାଣି। ସହରାଞ୍ଚଳରେ ପ୍ରତ୍ୟେକ ୱାର୍ଡରେ ଅଫିସ ଖୋଲାଯାଇ ଲୋକଙ୍କ ସମସ୍ୟା ସୁଧାରିବାକୁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ସ୍ଥାନୀୟ ରାଜନେତା ଏହାକୁ ପୌର ନିର୍ବାଚନର ପୂର୍ବାଭାଷ ବୋଲି ଧରିନେଇଛନ୍ତି ା ଏନେଇ ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗଣପର୍ବ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ସହରର ୨୧ ୱାର୍ଡରେ ହେଉଥିବାବେଳେ ଚଳିତ ବର୍ଷ ସର୍ବାଧିକ ୨୩ଟି ସ୍ଥାନରେ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହା ଜରିଆରେ ସ୍ଥାନୀୟ ୱାର୍ଡରେ ରାଜନେତାମାନେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା କରିଛନ୍ତି ା ଚଳିତ ବର୍ଷ ଜିଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ରାଜନେତାଙ୍କ ସମ୍ପୃକ୍ତି ଅଧିକ ରହିବ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି ା
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ପୌରପରିଷଦ ବୋର୍ଡର କାର୍ଯ୍ୟକାଳ ୨୬ ନଭେମ୍ବର ୨୦୧୬ରୁ ଶେଷ ହୋଇଛି ା ଏହାପରେ ୱାର୍ଡ ସଂରକ୍ଷଣକୁ ନେଇ ମାମଲା କୋର୍ଟକୁ ଯିବା ପରେ ନିର୍ବାଚନ ବନ୍ଦ ରହିଛି ା ଆରକ୍ଷଣ ତାଲିକା ଓ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଯେଉଁ ଛକାପଞ୍ଝା ସେତେବେଳେ ଚାଲିଥିଲା, ତାହା ଏବେ ପୁନର୍ବାର ତାଜା ହୋଇଛି ା ୱାର୍ଡ ପୁନର୍ଗଠନ ଓ ଆରକ୍ଷଣ ପାଇଁ ନିର୍ବାଚନରୁ ବାଦ ପଡିବା, ଅଥବା ନିଜ ମନ ମୁତାବକ ଆସନରୁ ଲଢ଼ି ନ ପାରିବା ଯୋଗୁ କିଛି ରାଜନେତା ଆଶଙ୍କା ପ୍ରକଟ କରିଥିବାବେଳେ ସମ୍ଭାବ୍ୟ ପୌର ନିର୍ବାଚନକୁ ନେଇ ଉତ୍ସାହିତ ହୋଇପଡିଛନ୍ତି।
୨୦୧୭ରେ ଏହି ପୌରାଞ୍ଚଳରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ସମୟରେ ତତ୍କାଳୀନ କାଉନସିଲର ମୁକ୍ତାର ଖାନ ୱାର୍ଡ ପୁନର୍ଗଠନ ଓ ଆରକ୍ଷଣକୁ ନେଇ ହାଇକୋର୍ଟରେ ରିଟ୍‌ ପିଟିସନ କରିଥିଲେ। ଏହାପରେ ହାଇକୋର୍ଟ ଅନ୍ତରୀଣକାଳୀନ ରହିତାଦେଶ ପ୍ରଦାନ କରିଥିଲେ ା ଇତିମଧ୍ୟରେ ବୋର୍ଡ ଭାଙ୍ଗିବା ଅବଧିକୁ ପ୍ରାୟ ୩ ବର୍ଷ ବିତିବାକୁ ବସିଛି ା ପ୍ରଶାସକଙ୍କ ମାଧ୍ୟମରେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟ ଚାଲିଥିବାବେଳେ ବୋର୍ଡ ଗଠନ ପାଇଁ ପୂର୍ବତନ ପୌରାଧ୍ୟକ୍ଷ ଧୀରେନ କୁମାର ସାହୁ, ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଶରତ ବେହୁରା ଓ ଜିଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ମତ ଦେଇଛନ୍ତି ା ସେମାନଙ୍କ ମତ ଅନୁଯାୟୀ ବୋର୍ଡ ଗଠନ ପରେ ଏହି ପୌରାଞ୍ଚଳର ବିକାଶକୁ ତ୍ୱରାନ୍ବିତ କରାଯାଇପାରିବ ା ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅପେକ୍ଷା କରିଥିବାବେଳେ କେବେ ତାରିଖ ଘୋଷଣା ହେବ ତାହା ଦେଖବାକୁ ବାକି ରହିଲା ବୋଲି ସ୍ଥାନୀୟ ଯୁବବର୍ଗ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri