ବାଉଁଶ ତିଆରି ନନ୍ଦରେ ବସୁଛି କୂଅ

ମୁନିଗୁଡ଼ା,୧୭ା୬ : ପାନୀୟ ଜଳ ସମସ୍ୟା ନେଇ ଚିନ୍ତାରେ ରହୁଥିଲେ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ସିନ୍ଧିପଙ୍ଗା ଗ୍ରାମବାସୀ। ଗାଁ ନିକଟରେ କୌଣସି ନଦୀ, ନାଳ କିମ୍ବା ପୋଖରୀ ନ ଥିବାରୁ ପାଣି ପାଇଁ ସେମାନେ ପଥର କିମ୍ବା ସିମେଣ୍ଟ ନନ୍ଦ କୂଅ ଉପରେ ନିର୍ଭର କରୁଥିଲେ। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସମସ୍ତଙ୍କ ପକ୍ଷେ ନିର୍ମାଣ କରିବା କଷ୍ଟକର ହୋଇ ପଡୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ‘ହର୍ଷ’ ନାମକ ଏକ ଟ୍ରଷ୍ଟ ଅଭିନବ ଉପାୟ ବାହାର କରିଛି। ବାଉଁଶରୁ କୂଅ ପାଇଁ ନନ୍ଦ ପ୍ରସ୍ତୁତ କରିବା ପରେ ତାହାକୁ ପାନୀୟ ଜଳ ଉତ୍ସକୁ ସଂରକ୍ଷିତ ରଖିବା ଲାଗି ସହଜ ସୁଲଭ ଭାବେ ବ୍ୟବହାର କରାଯାଇ ପାରୁଛି। ୟୁ ଟ୍ୟୁବ୍‌ରେ ଥିବା ଏକ ଭିଡିଓରୁ ଏହାର ନିର୍ମାଣ କୌଶଳ ମିଳିଥିଲା। ଓଡ଼ିଶାର ପ୍ରଥମ ଅଞ୍ଚଳଭାବେ ସିନ୍ଧିପଙ୍ଗାରେ ଯେଉଁଠାରେ ବାଉଁଶ ତିଆରି ନନ୍ଦ ନିର୍ମାଣ ଓ ବ୍ୟବହାର କରାଯାଉଛି।
ସିନ୍ଧିପଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦୦ ଲୋକ ରୁହନ୍ତି। ସମସ୍ତେ ପ୍ରାୟ ଚାଷ ଉପରେ ନିର୍ଭର କରନ୍ତି। ଗାଁ ପାଖରେ କୌଣସି ନଦୀ, ନାଳ ପୋଖରୀ ନାହିଁ। ତେଣୁ ଗାଁ ରେ ଥିବା ଦୁଇ ତିନୋଟି ପଥର ଓ ସିମେଣ୍ଟ ନନ୍ଦ କୂଅ ଉପରେ ଲୋକେ ନିତ୍ୟଚର୍ଯ୍ୟା ସହ ଚାଷ କାମ ପାଇଁ ନିର୍ଭର କରନ୍ତି। କିନ୍ତୁ ଗୋଟିଏ ପଥର କିମ୍ବା ସିମେଣ୍ଟ ନନ୍ଦ କୂଅ କରିବାକୁ ସେମାନଙ୍କୁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଏହା ସମସ୍ତଙ୍କ ପକ୍ଷେ ନିର୍ମାଣ କରିବା ସମ୍ଭବପର ନ ଥିଲା। ସ୍ଥାନୀୟ ଅଞ୍ଚଳର ହର୍ଷ ଟ୍ରଷ୍ଟ ଲୋକଙ୍କ ସମସ୍ୟା ସମାଧାନ ସହ କିଭଳି କମ୍‌ ଖର୍ଚ୍ଚରେ ଲୋକଙ୍କୁ ସମାନ ସୁବିଧା ଦିଆଯାଇପାରିବ, ସେ ନେଇ ଚେଷ୍ଟା ଚଳାଇଥିଲା। ଶେଷରେ ବାଉଁଶକୁ ବ୍ୟବହାର କରି ତିଆରି କରାଯାଇଥିଲା ବାଉଁଶ ନନ୍ଦ। ଏହି ନନ୍ଦ ସାହାଯ୍ୟରେ କୂଅ ତିଆରି କରାଯାଇ ପାରୁଛି ବୋଲି ଗାଁର ଭୁବନ ଦଣ୍ଡସେନା, ଅର୍ଜୁନ ଦଣ୍ଡସେନା, ପର୍ଶୁରାମ ଦଣ୍ଡସେନା ଓ ଲକ୍ଷ୍ମୀ ରାଜୁ ପ୍ରକାଶ କରିଛନ୍ତି। ଏହି ବାଉଁଶ ନନ୍ଦ ତିଆରି ପାଇଁ କିଛି ଶୁଖିଲା ବାଉଁଶ, ୮ଏମ୍‌.ଏମ୍‌ ଛଡ଼, ଜିଆଇ ପାଇପ୍‌, ଅଳ୍ପ କିଛି ସିମେଣ୍ଟର ଆବଶ୍ୟକତା ରହିଛି ବୋଲି କାରିଗର ଭୁବନେଶ୍ୱର ପ୍ରଧାନ କହିଛନ୍ତି। ଗୋଟିଏ ନନ୍ଦର ଓସାର ୮ଫୁଟ ଓ ଲମ୍ବ ପ୍ରାୟ ଦେଢ଼ରୁ ଦୁଇ ଫୁଟ ରହିଥାଏ। କୂଅର ଗଭୀରତା ଅନୁଯାୟୀ ଆବଶ୍ୟକ ନନ୍ଦ ତିଆରି କରାଯାଇ କୂଅ ଭିତରକୁ ଛଡ଼ାଯାଇଥାଏ। ବାଉଁଶ ନଷ୍ଟ ନ ହେବା ପାଇଁ ନିମ ତେଲ ପ୍ରଲେପ ଦିଆଯିବା ସହ ନିମ ପିଡିଆର ସାହାଯ୍ୟ ନିଆଯାଏ ବୋଲି ସେ କହିଛନ୍ତି। ଏହି ବାଉଁଶ କୂଅ ପାଇଁ ୩୦ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଜଣେ ଚାଷୀ ଏହି ଖର୍ଚ୍ଚ ବହନ କରି ସହଜରେ ଏହାକୁ ନିର୍ମାଣ କରିପାରିବ। ‘ୟୁ ଟ୍ୟୁବ୍‌’ରୁ ଏହି କୌଶଳ ଅଣାଯାଇ ସିନ୍ଧିପଙ୍ଗା ଗାଁରେ ପ୍ରୟୋଗ କରାଯାଇଛି ବୋଲି ହର୍ଷ ଟ୍ରଷ୍ଟ ଜିଲା ସଂଯୋଜକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ନନ୍ଦକିଶୋର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri