ବସ୍‌ରେ ଲାଗିଲା ୧୧କେଭି ବିଦ୍ୟୁତ୍‌ ତାର: ଅଳ୍ପକେ ରକ୍ଷା ପାଇଲେ ୭୦ ପର୍ଯ୍ୟଟକ

ବାଲିଆପାଳ, ୯।୨(ସ୍ବ.ପ୍ର.)-ବାଲିଆପାଳ ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ଯୋଗୁ ଡଗରା ବେଳାଭୂମି ରାସ୍ତାରେ ନିଶ୍ଚିତ ବିପଦରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ୭୦ ପର୍ଯ୍ୟଟକ। ଏହାକୁ ନେଇ ରବିବାର ପୂର୍ବାହ୍ନରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।
ବାରିପଦା ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟରୁ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଏକ ଘରୋଇ ବସ୍‌ରେ ଡଗରା ବେଳାଭୂମିକୁ ପିକ୍‌ନିକ କରିବା ପାଇଁ ବାରିପଦାରୁ ଡଗରା ଆସିଥିଲେ। ବସ୍‌ଟି ଡଗରା ରାସ୍ତାର ଗଦାଧର ଗିରି ସ୍କୁଲ ନିକଟରେ ଯାଉଥିବା ବେଳେ ରାସ୍ତା ଉପରେ ଓହଳି ରହିଥିବା ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ମାତ୍ର ବସ୍‌ର ଡ୍ରାଇଭର ନିଜର ଉପସ୍ଥିତି ବୁଦ୍ଧି ଯୋଗୁ ତୁରନ୍ତ ବସ୍‌କୁ ପଛକୁ ବୁଲାଇ ଦେଇଥିଲେ ଓ ବସ୍‌ରୁ ବିଦ୍ୟୁତ୍‌ ତାର ଅଲଗା ହୋଇଯାଇଥିଲା। ବିଦ୍ୟୁତ ସଂସ୍ପର୍ଶରେ ବସ୍‌ ଭିତରେ ଥିବା ଜଣେ ପର୍ଯ୍ୟଟକ ଆହତ ହୋଇଥିବା ଜଣାପଡ଼ିଛି। ବସ୍‌ଟି ତୁରନ୍ତ ପଛକୁ ଆସିବାରୁ ବାଇକ୍‌ରେ ଯାଉଥିବା ଜଣେ ବ୍ୟକ୍ତି ବାଇକ ଛାଡ଼ିଦେଇ ଜୀବନ ବଞ୍ଚାଇବା ପାଇଁ ରାସ୍ତା ପାଶ୍ୱର୍ର୍କୁ ଡେଇଁ ପଡିଥିଲେ। ବାଇକ୍‌ଟି ବସ୍‌ ଚକତଳେ ଚାପିଯାଇ ଭାଙ୍ଗିରୁଜିଯାଇଛି। ବାରମ୍ବାର ବିଦ୍ୟୁତ୍‌ ବିଭାଗକୁ କହିଲେ ମଧ୍ୟ ନେସ୍କୋ ଅଧିକାରୀମାନେ କେବଳ ଖୁଣ୍ଟଟିଏ ପୋତିଦେଇ ବିପଦପୂର୍ଣ୍ଣ ୧୧କେଭି ତାରଟିକୁ ସେପରି ଓହଳିବାକୁ ଛାଡ଼ି ଦେଇଛନ୍ତି ବୋଲି ପୂର୍ବତନ ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?