ବଶିଷ୍ଠକୁଁ ଉଧାର କଲା ଡାକ୍‌ତରି ଦଲ: ଚିକିତ୍ସା ଲାଗି ବୁର୍ଲା ଡାକ୍‌ତରଖାନାରେ ଭରତି

ଲୋଇସିଂହା,୩।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ନେଗିପାଲି ଗାଁର ବଶିଷ୍ଠ ନାଗ(୬୦) ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଅଭାବ ଅନାଟନ ଲାଗି ସେ ଚିକିସତ୍ିତ ନାଇଁ ହେଇପାରି ଘରେ ପଡ଼ିରହିଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସୁଆସ୍‌ତିଅ ବିଭାଗ ତାହାକୁ ଉଧାର କରି ଉଚ ଚିକିସତ୍ା ଲାଗି ବୁର୍ଲା ବଡ଼ ଡାକ୍‌ତରଖାନାକେ ପଠେଇଛେ।
ପୂବର ସୂଚନା ହିସାବେ ବୁଢ଼ିପଦର ପଁଚେତ୍‌ ଅଧୀନ ନେଗିପାଲି ହରିଜନ ପଡ଼ାର ବଶିଷ୍ଠ ନାଗ। ପରିବାର କହେଲେ ମାଏକିନା ବୈଦେହି, ୩ ଝି ଆର ୩ ପୁଓକେ ନେଇ ତାକର ସଁସାର। ଜମିବାଡ଼ି ବଲି ବିଶେଷ କିଛି ନାଇଁ, ବଶିଷ୍ଠ କୁଲିମଜୁରି କରି କୁଟୁମ ପୁଷୁଥିଲେ। ଇଥ୍‌ରେ ସେ ୩ ଝି’ ଆର ବଡ଼ପୁଓକେ ବିହାଚୁରା କରିଛନ୍‌। ଏହେଦେ ବଡ଼ପୁଓ ନିଜର କୁଟୁମ ଧରି ଉନିଆ ଆଡେ ରହୁଛନ୍‌। ବଶିଷ୍ଠକଁର ସାନପୁଓ ଝନେ ମେଧାବୀ ଛାତ୍ର। ସାନପୁଓକେ ନେଇ ସେ ଅନେକ ସପନ୍‌ ଦେଖିଥିଲେ, ହେଲେ ଦୁଖର କଥା ନିଜେ ବଶିଷ୍ଠ ୩ ବଛର ତଲେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ହେଇ ଅକରମା ହେଇଗଲେ। ଚିକିସତ୍ା ଲାଗି ସେ ଭିନେ ଭିନେ ଡାକ୍‌ତରଖାନା ଯାଇ ଉଷୋକଷା କଲେ। ଅଭାବ ପଡ଼ଲାରୁ ୧ ଏକର ଆଟ ବିକି ଚିକିସତ୍ା କରି ଶେଷେ ନିରାଶ ହେଲେ। ପରିବାରର ଏନ୍‌ତା ପରିସ୍ଥିତି ଦେଖି ମଝିଅଁା ପୁଓ ରମାକାନ୍ତ ପରିବାରର ବୋଝ ଉଠେଇଥିଲେ। ସେ ବସରେ ହେଲ୍‌ପରି କରି ପରିବାର ଚଲାବାର ସଂଗେ ସାନ ଭାଇକେ ପାଠ୍‌ ପଢ଼ଉଛନ୍‌। ବଶିଷ୍ଠକଁର ରୋଗ୍‌ ଆର ପରିବାରର ସମସିଆ ବାବ୍‌ଦେ ଧରିତ୍ରୀରେ ଟିକିନିଖିନୁ ଖବର ବାହାରିଥିଲା। ଇତାର ପରେ ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ସ୍ମୀତା ଶତପଥୀକଁର ନିରଦେଶରେ ଏମ୍‌ଏଚ୍‌ୟୁର ଡାକ୍‌ତରି ଦଲ ବଶିଷ୍ଠକୁଁ ଉଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭରତି କରିଥିଲେ। ସେଠାନେ ପ୍ରାଥମିକ ଚିକିସତ୍ା ଉତାରୁ ଉଚ ଚିକିସତ୍ା ଲାଗି ବଶିଷ୍ଠକୁଁ ବୁର୍ଲା ପଠାଯାଇଥିବାର ଡାକ୍‌ତରଖାନା ତରଫୁ ଜନାଯାଇଛେ। ସେଠାନେ ବୈଦେହି ବଶିଷ୍ଠକଁର ଦେଖ୍‌ଭାଲ କରୁଥିବାର ଥାନୀୟ ଅଙ୍ଗନଓ୍ବାଡି କରମୀ ସୂଚନା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri