ବଲିଉଡ୍‌ରେ ଦେଶାତ୍ମବୋଧକ ଫିଲ୍ମ

ମୁମ୍ବାଇ: ଦେଶ ସ୍ବାଧୀନ ଉପରେ ହେଉ ବା ଦେଶଭକ୍ତିକୁ ନେଇ ବଲିଉଡ୍‌ରେ ଏଭଳି ବହୁ ଫିଲ୍ମ ତିଆରି କରାଯାଇଛି। ଯାହା ଆଜି ବି ହୃଦୟସ୍ପର୍ଶୀ ଓ ସ୍ମରଣୀୟ। ଭାରତୀୟ ସିନେମାରେ ବିଭିନ୍ନ ବିଷୟକୁ ନେଇ ବହୁ ଫିଲ୍ମ ତିଆରି କରାଯାଇଥାଏ। କିନ୍ତୁ ଯେଉଁଠି ଦେଶଭକ୍ତି କଥା ଆସେ ସେଠାରେ ଭାବନାର ସ୍ରୋତ ସୃଷ୍ଟି ହୋଇଥାଏ। କିଛି ଫିଲ୍ମ ତ ଏମିତି ବି ଅଛି ଯାହାର କାହାଣୀ ରିୟଲ ହୋଇ ନ ଥିଲେ ମଧ୍ୟ ରିୟଲ ଭଳି ଲାଗିଥାଏ। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ରେ ଦେଶାତ୍ମବୋଧକ ଫିଲ୍ମ ସମ୍ପର୍କରେ।
* ପୁରବ ଔର ପଶ୍ଚିମ: ବଲିଉଡ୍‌ ଫିଲ୍ମ ‘ପୁରବ ଔର ପଶ୍ଚିମ’ ଭାରତୀୟ ସଂସ୍କାର ଓ ପାଶ୍ଚାତ୍ୟ ସଭ୍ୟତାକୁ ନେଇ କାହାଣୀଟି ଗତିଶୀଳ ହୋଇଥିଲା। ପାଶ୍ଚାତ୍ୟ ଦେଶର
ଚାଳିଚଳନରେ ପ୍ରଭାବିତ ହୋଇ ଭାରତୀୟମାନେ କିପରି ନିଜର ସଂସ୍କାରକୁ ଭୁଲିଯାଇଛନ୍ତି ସେକଥା ଫିଲ୍ମରେ ଦୃଶ୍ୟମାନ ହୋଇଛି। ଏହି ଫିଲ୍ମରେ ଅଭିନେତା ମନୋଜ କୁମାର ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ସାୟରା ବାନୁ ନଜର ଆସିଥିଲେ। ଏଥିସହ ବିନୋଦ ଖନ୍ନା, ପ୍ରେମ ଚୋପ୍ରା, ଓମ୍‌ ପ୍ରକାଶ, ଓ ଅଶୋକ କୁମାରଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ସେହି ସମୟରେ ଏହି ଫିଲ୍ମର ଗୀତଗୁଡ଼ିକ ବେଶ୍‌ ଲୋକପ୍ରିୟ ହୋଇଥିଲା।
*ଉପକାର: ଉପକାର ଫିଲ୍ମ ଜରିଆରେ ମନୋଜ କୁମାରଙ୍କୁ ନୂଆ ପରିଚୟ ମିଳିଥିଲା। ସେ ଭାରତ କୁମାର ନାମରେ ଜଣାଯାଉଥିଲେ। ଏହି ଫିଲ୍ମରେ ମନୋଜଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା। ଆଉ ଏହି ଫିଲ୍ମ ତାଙ୍କ କ୍ୟାରିୟରର ସବୁଠୁ ବଡ଼ ମୋଡ଼ ନେଇଥିଲା। ସବୁଠାରୁ ବଡ଼ କଥା ହେଲା ଯେ ଏହି ଫିଲ୍ମରେ ମନୋଜ କୁମାର ନିଜେ ନିର୍ଦ୍ଦେଶନା ଭାର ତୁଳାଇଥିଲେ। ସେହି ବର୍ଷ ଏହି ଫିଲ୍ମ ସବୁଠାରୁ ଲୋକପ୍ରିୟ ଫିଲ୍ମ ଭାବେ ଜଣାଯାଇଥିଲା।
*ବର୍ଡର: ଫିଲ୍ମ ‘ବର୍ଡର’ ଆଜି ବି ଟିଭିରେ ପ୍ରସାରିତ ହେଲେ ଅଧିକ ଲୋକ ଏହାକୁ ଦେଖିବାକୁ ଚାହିଁ ରହିଥାନ୍ତି। ଆଉ ଯେବେ ଏହି ଫିଲ୍ମର ‘ସନ୍ଦେଶେ ଆତେ ହେଁ’ ଗୀତ ବାଜିଥାଏ ଲୋକମାନେ ଭାବୁକ ହୋଇପଡ଼ିଥାନ୍ତି। ଏହି ମଲ୍ଟିଷ୍ଟାର ଫିଲ୍ମରେ ଭାରତୀୟ ସେନାଙ୍କ କାହାଣୀକୁ ନିର୍ମିତ ହୋଇଥିଲା। ସେନାଙ୍କର ଛୋଟରୁ ବଡ଼ କାହାଣୀ ଅର୍ଥାତ୍‌ ଜଣେ ସେନାର ଭାବନା, ସାହିସିକତା, ତ୍ୟାଗ ଓ ପରିବାର ଲୋକଙ୍କ ଠାରୁ ଦୂରେଇ ରହିବାର ଦୁଃଖକୁ ଏହି ଫିଲ୍ମରେ ସାମିଲ କରାଯାଇଥିଲା।
*ଲଗାନ: ଅମିର ଖାନଙ୍କ ଫିଲ୍ମ ‘ଲଗାନ’କୁ କେହି ଭୁଲିପାରିବେ ନାହିଁ। ଏହି ଫିଲ୍ମରେ କ୍ରିକେଟ ଜରିଆରେ ଦେଶଭକ୍ତି ପାଇଁ ଥିବା ଆବେଗକୁ ଦର୍ଶାଯାଇଥିଲା। ସେହି ସମୟରେ ଏହି ଫିଲ୍ମ କେବଳ ଦେଶ ନହେଁ ବିଦେଶରେ ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ଅମିର ଖାନଙ୍କ ସହ ଅନ୍ୟ କଳାକାରମାନେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ଏହି ଫିଲ୍ମକୁ ଦେଖିଲେ ଆଜି ବି ଦେଶଭକ୍ତିର ଭାବନା ଜାଗ୍ରତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri