ବର୍ଷାରେ ଭାସିଗଲା ଖୁସି : ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି

ପାରାଦୀପ,୨୭।୮(ସ୍ବ.ପ୍ର.): ପାରାଦୀପରେ ରବିବାର ସର୍ବାଧିକ ୮୯ ମିମି ବର୍ଷା ହୋଇଛି। ଏଥିରେ ନୋଳିଆ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ସ୍କୁଲ ଘର ଭିତରେ ଆଣ୍ଠୁଏ ବର୍ଷାପାଣି ଜମି ରହିବା ଫଳରେ ଉଜ୍ଜଳ-ଉତ୍‌ଥାନ କାର୍ଯ୍ୟକ୍ରମ ପୁସ୍ତିକା, ଖୁସି ଯୋଜନାରେ ଛାତ୍ରୀଙ୍କ ପାଇଁ ଆସିଥିବା ୩ ମାସର ନାପ୍‌କିନ, ପଙ୍ଖା, ବିଦ୍ୟୁତ୍‌ ସରଞ୍ଜାମ, ମହାପୁରୁଷମାନଙ୍କ ଫଟୋଚିତ୍ର, ସ୍କୁଲର ରେକର୍ଡପତ୍ର ଆଦି ନଷ୍ଟ ହୋଇଯାଇଛି। ବିଦ୍ୟାଳୟର ଶ୍ରେଣୀଗୃହ ଓ ଅସ୍ଥାୟୀ କକ୍ଷ ମଧ୍ୟରେ ଏଭଳି ପାଣି ଜମି ରହିବା ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ସୋମବାର ବାଧ୍ୟହୋଇ ଛୁଟି ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀ ଶିକ୍ଷକ ଓ କେତେଜଣ ଛାତ୍ରୀଛାତ୍ର ମିଶି ଦିନତମାମ ଶ୍ରେଣୀଗୃହରୁ ଥାଳି ଓ ବାଲ୍‌ଟିରେ ପାଣି ସଫା କରିଛନ୍ତି। ସେହିପରି ବର୍ଷାରେ ଭିଜିଯାଇଥିବା ବହିପତ୍ର ବାହାରେ ଶୁଖାଇବାରେ ପିଲାମାନଙ୍କ ଦିନ କଟିଥିଲା। ଛୁଟି ହେବାରୁ ଉକ୍ତ ବିଦ୍ୟାଳୟରେ ପଢୁଥିବା ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୯୫ ଛାତ୍ରୀଛାତ୍ର ପାଠପଢା ଓ ମଧ୍ୟାହ୍ନଭୋଜନ ଖାଇବାରୁ ବଞ୍ଚତ୍ତ ହେଲେ। ଏପରି ଅବ୍ୟବସ୍ଥା ୨୦୧୩ ଫାଇଲିନ ବାତ୍ୟା ପରେ ଅନେକଥର ଘଟିଲାଣି। କିନ୍ତୁ ଏହାର ସ୍ଥାୟୀ ପ୍ରତିକାର କରାଯାଇପାରୁନାହିଁ। ସ୍କୁଲ ଘର ବାରମ୍ବାର ଭାଙ୍ଗୁଛି। ଉକ୍ତ ଘରକୁ ଗତ ୬ବର୍ଷ ମଧ୍ୟରେ ସର୍ବଶିକ୍ଷା ଅଭିଯାନ ଓ ପାରାଦୀପ ପୌରପାଳିକା ପକ୍ଷରୁ ୩ ଥର ମରାମତି କରାଗଲାଣି। ଏଥିପାଇଁ ପ୍ରାୟ ୮ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇସାରିଲାଣି। ଏହା ସତ୍ତ୍ୱେ ସାମାନ୍ୟ ବର୍ଷାରେ ଶ୍ରେଣୀକକ୍ଷରେ ପାଣି ପଶୁଛି। ସୂଚନା ଅନୁଯାୟୀ ଏହି ସ୍କୁଲ ସମ୍ମୁଖରେ ରହିଛି ପୌର ପାଳିକାର କଙ୍କ୍ରିଟ ରାସ୍ତା। ସେହି ରାସ୍ତା ଓ ସ୍କୁଲ କାନ୍ଥ ମଝିରେ ଛୋଟ ଡ୍ରେନ୍‌ ରହିଛି। ରାସ୍ତା ପତ୍ତନଠାରୁ ଶ୍ରେଣୀଗୃହ ୨ ଫୁଟ ତଳେ ରହିଛି। ଫଳରେ ସ୍ବଳ୍ପ ବର୍ଷା ହେଲେ ମଧ୍ୟ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହେଉଛି।
୧୯୮୬ରୁ ଚାଲିଥିବା ଉକ୍ତ ବିଦ୍ୟାଳୟକୁ ନେଇ ଅନେକ ବିବାଦ ରହିଛି। ୨୦୧୮ ନଭେମ୍ବର ପର୍ଯ୍ୟନ୍ତ ଉକ୍ତ ସ୍କୁଲରେ ପାଣି, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥା ନ ଥିଲା। ୨୦୧୩ ଅକ୍ଟୋବର ୧୩ ଫାଇଲିନ ବାତ୍ୟା ପର୍ଯ୍ୟନ୍ତ ଉକ୍ତ ସ୍କୁଲ ଦୁଇଟି ସିପ୍ଟରେ ଚାଲୁଥିଲା। କାରଣ ଶ୍ରେଣୀଗୃହ ଅଭାବ ଯୋଗୁ ପିଲା ବସିବାକୁ ଜାଗା ହେଉନ ଥିଲା। ତେଣୁ ଦୁଇଟି ସିଫ୍ଟରେ ପିଲାମାନେ ବିଦ୍ୟାଳୟ ଆସୁଥିଲେ। ଫଳରେ ସକାଳ ଓଳି ଆସୁଥିବା ପିଲାମାନେ ମଧ୍ୟାହ୍ନଭୋଜନ ଖାଇପାରୁ ନ ଥିଲେ। ଫାଇଲିନ ବାତ୍ୟାରେ ସ୍କୁଲ ଛାତ ଭାଙ୍ଗିଯାଇଥିଲା। ସେତେବେଳେ ମାସାଧିକ କାଳ ଆପଣାଛାଏଁ ପାଠପଢା ବନ୍ଦ ରହିଲା। ପରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଶ୍ରେଣୀଗୃହ ମରାମତି ଓ ଅସ୍ଥାୟୀ ଘର ନିର୍ମାଣ ହେଲା। ନିମ୍ନମାନର କାର୍ଯ୍ୟ ଯୋଗୁ ୨ଲକ୍ଷ ୮୦ ହଜାର ଟଙ୍କାରେ ନିର୍ମିତ ନୂଆଘର ବର୍ଷକ ମଧ୍ୟରେ ଭାଙ୍ଗିଗଲା। କିନ୍ତୁ ସେତେବେଳେ ୨୦୧୪ ହୁଡ୍‌ହୁଡ୍‌ରେ ଉକ୍ତ ଘର ଭାଙ୍ଗିଯାଇଥିବା ଦର୍ଶାଗଲା। ଏହା ପରେ ପୌର ପରିଷଦ ପକ୍ଷରୁ ୩ ଲକ୍ଷ ୩୦ ହଜାର ୮୦୦ ଟଙ୍କା ବ୍ୟୟରେ ମରାମତି ଓ ରଙ୍ଗ କରାଯାଇଥିଲା। ପରେ ସେହି ଅସ୍ଥାୟୀ ଘରକୁ ଏକ ଘରୋଇ ସ୍କୁଲ ନିଜ ଅଧୀନକୁ ନେଇଗଲା। ବହୁ ବିବାଦ ପରେ ସେଠାରେ ସରକାରୀ ସ୍କୁଲ ପିଲା ବସିବା ସହ ସିଫ୍ଟ ବ୍ୟବସ୍ଥା ବନ୍ଦ ହେଲା। ଗତ ଫନୀ ବାତ୍ୟାରେ ପୁଣି ସେହି ପୁରୁଣା ସ୍କୁଲ ଘର ଛାତ ଭୁଶୁଡ଼ି ପଡିଲା। ଏହା ପରେ ସ୍କୁଲର ପାଠପଢା ୩ଟି ସ୍ଥାନରେ ଚାଲିଲା। କିଛିଦିନ ପୋସ୍କୋ ବିଲ୍ଡିଂ ଓ ପରେ ଏକ ମଦ ଦୋକାନ ବାରଣ୍ଡା, ଗୋଷ୍ଠୀଗୃହ ବାରଣ୍ଡା ଓ ଖୋଲା ସ୍ଥାନରେ ପାଠପଢା ହେଲା। ଏମିତି ବ୍ୟବସ୍ଥା ମଧ୍ୟରେ ଗତ ଜୁନ/ଜୁଲାଇ ମାସରେ ପୌର ପାଳିକା ଛାତ ହଟାଇ ଆଜବେଷ୍ଟସ ପକାଇଛି। ଏ ବାବଦରେ ୨ଲକ୍ଷ ୪୦ ହଜାର ୮୯୦ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ଘର ମରାମତି ହେବାର ମାସେ ନ ପୁରୁଣୁ ବର୍ଷା ପାଣି ପଶି ସମସ୍ତ କାଗଜପତ୍ର ଓ ବହି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ସେହି ସ୍କୁଲ ପାଇଁ ଆଉ ଏକ ସ୍ଥାନରେ ନୂତନ ଗୃହ ନିର୍ମାଣ କରିବାକୁ ଫଳକ ଲଗା ହେଲାଣି। ୨୦୦୪ରୁ ଶିକ୍ଷା ବିଭାଗ ପୌର ପାଳିକାରୁ ଅଲଗା ହେବା ପରେ ପୌର ପାଳିକା କିଛି ମରାମତି କରିପାରୁ ନ ଥିଲା। ସମସ୍ତ କାର୍ଯ୍ୟ ସର୍ବଶିକ୍ଷା ଯୋଜନାରେ ହେଉଥିଲା। ଏବେ ପୌର ପାଳିକା ମରାମତି ଓ ନୂତନ ଗୃହ ନିର୍ମାଣ କରୁଛି। ଉକ୍ତ ବାବଦ ଅର୍ଥ ସର୍ବଶିକ୍ଷା ପୌର ପାଳିକାକୁ ଦେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାଶଙ୍କୁ ପଚାରିବାରେ ସେ କହିଲେ ଯେ, ବର୍ଷାରେ ଖୁସି ଯୋଜନାରେ ମିଳିଥିବା ନାପକିନ ଓ ବହି ନଷ୍ଟ ହେବା ଖବର ପାଇଛି। ପାରାଦୀପରେ ସ୍କୁଲ ଘର ପାଇଁ ଜାଗା ଅଭାବ ଥିବାରୁ ଏପରି ହେଉଥିବା କହି ସେ ନିଜ ଅସହାୟତା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri