Posted inଜାତୀୟ

ବର୍ଷାଜଳ ସଂରକ୍ଷଣ ପାଇଁ ପ୍ରତି ଗାଁ ମୁଖିଆଙ୍କୁ ଚିିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗାଁ ମୁଖିଆଙ୍କୁ ଏକ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି। ଗ୍ରାମାଞ୍ଚଳରେ ଜଳ ସଂକଟକୁ ଦୃଷ୍ଟିରେ ରଖି ଏମିତି ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୌସୁମୀ ଆସିବା ପୂର୍ବରୁ ବହୁ ପରିମାଣର ବର୍ଷାଜଳ ସଂରକ୍ଷଣ କରିବାକୁ। ଏଥିପାଇଁ ଜଳାଶୟଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ସେ ଚିଠିରେ ଅନୁରୋଧ କରିଛନ୍ତି। ବିଭିନ୍ନ ଜିଲାର ମାଜିଷ୍ଟ୍ରେଟ୍‌ ଏବଂ ଜିଲାପାଳଙ୍କ ମାଧ୍ୟମରେ ଏହି ଚିଠିସବୁ ଗାଁ ମୁଖିଆମାନଙ୍କ ପାଖକୁ ପଠାଯାଇଛି। ମୋଦିଙ୍କ ଏହି ଚିଠିକୁ ନେଇ ଗ୍ରାମାଞ୍ଚଳରେ ଚର୍ଚ୍ଚା ହେଉଛି। ମୋଦିଙ୍କ ନିିର୍ବାଚନମଣ୍ଡଳୀ ବାରାଣସୀରେ ୬୩୭ ଜଣ ଗାଁ ମୁଖିଆଙ୍କ ନିକଟରେ ଚିଠି ପହଞ୍ଚିଛି। ଏଥିରେ ସେ ବର୍ଷାଜଳ ସଂରକ୍ଷଣ କରିବାକୁ ବ୍ୟକ୍ତିଗତସ୍ତରରେ ଉଦ୍ୟମ ହେବା ପାଇଁ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଗୋଟିଏ ପୃଷ୍ଠାରେ ଲେଖିଛନ୍ତି, ଗ୍ରାମସଭା ଡକାଇ ଏହି ବାର୍ତ୍ତା ବଡ଼ ପାଟିରେ ପଢ଼ାଯାଉ। କିପରି ଭାବରେ ଜଳ ସଂରକ୍ଷଣ କରିପାରିବା ସେ ବିଷୟରେ ଲୋକଙ୍କୁ ସଚେତନ କରାଯାଉ। ଏଥିରେ ସେ ଲେଖିଛନ୍ତି, ମୋର ସମସ୍ତଙ୍କ ଉପରେ ବିଶ୍ୱାସ ଅଛି ଯେ, ପ୍ରତି ବୁନ୍ଦା ପାଣି ସଂରକ୍ଷଣ କରିବାରେ ସମସ୍ତେ ସହଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

ହରିହରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ହରିହରପୁର ହରିଜନ ପଡାର ମହିଳା

ଲାଞ୍ଜିଗଡ଼,୧।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁର ଗ୍ରାମର ହରିଜନ ପଡାରେ ଜଳସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ୪୫ ଡିଗ୍ରୀ…

ପ୍ରହରୀ ଦେଖି ଫେରୁଥିବା ବେଳେ ଭାଲୁ ହାବୁଡରେ ପଡ଼ିଗଲେ ୨ ସାଙ୍ଗ, ତାପରେ ଯାହା ଘଟିଲା…

ପାଟଣା,୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ବଡ ନୂଆଗାଁ ହୁଡ଼ି ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସୋମବାର ସକାଳୁ ଭାଲୁ ଆକ୍ରମଣରେ…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ନିମ୍ବ ଗଛରୁ ୫୦୦ଟଙ୍କିଆ ନୋଟ୍ ବର୍ଷା! ୨ଲକ୍ଷ ବୋହିନେଲେ ଲୋକେ, ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ଦେଖିବା ପରେ ଲୋକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଛି । ପଞ୍ଜୀକରଣ…

GT ବସରେ କେମିତି ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭିଡ଼ିଓ, ଘଣ୍ଟାଏ ରାସ୍ତା କଡ଼ରେ ବସି ରହିଲେ ଖେଳାଳି

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ ଦଳ ହୋଟେଲକୁ ଫେରୁଥିବା ବେଳେ ଗୁଜୁରାଟ ଟାଇଟାନ୍ସ ଦଳର ବସରେ ନିଆଁ ଲାଗିଯାଇଥିଲା; ଘଟଣାର ଏକ ଭିଡ଼ିଓ ଏବେ ସାମ୍ନାକୁ…

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ଆଉ ଏକ ଦେଶରେ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ, କେଉଁକେଉଁ ଦେଶରେ ନିଷେଧ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ,୧।୬: ମାଲେସିଆ ସୋମବାରଠାରୁ ଏକ ନୂତନ ନିୟମ ଲାଗୁ କରିଛି । ଏହି ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri