ବର୍ଷ ଆରମ୍ଭରୁ ଦୁର୍ଘଟଣା: ୨ ଦିନରେ ୬ ମୃତ

ରାୟଗଡ଼ା ଅଫିସ/ଜୟପୁର/ପାଣ୍ଡ୍ରିପାଣି/ସୁନାବେଡ଼ା, ୨ା୧(ନି.ପ୍ର./ଡି.ଏନ୍‌.ଏ.): ନୂଆବର୍ଷ ଆରମ୍ଭରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ଟି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଜଣ ଗୁରୁତର ଓ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜୟପୁର ସଦର ଥାନା ବାଲିଆଠାରେ ବୁଧବାର ବିଳମ୍ବିତ ରାତିରେ ଅଟୋ ଓ ବାଇକ ମୁହାଁମୁହିଁ ହୋଇଥିଲା। ଦୁର୍ଘଟଣାରେ ବାଇକ୍‌ରେ ଥିବା ବୈପାରିଗୁଡ଼ା ଥାନା ଗୌଡ଼ଗୁଡ଼ା ଗ୍ରାମର ପବିତ୍ର ପୂଜାରୀ (୨୩) ଓ ବରୁଣ ନାୟକ (୨୨)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ କୁମ ମାଝି ଗୁରୁତର ରହିଛନ୍ତି। ସେହିପରି ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁଲି ଗ୍ରାମ ନିକଟରେ ଗୁରୁବାର ଟ୍ରାକ୍ଟର ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ କାଣ୍ଡୁ କଣ୍ଡାଗରି (୨୫)ଙ୍କ ମୃତ୍ୟୁ ଘଟିଛି। ସମା ଉଲ୍ଲାକା ଆହତ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ା ଏନେଇ ଚାନ୍ଦିଲି ଥାନାରେ ଏକ ମାମଲା (୧/୨୦) ରୁଜୁ ହୋଇଛି। ଅନ୍ୟ ଏକ ଘଟଣାରେ ୩୨୬ ନମ୍ବର ଜାତୀୟ ରାଜପଥର ଗୁମ୍ମା ଘାଟିରେ ଗୁରୁବାର ଏକ ଆଲୁମିନିୟମ ପାଉଡ଼ର ବୋଝେଇ ଟ୍ୟାଙ୍କର ଓଲଟିପଡ଼ିଛି। ଏଥିରେ ଡ୍ରାଇଭର ରାଘବେନ୍ଦ୍ର ସିଂ (୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ପୁଷ୍ପେନ୍ଦ୍ର ସିଂ ଗୁରୁତର ହୋଇଛନ୍ତି। ଟିକିରିସ୍ଥିତ ଉତ୍କଳ ଆଲୁମିନାରୁ ଆଲୁମିନିୟମ ପାଉଡ଼ର ବୋଝେଇ ଧରି ମଧ୍ୟପ୍ରଦେଶ ଯାଉଥିବା ଟ୍ୟାଙ୍କରଟି ଗୁମ୍ମା ଘାଟି ଚଢୁଥିବା ବେଳେ ଭାରସାମ୍ୟ ୨୦ ଫୁଟ ତଳକୁ ଖସିପଡ଼ିଥିଲା। କୋରାପୁଟରୁ ଫୁଲବାଣୀ ଆସୁଥିବା ଏକ ବୋଲେରୋ ବୁଧବାର ବିଳମ୍ବିତ ରାତିରେ କୁମ୍ଭିକୋଟା ନିକଟସ୍ଥ ପୋଲରୁ ଖସିପଡ଼ିଥିଲା। ଏଥିରେ ୨ ଜଣ ଗୁରୁତର ଓ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଆହତମାନଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେହିପରି ନୂଆବର୍ଷ ପାଳିବା ପାଇଁ ମାଲକାନଗିରି ଜିଲା ପାଣ୍ଡ୍ରିପାଣିର ସୁନ୍ଦର ରାୟ ସେଡ଼ାଙ୍କ ସାନପୁଅ ପଙ୍କଜ (୨୫) ବୁଧବାର ବାଇକ୍‌ (ଓଡି-୩୦ବି-୦୩୫୧) ନେଇ ସେମିଳିଗୁଡ଼ାସ୍ଥିତ ମାମୁଘରକୁ ଯାଉଥିଲେ। ନନ୍ଦପୁର ନିକଟରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ସହ ପଙ୍କଜ ଗଛରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri