ବର୍ଜ୍ୟବସ୍ତୁରେ କରୋନା ଯୋଦ୍ଧା ଶହୀଦ ସ୍ମୃତିସ୍ତମ୍ଭ

ରୂପ୍‌ସା, ୨୬।୪(ଡି.ଏନ.ଏ.)-ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଥିବା ବେଳେ ସୁରକ୍ଷା ଦେବା ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନିକ ଅଧିକାରୀ ଓ ସମାଜସେବୀ ଆଗେଇ ଆସିଛନ୍ତି। ବହୁ ଚିତ୍ରଶିଳ୍ପୀ ମଧ୍ୟ ନିଜ ନିଜ ସ୍ତରରେ ସଚେତନତା ସୃଷ୍ଟି କରିଚାଲିଛନ୍ତି। ବହୁ ଡାକ୍ତର, ପୋଲିସ, ସ୍ବାସ୍ଥ୍ୟକର୍ମୀ କରୋନା ସହ ଲଢି ନିଜେ ଆକ୍ରାନ୍ତ ହୋଇଯାଉଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ପ୍ରାଣ ବଳିଦାନ ଦେଇଛନ୍ତି। ସେମାନେ ଆମ ଦେଶ ପାଇଁ ଜଣେ ଜଣେ ଶହୀଦ। ଶହୀଦଙ୍କୁ ସମ୍ମାନ ଜଣାଇ ବାଲେଶ୍ୱର ଜିଲା ସଦର ବ୍ଲକର ଦୁବୁଲାଗଡ଼ି ଗ୍ରାମର ଶିଳ୍ପୀ କେଶୁଦାସଙ୍କ ପରିବାର ଏକ କରୋନା ଯୋଦ୍ଧା ଶହୀଦ ସ୍ମୃତି ସ୍ତମ୍ଭ ତିଆରି କରିଛନ୍ତି। ଲକ୍‌ଡାଉନ ସମୟରେ ପାଖରେ କୌଣସି ଉପକରଣ ପାଇ ନ ଥିଲେ ମଧ୍ୟ ନିଜ ଘରେ ଥିବା ଅଦରକାରୀ ବର୍ଜ୍ୟବସ୍ତୁକୁ ନେଇ ତିଆରି କରିଛନ୍ତି ୬ ଫୁଟ୍‌ ଉଚ୍ଚତାର ଏକ ସ୍ମୃତିସ୍ତମ୍ଭ। ଏଥିରେ ଭଙ୍ଗା ଟାଇଲ, ଇଟା, କାଠ ପଟା, ଟାୟାର, ସିମେଣ୍ଟ ଓ ଟିଣ ଆଜବେଷ୍ଟସ, ସିମେଣ୍ଟ ନନ୍ଦ, ପାଣିକୁଣ୍ଡ, ଭଙ୍ଗା ଟିଭି ଡିସ୍‌ ଆଦିକୁ ନେଇ ଆକର୍ଷଣୀୟ ସ୍ତମ୍ଭଟିଏ ଗଢ଼ିଛନ୍ତି। ନିଜ ବାସଭବନ ପରିସରରେ ଏହାକୁ ଗଢ଼ିବା ପାଇଁ ପରିବାରର ବଡ଼ଭାଇ ପତିତପାବନ ଦାସ, ପୁତୁରା ଭକ୍ତଚରଣ ଦାସ, ପୁଅ ଅଙ୍କିତ ଦାସ ଓ ନାତି ରାଖାଲ ମାଇତି ପ୍ରମୁଖ ସହଯୋଗ କରିଥିଲେ। ଏହା କରୋନା ଯୋଦ୍ଧାଙ୍କ ପାଇଁ ପ୍ରଥମ ଶହୀଦ ସ୍ମୃତି ସ୍ତମ୍ଭ ବୋଲି ଶିଳ୍ପୀ ଦାସ ଦାବି କରିଛନ୍ତି। ଆଗାମୀ ଦିନରେ ଏହାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରାଯାଇ କରୋନା ଶହୀଦମାନଙ୍କର ପ୍ରତିମୂର୍ତ୍ତି ଓ ବିବରଣୀ ସବୁ ସ୍ଥାନିତ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri