ବରଷାରେ ଘର ଭାଂଗ୍‌ଲା: ମୁଡେ ଲାଗର ବୋଝ୍‌, କୁଟୁମ୍‌ ଚିନ୍‌ତା

ଲାଠୋର, ୯ା୯ (ଡି.ଏନ୍‌.ଏ.):  ଗଲା ଦିନାକେତେ ହେଲା ଲଘୁଚାପ ପରଭାବରେ ପଶ୍ଚିମ ଓଡ଼ିଶାର ଅନେକ ଜିଲାରେ ବରଷା ଲାଗି ରହିଛେ। ବରଷା ପାଏନ୍‌ରେ ଗଲା ଶନିବାର ରାତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ବାଗପଡ଼ାର ବଲରାମ ମେହେରକଁର ଘର ଭାଂଗି ଯାଇଛେ। ଏନ୍‌ତାଥି ପରିବାର ଲୋକ୍‌ ଅଲପ୍‌କେ ଗୁଟେ ବଡ଼ ବିପଦ୍‌ରୁ ବରତି ଯାଇଛନ୍‌।
ସୂଚନା ଅନ୍‌ସାରେ ବାଗପଡ଼ାର ବଲରାମ ମେହେରକଁର ପରିବାର କହେଲେ ମାଏକିନା ନୀଲାବତୀ, ଝି’ ଯୋଶିଲା, ଚୁମକି ଆର ପୁଓ ହରେଶକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ବଲରାମ ବଜାରକେ ବଜାର ବୁଲିବୁଲି ଫେନ୍ସି ସାମାନ ବିକୁଛନ୍‌। ସେଥ୍‌ରେ ଯାହା କମାନି ହେଉଛେ ପରିବାର ଚଲବାର ସଂଗେ ପିଲାଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଏନ୍‌ତାଥି ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହୁଛେ। ବଛର କେତେ ତଲେ ବଲରାମ ନିଜର ଲାଗେଲେସରମାନକରନୁ ୮୦ ହଜାର ଟଁକା ଉଧାର କରି ଘରଖଁଡ଼େ ତିଆରିଥିଲେ। ହାଡ଼ଭଂଗା ପରିଶ୍‌ରମ କରି ସେ ଏଭ୍‌ତକ ୫୦ ହଜାର ଟଁକା ସୁଝିଥିଲାବେଲେ ଆହୁରି ୩୦ ହଜାର ଟଁକା ବାକି ରହିଛେ। ଗଲା ଶନିବାର ବଲରାମ କେହେନ୍‌ସି କାମେ ଝନେ ଲାଗେଲେସର ଘରକେ ଯାଇଥିଲେ। ଏନ୍‌ତାଥି ଘରେ ପରିବାର ଲୋକ୍‌ ଖାଇପିଇ ରାତି ଶୁଇଥିଲାବେଲେ ବରଷା ପାଏନ୍‌ ଲାଗି ହଠାତ୍‌ ଘରଟା ଭାଂଗି ଯାଇଥିଲା। ହେଲେ ଅଲପ୍‌କେ ପରିବାର ଲୋକ୍‌ ବିପଦ୍‌ରୁ ବରତି ଯାଇଥିଲାବେଲେ ଘରର ଅନେକ ସାମାନ ଭାଂଗିରୁଜି ଯାଇଛେ। ଇଆଡ଼େ ଅନେକ ଦିନୁ ବଲରାମ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସରକାରୀ ବାବୁମାନକୁ ଗୁହାରି କରି ନିରାଶ ହେଇଛନ୍‌। ଏହେଦ୍‌କା ସେ କେନେ୍‌ଥେଇ କୁଟୁମ ପୁଷ୍‌ବେ, ଘରଟା ମରାମତି କରବେ ସେ ଚିନ୍‌ତାରେ ଘାରି ହେଉଛନ୍‌। ଇଆଡ଼େ ଲାଗେସେରମାନକର ୩୦ ହଜାର ଟଁକା ସୁଝବାର ଚିନ୍‌ତା ତାହାକୁ ଖାଇଯାଉଛେ। ଇ ସବୁ କଥା ଚିନ୍‌ତା କରି ବଲରାମର ଅଁାଖିରୁ ଝୁମରା ଛାଡ଼ି ଯାଇଛେ। ଇ ଦିଗେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ବଲରାମକୁଁ ଯେତେ ଜଲଦି ହେବା ଘରଭଂଗା ସାହାଯ୍‌ ସଂଗେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ବାଗପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri