ବରଷାରେ ଘର ଭାଂଗ୍‌ଲା: ମୁଡେ ଲାଗର ବୋଝ୍‌, କୁଟୁମ୍‌ ଚିନ୍‌ତା

ଲାଠୋର, ୯ା୯ (ଡି.ଏନ୍‌.ଏ.):  ଗଲା ଦିନାକେତେ ହେଲା ଲଘୁଚାପ ପରଭାବରେ ପଶ୍ଚିମ ଓଡ଼ିଶାର ଅନେକ ଜିଲାରେ ବରଷା ଲାଗି ରହିଛେ। ବରଷା ପାଏନ୍‌ରେ ଗଲା ଶନିବାର ରାତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ବାଗପଡ଼ାର ବଲରାମ ମେହେରକଁର ଘର ଭାଂଗି ଯାଇଛେ। ଏନ୍‌ତାଥି ପରିବାର ଲୋକ୍‌ ଅଲପ୍‌କେ ଗୁଟେ ବଡ଼ ବିପଦ୍‌ରୁ ବରତି ଯାଇଛନ୍‌।
ସୂଚନା ଅନ୍‌ସାରେ ବାଗପଡ଼ାର ବଲରାମ ମେହେରକଁର ପରିବାର କହେଲେ ମାଏକିନା ନୀଲାବତୀ, ଝି’ ଯୋଶିଲା, ଚୁମକି ଆର ପୁଓ ହରେଶକେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ବଲରାମ ବଜାରକେ ବଜାର ବୁଲିବୁଲି ଫେନ୍ସି ସାମାନ ବିକୁଛନ୍‌। ସେଥ୍‌ରେ ଯାହା କମାନି ହେଉଛେ ପରିବାର ଚଲବାର ସଂଗେ ପିଲାଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଏନ୍‌ତାଥି ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହୁଛେ। ବଛର କେତେ ତଲେ ବଲରାମ ନିଜର ଲାଗେଲେସରମାନକରନୁ ୮୦ ହଜାର ଟଁକା ଉଧାର କରି ଘରଖଁଡ଼େ ତିଆରିଥିଲେ। ହାଡ଼ଭଂଗା ପରିଶ୍‌ରମ କରି ସେ ଏଭ୍‌ତକ ୫୦ ହଜାର ଟଁକା ସୁଝିଥିଲାବେଲେ ଆହୁରି ୩୦ ହଜାର ଟଁକା ବାକି ରହିଛେ। ଗଲା ଶନିବାର ବଲରାମ କେହେନ୍‌ସି କାମେ ଝନେ ଲାଗେଲେସର ଘରକେ ଯାଇଥିଲେ। ଏନ୍‌ତାଥି ଘରେ ପରିବାର ଲୋକ୍‌ ଖାଇପିଇ ରାତି ଶୁଇଥିଲାବେଲେ ବରଷା ପାଏନ୍‌ ଲାଗି ହଠାତ୍‌ ଘରଟା ଭାଂଗି ଯାଇଥିଲା। ହେଲେ ଅଲପ୍‌କେ ପରିବାର ଲୋକ୍‌ ବିପଦ୍‌ରୁ ବରତି ଯାଇଥିଲାବେଲେ ଘରର ଅନେକ ସାମାନ ଭାଂଗିରୁଜି ଯାଇଛେ। ଇଆଡ଼େ ଅନେକ ଦିନୁ ବଲରାମ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସରକାରୀ ବାବୁମାନକୁ ଗୁହାରି କରି ନିରାଶ ହେଇଛନ୍‌। ଏହେଦ୍‌କା ସେ କେନେ୍‌ଥେଇ କୁଟୁମ ପୁଷ୍‌ବେ, ଘରଟା ମରାମତି କରବେ ସେ ଚିନ୍‌ତାରେ ଘାରି ହେଉଛନ୍‌। ଇଆଡ଼େ ଲାଗେସେରମାନକର ୩୦ ହଜାର ଟଁକା ସୁଝବାର ଚିନ୍‌ତା ତାହାକୁ ଖାଇଯାଉଛେ। ଇ ସବୁ କଥା ଚିନ୍‌ତା କରି ବଲରାମର ଅଁାଖିରୁ ଝୁମରା ଛାଡ଼ି ଯାଇଛେ। ଇ ଦିଗେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ବଲରାମକୁଁ ଯେତେ ଜଲଦି ହେବା ଘରଭଂଗା ସାହାଯ୍‌ ସଂଗେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ବାଗପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri