ବନ୍ଧୁକ ଲଗାଇ ୪. ୭୦ ଲକ୍ଷ ଟଙ୍କା ଲୁଟ୍‌

ଗୋପ,୨୩ା୧(ଡିଏନ୍‌ଏ): ଗୋପ-ଚାରିଛକ ରାସ୍ତାର ଚମ୍ପାଳ କାଦୁଆ ନଦୀ ପୋଲ ପାଖରେ ବୁଧବାର ରାତି ପ୍ରାୟ ୯ଟାବେଳେ ଏକ ଟ୍ରକ୍‌ରୁ ୫ଜଣ ଦୁର୍ବୃତ୍ତ ୪ଲକ୍ଷ ୭୦ହଜାର ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କୋଣାର୍କର ବଡ଼ ବ୍ୟବସାୟୀ କୈଳାସ ସାହୁଙ୍କ ଏକ ଟ୍ରକ (ଓଆର୍‌୦୨ବିଡ଼ି୧୨୬୮)ରେ ୬ଜଣ ଦୋକାନ କର୍ମଚାରୀ ମାଲିକଙ୍କ ବ୍ୟବସାୟରେ ସାମଗ୍ରୀ ଦେବା ଓ ଟଙ୍କା ଆଦାୟ ପାଇଁ କଟକର ନିଆଳି ଅଞ୍ଚଳକୁ ଯାଇଥିଲେ। ଟଙ୍କା ଆଦାୟ କରି ସେଠାରୁ ସନ୍ଧ୍ୟା ସମୟରେ କୋଣାର୍କ ଫେରୁଥିଲେ। କିନ୍ତୁ ଗୋପ-ଚାରିଛକ ରାସ୍ତାର ତମ୍ପାଳ ଛକ ନିକଟରେ ହଠାତ୍‌ ୩ଟି ବାଇକ୍‌ରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଟ୍ରକ୍‌କୁ ଅଟକାଇଥିଲେ। ବନ୍ଧୁକ, କଟୁରି କର୍ମଚାରୀଙ୍କ ମୁଣ୍ଡରେ ଲଗାଇ ଟଙ୍କା ବ୍ୟାଗ୍‌ ମାଗିଥିଲେ। ଭୟରେ ଟ୍ରକ ଆଗରେ ବସିଥିବା କର୍ମଚାରୀ ଜଣଙ୍କ ଗୋଟିଏ ଟଙ୍କା ବ୍ୟାଗ ବଢ଼ାଇ ଦେଇଥିଲେ। କିନ୍ତୁ ଦୁବୃର୍ତ୍ତମାନେ ଆଉ ଗୋଟିଏ ଟଙ୍କା ବ୍ୟାଗ ମାଗିଥିଲେ। କର୍ମଚାରୀ ଟଙ୍କା ନ ଦେବାରୁ ଜଣେ ଦୁବୃର୍ତ୍ତ କଟୁରିରେ କାହ୍ନୁଚରଣ ପାଢ଼ୀ ନାମକ ଜଣେ କର୍ମଚାରୀଙ୍କୁ ହାଣିଦେଇଥିଲେ। ପରେ ଦୁର୍ବୃତ୍ତମାନେ ୨ଟି ଟଙ୍କା ବ୍ୟାଗ ନେଇ ଖସିଯାଇଥିଲେ। ଏହି ଘଟଣା ବିଷୟରେ ମାଲିକ ଏବଂ ପୋଲିସକୁ ଜଣାଇବା ପରେ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ କର୍ମଚାରୀମାନଙ୍କ କଥାରେ ତାଳ ମେଳ ରହୁ ନ ଥିବାବେଳେ ଦୁର୍ବୃତ୍ତମାନେ କିଭଳି ଗାଡ଼ିରେ ଦୁଇଟି ବ୍ୟାଗ ଥିବା ଜାଣିଲେ ସେନେଇ ପୋଲିସ ସମସ୍ତ କର୍ମଚାରୀମାନଙ୍କୁ ପଚରାଉଚୁରା କରୁଛି। ରିପୋର୍ଟ ଲେଖା ହେବା ସମୟରେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri