ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା କେନ୍ଦ୍ରରୁ ୩ ଜଣ ଦୁର୍ବୃତ୍ତ ବନ୍ଧୁନ ମୁନରେ ୩୬ ହଜାର ଟଙ୍କା, ୩ ଟି ମୋବାଇଲ ଓ ଗୋଟିଏ ଆପାଚି ବାଇକ୍‌କୁ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଏନେଇ ଖବର ପାଇବା ପରେ କୁଚିଣ୍ଡା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରେଙ୍ଗାଲବେଡ଼ା ଗଁାର ସିମାଶୁ ନାୟକ ତାଙ୍କ ସହଯୋଗ କେନ୍ଦ୍ରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ସମୟରେ ତାଙ୍କ ସହ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେବତୀ ମୋହନ ବାରିକଙ୍କ ନିର୍ଦ୍ଦେଶ କ୍ରମେ କିରାଣି ରମଣୀରଞ୍ଜନ ପଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଲିପ୍ଟନ ନାୟକ ମିଶି ସ୍କୁଲର ଏସ୍‌ଡିଏମ୍‌ଏସ୍‌ ରିପୋର୍ଟ ତାଲିକା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧି ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ସେମାନଙ୍କୁ ଧମକ ଦେଇ ପାଖରେ ଯାହା ରଖିଛ ତାହା ଦେଇଦିଅ ବୋଲି କହିଥିଲେ। ଭୟରେ ତିନିଜଣ ପାଖରେ ଥିବା ୩୬ ହଜାର ଟଙ୍କା, ମୋବାଇଲ ଦେଇଦେଇଥିଲେ। ତେବେ ସିମାଂଶୁ ତାଙ୍କ ଫୋନ୍‌ରେ ଦରକାରୀ ଡାଟା ଥିବା କହିବାରୁ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲଟି ଦେଇଦେଇଥିଲେ। ପରେ ଏକ ଫୋନ୍‌ କଲ୍‌ ଆସିବାରୁ ସେମାନେ ସିମାଂଶୁଙ୍କୁ ଗାଳିଗୁଲଜ କରିବା ସହ ଫୋନ୍‌କୁ ଭିଙ୍ଗି ଦେଇଥିଲେ। ଶେଷରେ ସେମାନେ ଲିପ୍ଟନଙ୍କ ଆପାଚୀ ବାଇକ୍‌(ଓଡି ୨୮ ୩୭୯୧) ଗାଡ଼ିକୁ ନେଇ ପେରାର ହୋଇଯାଇଥିଲେ। ଶୁକ୍ରବାର ସକାଳେ ଏନେଇ ସେମାନେ ଥାନାକୁ ଖବର ଦେବା ପରେ ପୋଲିସ ପକ୍ଷରୁ ଘଟଣାସ୍ଥଳକୁ ଆସି ତଦନ୍ତ ଜାରି ରଖିଥିବା କୁହାଯାଉଛି। ସମ୍ପୃକ୍ତ ଦୁର୍ବୁତ୍ତମାନେ ହିନ୍ଦି ଏବଂ ଓଡ଼ିଆ ମିଶାମିଶି ଭାଷାରେ କଥା ହେଉଥିବା ନେଇ ସିମାଂଶୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ପରିବାର ଲୋକ ଏନେଇ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ...

ପିଇଓ ଆତ୍ମସାତ୍‌ କରିଥିଲେ ୬ ଲକ୍ଷ ୭୦ ହଜାର ଟଙ୍କା, ଆଜି ବନ୍ଧା ହେଲେ

ଭଞ୍ଜନଗର,୪ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପିଇଓ ବିରେନ୍ଦ୍ର କୁମାର ଶାସ୍ତ୍ରୀଙ୍କୁ ତାରସିଂ ପୋଲିସ ଗୁରୁବାର ଗିରଫ କରିଛି। ବିରେନ୍ଦ୍ର ପଞ୍ଚାୟତ ଆକାଉଣ୍ଟରେ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri