ବନ୍ଧୁକ ଡିଲରଙ୍କ ଠିକଣା ପାଇଲା ଏସ୍‌ଟିଏଫ୍‌: ଦୁଇ ବେପାରୀଙ୍କୁ ଧରି ଓଡ଼ିଶା ସୀମାକୁ ଗଲା ଟିମ୍‌

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡାରେ ବନ୍ଧୁକ ବିକ୍ରି କରୁଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିଲେ ଛାଡ଼ଖଣ୍ଡର ବିବିଏ ଛାତ୍ର ସାନୁ ପାଦର ଓ ଖଣ୍ଡଗିରିର ସୁରେଶ ପାଣିଗ୍ରାହୀ। ଉଭୟଙ୍କୁ ଏସ୍‌ଟିଏଫ୍‌ ଶୁକ୍ରବାରଠାରୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଦୁଇ ବନ୍ଧୁକ ବେପାରୀଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଥିଲେ। ଜେରାବେଳେ ଏସ୍‌ଟିଏଫ୍‌କୁ ଏକ ବଡ଼ ସୁରାକ ମିଳିଛି। ଦୁଇ ଅଭିଯୁକ୍ତ ବନ୍ଧୁକ ଆଣୁଥିବା ଡିଲରଙ୍କ ଠିକଣା ଏସ୍‌ଟିଏଫ୍‌ ହାତରେ ଲାଗିଛି। ଏହି ଆଧାରରେ ଏକ ଟିମ୍‌ ସେମାନଙ୍କୁ ଧରି ବନ୍ଧୁକ ଡିଲର ଓ ଅନ୍ୟଜଣେ ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏହି ଟିମ୍‌ ଉଭୟଙ୍କୁ ଓଡ଼ିଶା ଏବଂ ଛତିଶଗଡ଼ ସୀମାକୁ ନେବେ। ସୀମାରେ ଜଣେ ଡିଲର ସାନୁଙ୍କୁ ବନ୍ଧୁକ ଦେଇଥାନ୍ତି। ସାନୁ ଉକ୍ତ ବନ୍ଧୁକ ଓଡ଼ିଶା ଆଣି ବିକ୍ରି କରିଥାନ୍ତି। ତେଣୁ ଏସ୍‌ଟିଏଫ୍‌ ୨ଜଣଙ୍କୁ ରିମାଣ୍ଡରେ ଆଣିବା ପରେ ସାନୁ ବନ୍ଧୁକ ଆଣୁଥିବା ଡିଲର ସହ ଯୋଗାଯୋଗ କରିଥିଲେ। ଏପରି କି ଏସ୍‌ଟିଏଫ୍‌ ଅନ୍ୟ ଏକ ଫୋନ୍‌ ନମ୍ବର ସାହାଯ୍ୟରେ ଉକ୍ତ ଡିଲରଙ୍କୁ ବନ୍ଧୁକ ଦେବା ପାଇଁ ଡକାଇଛନ୍ତି। ଉକ୍ତ ଡିଲର ଜଣକ ସୋମବାର ବନ୍ଧୁକ ଆଣି ଓଡ଼ିଶା ଛତିଶଗଡ଼ ସୀମାରେ ଦେବେ। ତେଣୁ ଉକ୍ତ ଡିଲରଙ୍କୁ ଧରିବା ପାଇଁ ଏସ୍‌ଟିଏଫର ଏକ ଟିମ୍‌ ଜାଲ ବିଛାଇଛି। ସେଠାରୁ ପୁଣି ଏସ୍‌ଟିଏଫ୍‌ ଟିମ୍‌ ଦୁଇ ଅଭିଯୁକ୍ତଙ୍କୁ ଧରି କୋରାପୁଟ ଯାଇ ସମ୍ପୃକ୍ତ ଅନ୍ୟଜଣଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଯୋଜନା କରିଛି। ଯୋଜନା କାର୍ଯ୍ୟକାରୀ ହେଲେ ଏସ୍‌ଏଫ୍‌କୁ ବଡ ସଫଳତା ମିଳିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri