ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଜିଲାପାଳଙ୍କ ଅନୁରୋଧ  

ଅନୁଗୋଳ ଅଫିସ, ୨୯।୫- କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ୩୦ ତାରିଖ ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା ବେଳେ ଏହାକୁ ଅନୁଗୋଳ ଜିଲାବାସୀ ପାଳନ କରିବାକୁ ଜିଲାପାଳ ମନୋଜ କୁମାର ମହାନ୍ତି ଶୁକ୍ରବାର ଅନୁରୋଧ କରିଛନ୍ତି। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲାପାଳ ଏହି ନିବେଦନ କରିବା ସହ ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସହରର ୪୦ଟି ପୂଜା କମିଟି ଓ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି।
ଜିଲାପାଳ କହିଛନ୍ତି, ସହରାଞ୍ଚଳର ବସ୍ତି ବାସିନ୍ଦା ଓ ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଶନିବାର ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ସମବେତ ଭାବେ ଗାନ କରିବେ। ଏହି ସମୟରେ ଯାନବାହନ ଚଳାଚଳ ଓ ମୋବାଇଲ ବନ୍ଦ ରହିବ। ଅନୁଗୋଳ ସହରର ସମସ୍ତ ପୂଜା କମିଟି, ବଣିକ ସଂଘ, ଅନୁଗୋଳ ନାଗରିକ ମଞ୍ଚ, ବାର୍‌ ଆସୋସିଏଶନ୍‌, ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କର୍ମୀ ଅନୁଷ୍ଠାନ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିଳ୍ପ ସଂସ୍ଥା ନିର୍ଦ୍ଧାରିତ ସମୟରେ ସଙ୍ଗୀତ ଗାନ କରିବେ। ଅନୁଗୋଳ ବଜାରର ପ୍ରତ୍ୟେକ ଛକ ସ୍ଥାନରେ ଏହି ସଙ୍ଗୀତ ଗାନ କରିବାକୁ ଜିଲାପାଳ ବଣିକ ସଂଘର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ଏହି ବୈଠକରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ପୌରପରିଷଦର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ, ଅନୁଗୋଳ କେନ୍ଦ୍ରୀୟ ପୂଜା କମିଟି ସାଧାଣର ସମ୍ପାଦକ ଦିଲୀପ କୁମାର ପ୍ରଧାନ, କୋଷାଧ୍ୟକ ଅକ୍ଷୟ କୁମାର ଦାସ, ବସ୍‌ ମାଲିକ ସଂଘ ସମ୍ପାଦକ ରାଜୁ ମିଶ୍ର, ନୃତ୍ୟ ନିଳୟର ଯଜ୍ଞ ରାୟ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri