ବଦଳିବ ହୀରାକୁଦ ଡ୍ୟାମ୍‌ର ପୁରୁଣା ଯନ୍ତ୍ରାଂଶ

ସମ୍ବଲପୁର,୮।୧(ବ୍ୟୁରୋ):ହୀରକୁଦ ଡ୍ୟାମ୍‌ର ସୁରକ୍ଷାକୁ ନେଇ ଏକ ବିଶେଷଜ୍ଞ ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେମାନେ ଅତିରିକ୍ତ ସ୍ପିଲୱେ, ଗେଟ୍‌, ନଦୀବନ୍ଧ ମରାମତି କାମ, ଗେଟ୍‌ ମରାମତି କାମ ତଦାରଖ କରିବା ସହ ବନ୍ଧର ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ଡ୍ୟାମରେ ପୁରୁଣା କାଳିଆ ଯନ୍ତ୍ରାଂଶ ଲାଗିଛି। ଏହାକୁ ବଦଳାଇ ଆଧୁନିକୀକରଣ କରାଯିବା ଉପରେ ମଧ୍ୟ ବିଚାରବିମର୍ଶ ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଓବାଇକେ ହାଣ୍ଡା, ପୂର୍ବତନ ଅଧ୍ୟକ୍ଷ ଏ. ବି. ପାଣ୍ଡିଆ, ପୂର୍ବତନ ସଦସ୍ୟ ଏସ.କେ.ଜି. ପଣ୍ଡିତ, ବନ୍ଧ ସୁରକ୍ଷା ମୁଖ୍ୟଯନ୍ତ୍ରୀ ପି.ସି. ସାହୁ, ବନ୍ଧ ସୁରକ୍ଷା ନିର୍ଦ୍ଦେଶକ ଅକ୍ଷୟ ଦାସ, ଜଳ ସମ୍ପଦ ବିଭାଗ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଏମ.କେ. ମହାପାତ୍ର, ସୁଧାକର ପତି, ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁନୀଲ ନାଏକ, ଅଧୀକ୍ଷଣ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ବିଶି, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ନରେଶ ବାରିକ, ଅତିରିକ୍ତ ସ୍ପିଲୱେ ଯନ୍ତ୍ରୀ ହିମାଂଶୁ ମିଶ୍ର ପ୍ରମୁଖ ଡ୍ୟାମ ପରିଦର୍ଶନ କରି ଆଲୋଚନାରେ ସାମିଲ ହୋଇଥିଲେ। କମିଟିର ଅଧ୍ୟକ୍ଷ ପାଣ୍ଡିଆ କହିଛନ୍ତି ଯେ, ଡ୍ୟାମ୍‌ ସୁରକ୍ଷିତ ରହିଛି । ପାଣି ଲିକ୍‌ ହେବା ସ୍ଥାନରେ ମରାମତି କରାଯାଉଛି। କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅତିରିକ୍ତ ସ୍ପିଲୱେ କାମ ମଧ୍ୟ ଠିକ ଭାବେ ଚାଲିଛି। ମ୍ୟାପ ଓ ଅଟକଳ ଅନୁସାରେ ଭଲ ଭାବେ କାମ ହେଉଛି। ବନ୍ଧ ପ୍ୟାଚିଂ ମରାମତି କାମ ମଧ୍ୟ ଠିକ ଭାବେ ଚାଲୁଛି । ଜଳଭଣ୍ଡାର ପଟୁ ମାଟିରେ ପୋତି ହେଉଛି। ହେଲେ ଏତେ ବଡ ବନ୍ଧ ହୋଇଥିବାରୁ ପଟୁମାଟି ଉଦ୍ଧାର କରିବା କଷ୍ଟକର। ଏହାର ବିକଳ୍ପ ବ୍ୟବସ୍ଥା କରାଯାଇ ପଟୁମାଟି ଉଦ୍ଧାର କରାଯିବ। ଗେଟ୍‌ ଓ ଅନ୍ୟାନ୍ୟ ସ୍ଥାନରେ ପୁରୁଣା ଯନ୍ତ୍ରାଂଶ ଲାଗି ରହିଛି । ଏବେ ତାହା ଅତ୍ୟାଧୁନିକ କରଣ କରିବା ଆବଶ୍ୟକ ରହିଛି। ଏ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri