ଅନୁଗୋଳ ଅଫିସ୍, ୭।୩ – ଅନୁଗୋଳ ଜିଲାରେ ବଢ଼ୁଛି ଚୋରା ଡିନାମାଇଟ୍ କାରବାର। ଏହାକୁ ବିସ୍ଫୋରଣ କରି ନଦୀ, ଯୋର ଆଦିରୁ ମାଛ ମାରିବା ସହଜ ହେଉଥିବାରୁ ଅଧିକରୁ ଅଧିକ ଲୋକ ଏ ନେଇ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି। ଫଳରେ କେତେଜଣ ଚୋରା ବ୍ୟବସାୟୀ ଏହାର ସୁଯୋଗ ନେଇ ସ୍ବଳ୍ପ ଦରରେ ଏପରି ବିସ୍ଫୋରକ ବିକ୍ରି କରୁଥିବା ଅଭିଯୋଗ ହେଉଛି। କିନ୍ତୁ ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ସାଜି ମଣିଷକୁ ଦରମରା କରୁଛି। ଗତ ୪ ମାସ ମଧ୍ୟରେ ୨ଟି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା କୁହାଯାଉଥିଲେ ବି ପୋଲିସ ନିକଟରେ ଡିନାମାଇଟ୍ ବିସ୍ଫୋରଣ ସମ୍ପର୍କରେ କିଛି ବି ସୂଚନା ନାହିଁ। ବିସ୍ଫୋରଣରେ ଆହତ ହେଉଥିବା ଲୋକେ ବାଣ ଫୁଟିଥିବା ତଦନ୍ତ ବେଳେ କହୁଥିବାରୁ ପୋଲିସ ଏ ଦିଗରେ ଆଗେଇପାରୁ ନ ଥିବା ଅନୁଗୋଳ ଏସ୍ଡିପିଓ ପ୍ରକାଶ କରିଛନ୍ତି।
ଅନୁଗୋଳ ଜିଲାରେ ଥିବା ବିଭିନ୍ନ ପଥର କ୍ୱାରୀ ପାଇଁ ଡିନାମାଇଟ୍ ଓ ଅନ୍ୟ ବିସ୍ଫୋରକ ଆସୁଛି। କିନ୍ତୁ ଅସାଧୁ ବ୍ୟବସାୟୀମାନେ ଏହାକୁ ଚୋରାରେ ଲୋକଙ୍କୁ ବିକ୍ରି କରୁଛନ୍ତି। ବିଶେଷକରି ଏପରି ବିସ୍ଫୋରକ ବ୍ୟବହାର କରି ଯେଉଁମାନେ ନଦୀ ଓ ଯୋରରୁ ମାଛ ମାରୁଛନ୍ତି ସେମାନେ ସମ୍ପୃକ୍ତ ଚୋରା ବ୍ୟବସାୟୀଙ୍କ ସହ ସିଧାସଳଖ ସମ୍ପର୍କରେ ରହୁଛନ୍ତି। ଆବଶ୍ୟକ ସ୍ଥଳେ ଅଧିକରୁ ଅଧିକ ବିସ୍ଫୋରକ ନେଇ ସେମାନେ ବିଭିନ୍ନ ନଦୀ, ଯୋରରୁ ସହଜରେ ମାଛ ମାରି ବେଶ୍ ଲାଭବାନ ହେଉଛନ୍ତି। କିନ୍ତୁ ଡିନାମାଇଟର ଏପରି ଅପବ୍ୟବହାର ଯୋଗୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ ଡିସେମ୍ବରରେ ବଉଳୀ ଯୋରରେ ମାଛ ମାରିବାବେଳେ ୫ ଜଣ ଆହତ ହୋଇଥିଲେ। ସେହିପରି ଲିଙ୍ଗରା ନାଳରେ ମାଛ ମାରିବାକୁ ଯାଇ ୪ ଜଣ ଆହତ ହୋଇଥିଲେ। ଡିନାମାଇଟ୍ ଖଞ୍ଜୁଥିବାବେଳେ ଏହା ବିସ୍ଫୋରଣ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ମଧ୍ୟ ହୋଇଥିଲେ। ଜଣଙ୍କ ଛାତିରେ ପଥର ଖଣ୍ଡ ବାଜିବା ସହ ଗୋଟିଏ ହାତ ପାପୁଲି ଛିଣ୍ଡିଯାଇଥିବା ସେତେବେଳେ ମେଡିକାଲ ସୂତ୍ରରୁ ଜଣାପଡ଼ିଥିଲା। କିନ୍ତୁ ପୋଲିସ ନିକଟରେ ଏ ନେଇ ସେପରି କିଛି ତଥ୍ୟ ନାହିଁ। ଏପରି କି ଡିନାମାଇଟ୍ କିପରି ସାଧାରଣ ଲୋକଙ୍କ ହାତକୁ ଆସୁଛି ତାହା ବି ପୋଲିସ ଜାଣିନାହିଁ। ବିସ୍ଫୋରଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେଉଥିବା ଲୋକେ ବାଣ ଫୁଟାଉଥିବା ବେଳେ ଦୁର୍ଘଟଣାର ଶିକାର ହେବା ପୋଲିସକୁ ବୟାନ ଦେଉଥିବା ଏସ୍ଡିପିଓ ସାହୁ କହିଛନ୍ତି। ବିବାହ ଋତୁ ଚାଲୁଥିବାରୁ ଲୋକମାନେ ବାଣର ସାହାରା ନେବା ସହଜ ହୋଇଯାଉଛି। ଏପରି କି ଡିନାମାଇଟ୍ ଫୁଟିବା ନେଇ କୌଣସି ଅଭିଯୋଗ ହେଉ ନ ଥିବାରୁ ପୋଲିସ ହାତ ବାନ୍ଧି ବସିଛି। ଅଭିଯୋଗ ହେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ସ୍ଥାନରେ ବିସ୍ଫୋରଣ ପୂର୍ବରୁ ସୂଚନା ମିଳେ, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଡିପି ପ୍ରକାଶ କରିଛନ୍ତି।
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ
ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…
ଜଙ୍ଗଲରେ ଭୋଜି ମନା
ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…
ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…
ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
Archives

