ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ଝାରସୁଗୁଡା ଅଫିସ୍‌/ ଲଖନପୁର, ୨୪।୪(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଆର୍‌ଆର୍‌ କଲୋନୀରେ ମଙ୍ଗଳବାର ସକାଳ ସାଢେ ୭ଟାରେ ବଡ଼ଭାଇ ସୁଶିଲ ଧୁରୁଆଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ସୁରେଶ ଧୁରୁଆ(୩୫)ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ପ୍ରଥମେ ଝାରସୁଗୁଡା ଜିଲା ମୁଖ୍ୟଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ୍‌ ସୂତ୍ରରୁ ଜଣାପଡିଛି। ଖବରପାଇ ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡାଙ୍କ ସମେତ ଏକ ପୋଲିସ୍‌ ଟିମ୍‌ ଆର୍‌ଆର୍‌ କଲୋନୀରେ ପହଞ୍ଚି ରକ୍ତମୁଖା ବଡଭାଇ ସୁଶିଲଙ୍କୁ ଗିରଫ କରିଛି। ଏହା ସହ ବ୍ୟବହୃତ ରକ୍ତଲଗା ଟାଙ୍ଗିଆକୁ ଜବତ କରିଛି। ପୋଲିସ ଏନେଇ ବଡମାଲ ଥାନାରେ ଏକ ମାମଲା ( ନଂ.୬୪/୨୦୧୯) ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri