Posted inଖେଳ

ବଡ଼ଭଉଣୀ ବ୍ଲାକମେଲ କରୁଛନ୍ତି: ଦୂତୀ

ଭୁବନେଶ୍ୱର,୨୨।୫ (ସ୍ପୋଟର୍‌ସ ବ୍ୟୁରୋ)- ଦେଶର ଦ୍ରୁତତମ ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିବା ପରେ କେବଳ ରାଜ୍ୟ ନୁହଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏପରିକି ଲୋକେ ଦେଶରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ, ଏକ୍‌ଜିଟ୍‌ ପୋଲ୍‌ର ଫଳାଫଳ ଓ ୨୩ ତାରିଖ ଦିନ ଘୋଷିତ ହେବାକୁ ଥିବା ନିର୍ବାଚନ ଫଳାଫଳକୁ କିଛି ସମୟ ପାଇଁ ଭୁଲି ଯାଇଛନ୍ତି। ଦୂତୀଙ୍କ ଏହି ସମଲିଙ୍ଗୀ ସମ୍ପର୍କକୁ ତାଙ୍କର ପରିବାର ସଦସ୍ୟ ଖୋଲାଖୋଲି ବିରୋଧ କରିବା କଥା କାହାକୁ ଅଛପା ନାହିଁ। ଏବେ ଦୂତୀ ଏ ସଂକ୍ରାନ୍ତରେ ନିଜର ମୁହଁ ଖୋଲିଛନ୍ତି। ମଙ୍ଗଳବାର ଆୟୋଜିତ ହୋଇଥିବା ଏକ ଖବରରଦାତା ସମ୍ମିଳନୀରେ ସେ ନିଜ ମନକଥା ଖୋଲି କହିଛନ୍ତି। ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ସେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରି ସାହସିକତାର ପରିଚୟ ଦେଇଛନ୍ତି। ତେବେ ଏ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ସମ୍ପର୍କକୁ ନେଇ ପରିବାର ଲୋକେ ବିରୋଧ କରିଥିବାରୁ ସେ ଏହାକୁ ନାପସନ୍ଦ କରିଛନ୍ତି। ପରିବାର ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୁଆଁଇବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କୁ ପରିବାରରୁ ବେଦଖଲ କରିବାକୁ ପୂର୍ବରୁ ଧମକ ଦିଆଯାଇଥିଲା ବୋଲି ସେ କହିଥିଲେ। ଖାସ କରି ନିଜ ବଡ଼ଭଉଣୀ ସରସ୍ବତୀ ଚାନ୍ଦଙ୍କ ବିରେଧାରେ ଦୂତୀ ବିଷୋଦ୍‌ଗାର କରିଛନ୍ତି।
ସମଲିଙ୍ଗୀ ବୋଲି ଜଣାପଡ଼ିବା ପରେ ମୋତେ ଘରୁ ବାହାର କରିବାକୁ ମୋବଡ଼ ଭଉଣୀ ଧମକ ଦେଇଛନ୍ତି ବୋଲି ସେ ଖୋଲାଖୋଲି କହିଛନ୍ତି। ମୋ ସମ୍ପର୍କ ବିଷୟରେ ଜାଣିବା ପରେ ସରସ୍ବତୀ ବ୍ଳାକମେଲ କରିଆସୁଥିଲେ। ଏଥିପାଇଁ ସେ ମୋଠାରୁ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ । ଥରେ ସେ ମୋତେ ବାଡ଼େଇଥିଲେ ଓ ଏ ନେଇ ମୁଁ ଥାନାରେ ଏତଲା ଦେଇଥିଲି। ସେ ବରାବର ବ୍ଲାକମେଲ୍‌ କରିବା ପରେ ମୋ ସମ୍ପର୍କ ନେଇ ମୁହଁ ଖୋଲିବାକୁ ବାଧ୍ୟହୋଇଥିଲି ବୋଲି ଦୂତୀ ସ୍ପଷ୍ଟ କରିଛନ୍ତି। ୩ ବର୍ଷ ପୂର୍ବରୁ ଆମର ସମ୍ପର୍କ ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହଁ ମା’ଙ୍କୁ ମୋ ବିରୋଧରେ ପରିବାର ଲୋକେ ଉସ୍‌କାଇଛନ୍ତି। ମୋ ବିରୋଧରେ ଏକ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ପରିବାର ପାଇଁ ମୁଁ କିଛି କରିନାହିଁ ବୋଲି ମୋ ବିରୋଧରେ ଅପବାଦ କରାଯାଉଛି। କିନ୍ତୁ ତାହା ଆଦୌ ସତ ନୁହେଁ ବୋଲି ସେ କହିଛନ୍ତି। ଭାଇ, ଭଉଣୀ, ମା- ବାପାଙ୍କ ପାଇଁ ମୁଁ ଯଥା ସାଧ୍ୟ ସବୁ କିଛି କରିଛି। ଗାଁରେ ପରିବାର ଲୋକଙ୍କ ପାଇଁ ଘର କରିଛି। ଭଉଣୀମାନଙ୍କୁ ପଢ଼ାଇବାରେ ସାହାଯ୍ୟ କରିଛି। ଏପରିକି ଜଣେ ଭଉଣୀଙ୍କୁ ଗାଡି ଦେଇଛି। ମୋ ବିରୋଧରେ ମା’ଙ୍କୁ ମତାଇବାକୁ ପରିବାର ଲୋକେ ପ୍ରୟାସ କରିଛନ୍ତି। ଏହା ମୋତେ ଦୁଃଖ ଦେଇଛି। ତେବେ ପରିବାର ସଦସ୍ୟଙ୍କ ଚାପ୍‌ ଆଗରେ ମୁଣ୍ଡ ନୁଆଁଇବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏବେ ମୁଁ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ ଫୋକସ କରୁଛି ବୋଲି ଦୂତୀ କହିଛନ୍ତି। ଆୟୋଜିତ ଖବରଦାତା ସମ୍ମିଳନୀରେ ଦୂତୀଙ୍କ ସମେତ, ମିରା ପରିଡା, ସାଧନା ମିଶ୍ର, ଦୀପକ ମହାପାତ୍ର ଓ ତପି ମିଶ୍ର ଉପସ୍ଥିତ ଥିଲେ।
ପୂର୍ବରୁ ସରସ୍ବତୀ ମୋ ଭାଇଙ୍କୁ ମଧ୍ୟ ଘରୁ ବାହାର କରିଦେଇଥିଲେ। ଭାଉଜଙ୍କୁ ସେ ପସନ୍ଦ କରୁ ନ ଥିବାରୁ ସେ ଏଭଳି କଠୋର ନିଷ୍ପତ୍ତି ନେଇଥିଲେ। ସମଲିଙ୍ଗୀ ସମ୍ପର୍କ ନେଇ ସରସ୍ବତୀ ମୋତେ ଜେଲ ପଠାଇବାକୁ ମଧ୍ୟ ଧମକ ଦେବାକୁ ପିଛାଇ ନ ଥିଲେ ବୋଲି ସେ କହିଛନ୍ତି। ପୂର୍ବରୁ ନିଜ ତଥାକଥିତ ବାନ୍ଧବୀଙ୍କ ତାଙ୍କ ଗଁାର ବୋଲି ଦୂତୀ କହିଥିଲେ। କ୍ରୀଡ଼ା ହିଁ ଆମ ଦୁହିଁଙ୍କୁ ଏକାଠି କରିଥିଲା। ଏହା ମୋର ବ୍ୟକ୍ତିଗତ ପସନ୍ଦ। ସମସ୍ତଙ୍କୁ ସ୍ବାଧୀନ ଭାବେ ବଞ୍ଚିବାର ଅଧିକାର ଅଛି। ଆମେ କିଛି ଅପରାଧ କରୁନାହୁଁ ବୋଲି ସେ ପୂର୍ବରୁ କହିଥିଲେ। ଯଦି ସବୁ କିଛି ଠିକ୍‌ଠାକ୍‌ ଚାଲେ ସାଥିହୋଇ ବାନ୍ଧବୀଙ୍କ ସହ ଭବିଷ୍ୟତରେ ଆମେ ଏକାଠି ରହିବୁ ବୋଲି ଦୂତୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri