ବଟ୍‌ଲିଂ ପ୍ଲାଣ୍ଟ, ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ଉଦ୍‌ଘାଟନ ଆଜି: ଯୋଗଦେବେ ଉପରାଷ୍ଟ୍ରପତି

ବଲାଙ୍ଗୀର ଅଫିସ, ୨୭-୧୨:ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟ ଏବଂ ରାଜେନ୍ଦ୍ର କଲେଜ ପ୍ଲାଟିନମ୍‌ ଜୁବିଲି ସମାରୋହ ଉଦ୍‌ଘାଟନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଉଭୟ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଯୋଗଦେବେ ଭାରତର ଉପରାଷ୍ଟ୍ରପତି ଏମ୍‌.ଭେଙ୍କିୟା ନାଇଡୁ। ସକାଳ ୮ଟା ୫ମିିନିଟ୍‌ରେ ରାୟପୁରରୁ ଭାରତୀୟ ବାୟୁସେନାର ହେଲିକପ୍ଟର ଯୋଗେ ଆସି ଉପରାଷ୍ଟପତି ନାଇଡୁ ପୂର୍ବାହ୍ନ ୯ଟାରେ ପଥରଚେପା ହେଲିପ୍ୟାଡରେ ପହଞ୍ଚତ୍ବେ। ସେଠାରୁ ବରକାନୀ ଯାଇ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ। ପରେ ସେଠାରୁ ରାଜେନ୍ଦ୍ର କଲେଜକୁ ଆସି ପ୍ଳାଟିନମ୍‌ ଜୁବିଲି କାର୍ଯ୍ୟକ୍ରମରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ବଲାଙ୍ଗୀର ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସହରରେ ୩୦ ପ୍ଳାଟୁନ୍‌ ଫୋର୍ସ ମୁତୟନ କରାଯାଇଥିତ୍ବା ସମ୍ବଲପୁର ଡିଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ଗୁରୁବାର ଡିଆଇଜି ହିମାଂଶୁ ଲାଲ, ଏସ୍‌ପି ସନ୍ଦୀପ ମାଡକର ଓ ଜିଲାପାଳ ଅରିନ୍ଦମ ଡାକୁଆ ସମସ୍ତ ସୁରକ୍ଷା ତଦାରଖ କରିଛନ୍ତି। ଏହା ସହିତ ସମସ୍ତ କାର୍ଯ୍ୟ ପ୍ରୋଟକଲ ଅନୁଯାୟୀ ହେଉଥିବା ସୂଚନା ଦେଇଛନ୍ତି। ବିପିସିଏଲ୍‌ ବଟ୍‌ଲିଂ ପ୍ଲାଣ୍ଟ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, କନକ ବର୍ଦ୍ଧନ ସିଂଦେଓ ଅତିଥିଭାବେ ଯୋଗଦାନ କରିବେ। ପ୍ରଥମ ଥର ପାଇଁ ବଲାଙ୍ଗୀରକୁ ଦେଶର କୌଣସି ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ହୋଇଛି। ତେବେ ପୂର୍ବରୁ ଏମ୍‌. ଭେଙ୍କିଆ ନାଇଡୁ ଭାଜପା ଦଳରେ କାର୍ଯ୍ୟକର୍ତ୍ତା ଥିତ୍ବାବେଳେ ବଲାଙ୍ଗୀର ଗସ୍ତରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ରାଜ୍ୟରେ ଗତ ଏପ୍ରିଲ ୧୫ରୁ ୨୧ଦିନ ଧରି ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ବଲାଙ୍ଗୀର, ନୟାଗଡ଼, ନୂଆପଡ଼ା, ଗଞ୍ଜାମ,...

ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ଦେଶର ସବୁଠାରୁ ବଡ଼ ଦୁର୍ନୀତି : ପ୍ରଶାନ୍ତ ଭୂଷଣ

ଭୁବନେଶ୍ୱର,୬।୫(ଅସମାପିକା ସାହୁ):ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ରବିବାର ଭାରତୀୟ ବିଦ୍ୟାଭବନଠାରେ ‘ସମ୍ବିଧାନ ପ୍ରଦତ୍ତ ସୂଚନା ଅଧିକାର ଓ ନିର୍ବାଚନୀ ବଣ୍ଡ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri