ବଜେଟ ଆଲୋଚନା: ଅର୍ଥ ମନ୍ତ୍ରୀଙ୍କ ଉତ୍ତର: ଗଠନଧର୍ମୀ ମତାମତକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟ ସରକାର ବିରୋଧୀ ଦଳର ଗଠନଧର୍ମୀ ପ୍ରସ୍ତାବକୁ ଗ୍ରହଣ କରିବେ। ଉତ୍ତମ ପ୍ରସ୍ତାବକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ସରକାର ସୀମା ଭିତରେ ରହି ଋଣ କରୁଛନ୍ତି। ଏପରି କି ନିୟମିତ ବ୍ୟବଧାନରେ ପରିଶୋଧ ମଧ୍ୟ କରାଯାଉଛି। ତେଣୁ ରାଜ୍ୟର ଋଣଭାର ନେଇ ବିରୋଧୀ ସଦସ୍ୟ ଭୟଭୀତ ହେବା ଅନୁଚିତ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର କହିଛନ୍ତି। ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ପୂଜାରୀ ଏହି କଥା କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ କୃଷିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏକଦା ରାଜ୍ୟ ୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦନ କରୁଥିଲା। ହେଲେ ତାହା ଅଦ୍ୟାବଧି ୫୫ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ଚାଷୀର ବର୍ତ୍ତମାନ ଆୟଠାରୁ ଦ୍ୱିଗୁଣ କରାଯିବାର ସମସ୍ତ ପଦକ୍ଷେପ ନିଆଯିବ। କୃଷକଙ୍କୁ ଠିକ୍‌ ସମୟରେ ଉତ୍ତମ ବିହନ ଯୋiଗାଇ ଦିଆଯିବା ସହ ବୈଜ୍ଞାନିକ ପ୍ରଣାଳୀରେ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ। ଧାଡି ରୁଆ ପ୍ରଣାଳୀ ବେଶ୍‌ ଆଦୃତି ଲାଭ କରିଛି। ଚାଷୀଙ୍କୁ ସହାୟତାରେ କାଳିଆ ଯୋଜନା ବିଶେଷ ଭୂମିକା ନେବ। ୨୦୦୩ରୁ ୨୦୧୩ ମଧ୍ୟରେ ରାଜ୍ୟରେ ଥିବା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଥିବା ନିରଞ୍ଜନ କହିଥିଲେ। ସେହିଭଳି ରାଜ୍ୟରେ ଅଧିକ ପୁଞ୍ଜିନିବେଶ କରି ରାଜସ୍ବ ଆୟ କରିବାର ଲକ୍ଷ୍ୟ ରଖାଯାଇଛି। ସଞ୍ଜୀବ ହୋତା କମିଶନଙ୍କ ସୁପାରିସ ମଧ୍ୟ ଲାଗୁ କରାଯିବା ନେଇ ଚେଷ୍ଟା କରାଯିବ। ଖଣି ଅଞ୍ଚଳରେ କର ବ୍ୟବସ୍ଥାର ଯେଉଁ ପ୍ରସ୍ତାବ ଆସିଛି, ସେ ଦିଗରେ ମଧ୍ୟ କାର୍ଯ୍ୟ କରାଯିବ। ଖଣି କ୍ଷେତ୍ରରୁ ରାଜସ୍ବ ଆୟ ବୃଦ୍ଧି କରାଯିବ। ବଜେଟରେ କାର୍ଯ୍ୟକ୍ରମଭିତ୍ତିକ ଖର୍ଚ୍ଚ ଅଧିକ ରହିଛି। ସମାଜର ସବୁ କ୍ଷେତ୍ର ଓ ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ଏକଦା ଚାଉଳ ପାଇଁ ପଞ୍ଜାବ ଓ ହରିୟାଣା ଉପରେ ନିର୍ଭର କରୁଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌)କୁ ସେହି ସବୁ ରାଜ୍ୟର ଯୋଗଦାନ ଥିଲା। ହେଲେ ଏବେ ସମୟ ବଦଳିଛି, ଓଡ଼ିଶା ଏକାଧିକ ଥର କୃଷି କର୍ମଣ ପୁରସ୍କାର ପାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ଚାଉଳ ଯୋଗାଉଥିବା ମନ୍ତ୍ରୀ ପୂଜାରୀ କହିଛନ୍ତି। ସେହିପରି ବିଭିନ୍ନ ସଂସ୍ଥା ଉପରେ ବିଦ୍ୟୁତ ଶୁଳ୍କ, ଜଳ କର ଏବଂ ବାଣିଜି୍ୟକ କର ବକେୟା ରହିଛି। ସେସବୁର ଅସୁଲ ପ୍ରକ୍ରିୟା ଜାରି ରହିଛି। କେତେକ ମାମଲା ଅଦାଲତରେ ମଧ୍ୟ ରହିଛି, ତାହାର ସମାଧାନ ନେଇ ତ୍ୱରିତ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଦୁଇ ଦିନ ଧରି ଚାଲିଥିବା ବଜେଟ ଆଲୋଚନାରେ ଶାସକ ଓ ବିରୋଧୀ ଦଳରୁ ଅଂଶଗ୍ରହଣ କରିଥିବା ୨୨ ଜଣ ସଦସ୍ୟଙ୍କୁ ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri