ଭୋପାଳ,୧୭।୧୦: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ପ୍ରତିଶ୍ରୁତି ନୋଟକୁ ମହାମିଛ ପତ୍ର ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି କଂଗ୍ରେସର ମାନିଫେଷ୍ଟୋ ଜାରି ଉପରେ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା କଂଗ୍ରେସର ଏକ ବଚନ ପତ୍ର ନୁହେଁ, ମହାମିଛ ପତ୍ର। ପାଞ୍ଚ ବର୍ଷ ପୂର୍ବେ ମଧ୍ୟ କଂଗ୍ରେସ ୯୦୦ ରୁ ଅଧିକ ପ୍ରତିଶ୍ରୁତି ଦେଇଥିଲା, ସେଥିମଧ୍ୟରୁ ୯ଟି ମଧ୍ୟ ପୂରଣ ହୋଇ ନ ଥିଲା। କଂଗ୍ରେସ କେବଳ ଗୋଟିଏ ନୁହେଁ, ଅନେକ ପ୍ରତିଶୃତି ଦେଇଥିଲା, ଯାହା ସବୁ ମିଥ୍ୟା ହୋଇଯାଇଥିଲା। ଆଜି କଂଗ୍ରେସ ପୁଣି ଥରେ ଏକ ବଡ ମିଛ ପତ୍ର ଉପସ୍ଥାପନ କରିଛି। ଜନସାଧାରଣ ଏହି ମିଥ୍ୟାକୁ ବିଶ୍ୱାସ କରିବେ ନାହିଁ, କାରଣ ଜନସାଧାରଣ ଜାଣନ୍ତି ଯେ ଭାଜପା ଯାହା କହୁଛି ତାହା ପୂରଣ କରେ ଏବଂ ଯାହା କହୁ ନାହିଁ ତାହା ମଧ୍ୟ ପୂରଣ କରେ।
ମଧ୍ୟପ୍ରଦେଶ କଂଗ୍ରେସ ମଙ୍ଗଳବାର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ ଜାରି କରିଛି। କଂଗ୍ରେସ ଏହାର ମାନିଫେଷ୍ଟୋକୁ ବଚନ ପତ୍ର ଭାବେ ନାମିତ କରିଛି। ଏଥିରେ ୧୦୧ ଗ୍ୟାରେଣ୍ଟି ମଧ୍ୟ ଉଲ୍ଲେଖ କରିଛି।
କ୍ରିକେଟ କପ୍: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ
କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...
ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର
ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...
ତୃତୀୟ ଟି୨୦ରେ ଭାରତର ଦମ୍ଦାର ବିଜୟ: ୨-୧ରେ ସିରିଜ୍ ଅଗ୍ରଣୀ
ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍ ବାକି...
ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର
ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...
ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ
ନୂଆଦିଲ୍ଲୀ,୧୪।୧୨: ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...
ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ
ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...
ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...
୧୧୭ ରନ୍ରେ ଅଟକିଲା ଦକ୍ଷିଣ ଆଫ୍ରିକା
ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍ରେ ୧୧୭ ରନ୍ରେ ଅଲ୍ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍ର...
Archives


