Posted inଖେଳ

ବକ୍ସର ଅମିତ୍‌ଙ୍କୁ ୧ ନମ୍ବର ମାନ୍ୟତା

ନୂଆଦିଲ୍ଲୀ, ୧୩।୨ (ପି.ଟି.)- ଆସନ୍ତା ମାସରେ ହେବାକୁ ଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ବକ୍ସିଂ ଟ୍ୟାକ୍ସ ଫୋର୍ସ ଭାରତର ଅମିତ୍‌ ପଙ୍ଘଲଙ୍କୁ ଏକ ନମ୍ବର ମାନ୍ୟତା ପ୍ରଦାନ କରିଛି। ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଅମିତ୍‌ (୫୨ କିଗ୍ରା) ଗତ ଦଶନ୍ଧି ମଧ୍ୟରେ ବିଶ୍ୱରେ ଏହି କାଟାଗୋରୀରେ ଶୀର୍ଷ ସ୍ଥାନ ହାସଲ କରିବାରେ ପ୍ରଥମ ଭାରତୀୟ ବକ୍ସର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିପୂର୍ବରୁ ୨୦୦୯ରେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ବିଜେନ୍ଦର ସିଂ ଏହି ସଫଳତା ପାଇଥିଲେ। ମୋଟ୍‌ ୪୨୦ ପଏଣ୍ଟ ସହିତ ୨୪ ବର୍ଷୀୟ ପଙ୍ଘଲ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିଛନ୍ତି। ‘ଏହା ମୋ ପାଇଁ ବହୁତ ଖୁସିର ଦିନ। ଏବେ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ଏହା ମୋତେ ସିଡ୍‌ ପ୍ରଦାନ କରିବ। ବିଶ୍ୱର ଏକ ନମ୍ବର ମାନ୍ୟତା ମୋର ଆତ୍ମ ବିଶ୍ୱାସକୁ ମଧ୍ୟ ବଢ଼ାଇବ’ ବୋଲି ରୋହତକ ଜନ୍ମିତ ପଙ୍ଘଲ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଆର୍ଥିକ ପରିଚାଳନାରେ ତ୍ରୁଟି କରିବା କାରଣରୁ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ)କୁ ବାସନ୍ଦ କରାଯାଇଛି। ତେଣୁ ଆଇଓସି ଟ୍ୟାକ୍ସ ଫୋସକୁ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଆୟୋଜନ କରିବାକୁ ଅନୁମତି ପାଇଛି। ଚଳିତ ବର୍ଷ ଶେଷ ଭାଗକୁ ଟୋକିଓ ଅଲିମ୍ପିକ ଅନୁଷ୍ଠିତ ହେବାକୁ ଥିବାରୁ ଆଗାମୀ ଦିନରେ ଏହା ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଆଇଓସି ଟ୍ୟାକ୍ସ ଫୋର୍ସ ଆୟୋଜନ କରିବ। ଗତ ପୁରୁଷ ଓ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ ପ୍ରଦର୍ଶନକୁ ଆଧାର କରି ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri