ଫ୍ଲାଏ ଓଭରରେ ଆପ୍ରୋଚ ରୋଡ୍‌ ୬ ଇଞ୍ଚ ଦବିଯିବା ଘଟଣା: ଠିକା ସଂସ୍ଥା କଲା ମରାମତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ହାଇଟେକ ଛକ ନିକଟସ୍ଥ କଟକ-ପୁରୀ ବାଇପାସ୍‌ ପ୍ଲାଏ ଓଭରବ୍ରିଜ୍‌ର ଆପ୍ରୋଚ୍‌ ରୋଡ୍‌ ରବିବାର ୬ଇଞ୍ଚ ଦବି ଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୋମବାର ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ସେହି ସ୍ଥାନକୁ ମରାମତି କରାଯାଇଛି। ପୂର୍ବାହ୍ନରୁ କାମ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ପୂର୍ତ୍ତ ବିଭାଗ ଏବଂ ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ଠିକାସଂସ୍ଥାର ଜଣେ ଅଧିକାରୀଙ୍କ ତତ୍ତ୍ୱାବଧାନରେ ମରାମତି କାମ ଆରମ୍ଭ ହୋଇଥିଲା। ଦବିଥିବା ସ୍ଥାନରେ ପକାଯାଇଥିବା ବାଲିବସ୍ତାଗୁଡ଼ିକୁ ପ୍ରଥମେ କଢାଯାଇଥିଲା। ପରେ ସେହି ସ୍ଥାନକୁ ସଫା କରାଯିବା ସହ ପିଚୁ ଓ ଚିପ୍ସ ପକାଯାଇ ରୋଲର ଦ୍ୱାରା ଚପାଯାଇଥିଲା। ମରାମତି ହୋଇଥିଲେ ମଧ୍ୟ ଦବିଥିବା ସ୍ଥାନ ନିକଟ ବାଡ଼ା (ବ୍ରିଜ୍‌ ଓ୍ବାଲ୍‌)ରେ ଫାଟ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ମରାମତି ସମୟରେ ଯେପରି ଟ୍ରାଫିକ ସମସ୍ୟା ସହ କୌଣସି ଦୁର୍ଘଟଣା ନ ଘଟିବ ସେଥିଲାଗି ପୋଲିସ ମୁତୟନ ରହି ଉକ୍ତ ସ୍ଥାନକୁ କର୍ଡନ କରି ରଖିଥିଲେ। ରବିବାର ସନ୍ଧ୍ୟାରୁ ମରାମତି ଶେଷ ହେବା ପର୍ଯ୍ୟନ୍ତ ପୋଲିସ ଉକ୍ତ ସ୍ଥାନକୁ କର୍ଡନ କରି ରଖିଥିଲା। ସ୍ଥାନୀୟ ପଳାଶୁଣି ଗ୍ରାମର ସନ୍ତୋଷ ସାସମଲ କହିଛନ୍ତି, ରଥଯାତ୍ରା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ରିଜ୍‌ର ବିଭିନ୍ନ ସ୍ଥାନରେ ୪ଥର ଦବିଲାଣି। ଏ ନେଇ ଆମେ ଠିକା ସଂସ୍ଥାକୁ ଜଣାଇଥିଲେ ମଧ୍ୟ କିଛି ଶୁଣୁନାହିଁ। ଆଗକୁ ଯଦି ପୁଣି ଆପ୍ରୋଚ୍‌ ରୋଡ୍‌ ଦବିବ ତାହାଲେ ଆମେ ରାସ୍ତାରୋକୋ ଭଳି ବଡ ଆନ୍ଦୋଳନ କରିବୁ। ଏ ନେଇ ଠିକା ସଂସ୍ଥାର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଏହି ସ୍ଥାନ ଦବି ଯାଇଛି। ଏହା ଫ୍ଲାଏ ଓଭରବ୍ରିଜ୍‌ର କିଛି କ୍ଷତି ଘଟାଇବ ନାହିଁ। ବ୍ରିଜ୍‌ଟି ଗୋଟିଏ ଗୋଟିଏ ପ୍ଲେଟ୍‌ରେ ନିର୍ମାଣ ହୋଇଥିବାବେଳେ ଆପ୍ରୋଚ ରୋଡ୍‌ର କିଛି ଅଂଶ ଦବିଛି। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ। ତେବେ ବ୍ରିଜ୍‌ ନିର୍ମାଣ ପାଇଁ ଆମକୁ ଯଥେଷ୍ଟ ସମୟ ମିଳି ନ ଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ତୁରନ୍ତ କାମ ସାରିବା ଲାଗି ଠିକା ସଂସ୍ଥାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ଏକ ଭାରିଯାନ ହାଇଟେକ୍‌ ଛକ ନିକଟସ୍ଥ କଟକ-ପୁରୀ ବାଇପାସ ଫ୍ଲାଏଓଭର ଦେଇ ଯିବା ସମୟରେ ତାହା ଦବି ଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ହୋ ହଲ୍ଲା କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ପହଞ୍ଚି ସେହି ସ୍ଥାନକୁ କର୍ଡନ କରିଥିଲା। ଦବିଥିବା ସ୍ଥାନରେ ବାଲିବସ୍ତା ପକାଯାଇଥିଲା। ଆଲୋକ ବ୍ୟବସ୍ଥା ସହ ଓଡ୍ରାଫ ଟିମ୍‌ ରାତିସାରା ଜଗି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri