Posted inଫୁରସତ

ଫୋଲ୍ଡ ହୋଇପାରୁଥିବା ଇ-ବାଇକ୍‌

ବଢ଼ିଚାଲିଥିବା ପ୍ରଦୂଷଣକୁ ରୋକିବା ଲାଗି ଏବେ ଇ-ବାଇକ୍‌ ଓ କାର୍‌କୁ ଗୁରୁତ୍ୱ ଦିଆଯାଉଛି। ଏହାର ବ୍ୟବହାର ଯେମିତି ବହୁଳଭାବେ ହେବ ସେଥିପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନା କରୁଛନ୍ତି। ଏବେକାର ଏହି ଆବଶ୍ୟକତାକୁ ନଜରରେ ରଖି ‘ସ୍ମାଡୋ ଲାବ୍ସ’ ନାମକ ଏକ ପ୍ରାଇଭେଟ୍‌ ଲି. କମ୍ପାନୀ ନିର୍ମାଣ କରିଛି ଏକ ସ୍ବତନ୍ତ୍ର ଧରଣର ଇ-ବାଇକ୍‌। ଏହି କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି କେରଳ କୋଚିର ମିଧୁନ ଶଙ୍କର, ଆଶିନ୍‌ ଆଲ ଓ ଜିସ୍ନୁ ପି. ନାମକ ଇଞ୍ଜିନିୟର। ଏମାନେ ତିଆରି କରିଥିବା ଏହି ବାଇକ୍‌ କିନ୍ତୁ ଅନ୍ୟ ଇ-ବାଇକ୍‌ଠାରୁ ଭିନ୍ନ। କାରଣ ଏହା ଫୋଲ୍ଡେବଲ୍‌। ଆଉ ଏହାକୁ ଆରାମରେ ଫୋଲ୍ଡ କରି ଆପଣ କାର୍‌ ହେଉକି ଅଟୋରେ ନେଇପାରିବେ। ଏହାପାଇଁ ସର୍ଭିସ୍‌ କିମ୍ବା ଚାର୍ଜିଂ ଷ୍ଟେଶନର ଆବଶ୍ୟକତା ନ ଥାଏ। ଏହାକୁ ଘରେ ଚାର୍ଜ କରିହେବ। ଏହାର ବ୍ୟାଟେରି ଆଲୁମିନିୟମ ଓ ଆଲୟୋ ଫ୍ରେମ୍‌ରେ ତିଆରି ହୋଇଛି, ଯାହାକୁ ବାଇକ୍‌ରୁ ବାହାରକରି ଚାର୍ଜ କରିହେବ। ଆଲୁମିନିୟମରେ ତିଆରି ହୋଇଥିବାରୁ ଏହାକୁ ବର୍ଷା ସମୟରେ ବି ଚଳାଇ ହୁଏ। ପେଡାଲ ମାରି, ପେଡାଲ ସହ ଚାର୍ଜକୁ ବ୍ୟବହାର କରି ଏବଂ ସମ୍ପୂର୍ଣ୍ଣ ବିଦ୍ୟୁତ୍‌କୁ ବ୍ୟବହାର କରି, ଏମିତି ତିନି ପ୍ରକାରରେ ଏହାକୁ ଚଳାଇହୁଏ। ଏହି ତିନିଜଣ ଇଞ୍ଜିନିୟରଙ୍କୁ ଉକ୍ତ ବାଇକ୍‌ ତିଆରି କରିବା ପାଇଁ ତିନିବର୍ଷ ଲାଗିଥିଲା। ଅନେକ ପରିଶ୍ରମ ଓ ବିଫଳତା ପରେ ସେମାନେ ଏହାକୁ ତିଆରି କରିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri