ଫାଇଲ ତଳେ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପ ଭାଗ୍ୟ: ନାହିଁ ଆନ୍ତରିକତା, ଆଗଉନି କାମ

ତାଳଚେର, ୬ା୯ (ନି.ପ୍ର.) – ଫାଇଲ ତଳେ ତାଳଚେର ସମଲ ବ୍ୟାରେଜଠାରେ ପ୍ରସ୍ତାବିତ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପର ଭାଗ୍ୟ। କାଗଜକଲମରେ ସରିଛି ବ୍ୟୟ ଅଟକଳ, ଆବଶ୍ୟକ ଜମି ଚିହ୍ନଟ। ହେଲେ ବାସ୍ତବରେ ଏହାର କାର୍ଯ୍ୟକାରିତାକୁ ନେଇ ପରିବେଶବିତ୍‌ଙ୍କ ସମେତ ଅଞ୍ଚଳବାସୀ ଅନିଶ୍ଚିତତାରେ ରହିଛନ୍ତି। ଫାଇଲରେ ସବୁ କାମ ସରିଥିଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଓ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡିଥିବା ଅଭିଯୋଗ ହୋଇଛି।
ବ୍ୟାରେଜ ନିକଟରେ ଏକ ଇକୋ ଟୁରିଜମ ସେଣ୍ଟର କରାଯିବାକୁ ନେଇ ତାଳଚେର ଓ ପାଲଲହଡ଼ାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ଆବଶ୍ୟକ ୨ ଏକର ଜମି କଣିହାଁ ତହସିଲ ପକ୍ଷରୁ ଚିହ୍ନଟ କରାଯାଇ ଉପଜିଲାପାଳଙ୍କୁ ପ୍ଲାନ ଓ ଲ୍ୟାଣ୍ଡ ସିଡ୍ୟୁଲ ୨୦୧୫ରେ ପ୍ରଦାନ କରାଯାଇଛି। ସେହିବର୍ଷ ପୂର୍ତ୍ତବିଭାଗ ପକ୍ଷରୁ ୮କୋଟି ୭୨ ଲକ୍ଷ ୨୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ ବି ସରିଛି। ଏହା ସତ୍ତ୍ୱେ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଝୁଲି ରହିଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ବହୁବାର ସ୍ଥାନ ପରିଦର୍ଶନ କରିବା ସହ ଅନେକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ହେଲେ ଏହା ସବୁ କେବଳ ଲୋକ ଦେଖାଣିଆ ସାବ୍ୟସ୍ତ ହୋଇଛି। ବୋଟିଂ, ଚିଲଡ୍ରେନପାର୍କ, ଗେଷ୍ଟହାଉସ ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକ ରାସ୍ତା, ପାଚେରି, ପାନୀୟଜଳ ବ୍ୟବସ୍ଥା ନିମନ୍ତେ ପୂର୍ତ୍ତବିଭାଗ ପକ୍ଷରୁ ପ୍ରାରମ୍ଭିକ ଅଟକଳ ପରେ କୌଣସି କାମର ଅଗ୍ରଗତି ହେଉନାହିଁ।
କହ୍ନେଇ ଜେନାର ଫଳଫୁଲ ଭରା ସୁନ୍ଦର ଜଙ୍ଗଲ, ନିକଟରେ ବହି ଯାଉଥିବା ବ୍ରାହ୍ମଣୀ ନଦୀ ସହ ସମଲ ବ୍ୟାରେଜର ବିସ୍ତୃତ ଜଳଭଣ୍ଡାର ଦର୍ଶକଙ୍କୁ ମନଲୋଭା ପରିବେଶର ଅନୁଭୂତି ଦେବାରେ ବେଶ ସକ୍ଷମ। ଜଳଭଣ୍ଡାରକୁ ଇଣ୍ଡିଆନ କରୋମେଣ୍ଟ, ଲିଟିଲ କରୋମେଣ୍ଟ, ପରପଲ ହେରନ, ଗ୍ରୀଟ ଇଗ୍ରେଟ, ଲିଟିଲ ହିରନ, ଲିଟିଲ ଇଗ୍ରେଟ, ପିନଟେଲ ଡକ, କମନଟିଲ, ମାଲାଡ, ଗଡୱାଲ, ଗାର୍ଗାନିଗ, ରେଡ କ୍ରେଷ୍ଟେଡ ପୋଚାଡ, ହ୍ବାଇଟ ବ୍ରେଷ୍ଟ ୱାଟରମ୍ୟାନ, କୋଟ ସମେତ ୨୦/୩୦ହଜାର ଅତିଥି ପକ୍ଷୀ ପ୍ରତିବର୍ଷ ଡିସେମ୍ବରରେ ଏଠାରେ ଆସି ପହଞ୍ଚିଥାନ୍ତି, ଯାହା ପରିବେଶକୁ ଅଧିକ ମନୋରମ କରିଥାଏ। ରେଙ୍ଗାଳି ନଦୀବନ୍ଧ, ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପ, ଅନନ୍ତ ଶୟନରେ ବିଷ୍ଣୁମୂର୍ତ୍ତି ଚକ୍ରଶୀଳା ଶିବମନ୍ଦିର ଆଦି ଏଠାରେ ପର୍ଯ୍ୟଟକମାନେ ଦେଖିବାକୁ ପାଇବେ। ଏଥିସହ ପର୍ଯ୍ୟଟକଙ୍କ ପାଇଁ ସବୁ ପ୍ରକାର ସୁବିଧା ଥିବା ସତ୍ତ୍ୱେ ପ୍ରକଳ୍ପ ନିର୍ମାଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ବୁଦ୍ଧିଜୀବୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଆଇନଜୀବୀ ତଥା ପରିବେଶ ବିତ ବାଉରୀବନ୍ଧୁ ବେଜ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗତ ୨୬ ତାରିଖରେ ଅଭିଯୋଗ ପତ୍ର ମାଧ୍ୟମରେ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କୁହନ୍ତି, ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri