ଫାଇନାନ୍ସ କର୍ମଚାରୀଙ୍କଠାରୁ ୯୮ ହଜାର ଲୁଟ୍‌

କଣିହାଁ,୫।୬(ଡି.ଏନ.ଏ.)-କଣିହାଁ ବ୍ଲକ ସମଲ ଥାନା ବୁଲାଝର ନିକଟରେ ସୋମବାର ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ୯୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ସମଲ ଥାନା ଏସ୍‌ଆଇ ବିକ୍ରମ ବିହାରୀ ଜୟପୁରିଆ କହିଛନ୍ତି, ପବିତ୍ରନଗର ଅଞ୍ଚଳରେ ଥିବା ଅନେକ ସ୍ବୟଂସହାୟକ ଗୋଷ୍ଠୀକୁ ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ଋଣ ପ୍ରଦାନ କରାଯାଇଛି। ସୋମବାର ସଂସ୍ଥାର ଫିଲ୍ଡ ଅଫିସର ଜ୍ୟୋତିରଞ୍ଜନ ରାଉତ ଓ କର୍ମଚାରୀ ପ୍ରଶାନ୍ତ କୁମାର ପୃଷ୍ଟି ଋଣ ଅର୍ଥ ଆଦାୟ ପାଇଁ ଆସିଥିଲେ। ବିଭିନ୍ନ ଗ୍ରୁପ୍‌ଠାରୁ ୯୮ ହଜାର ୭୦ ଟଙ୍କା ଆଦାୟ କରି ଫେରୁଥିବାବେଳେ ବୁଲାଝର ଗ୍ରାମ ନିକଟରେ ୨ଟି ନମ୍ବର ବିହୀନ ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଆଦାୟ ଅର୍ଥ ସହ କାଗଜପତ୍ର ଲୁଟି ନେଇ ଫେରାର ହୋଇଯାଇଥିଲେ। ଜ୍ୟୋତିରଞ୍ଜନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୮୫/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଉ: ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri