Posted inଖେଳ

ଫର୍ମୁଲାଓ୍ବାନ ମୋଟର ରେସିଂ

୨୦୧୯ ଫର୍ମୁଲାଓ୍ବାନ ମୋଟର ରେସିଂରେ ମର୍ସିଡିଜ୍‌ର ବ୍ରିଟିଶ୍‌ ଡ୍ରାଇଭର ଲୁଇସ ହାମିଲଟନ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିବା ସହ ସେ ମୋଟ ୬ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ଭାଲଟେରି ବୋଟ୍ଟାସ ଦ୍ୱିତୀୟ ଓ ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ତୃତୀୟ ସ୍ଥାନରେ ରହି ସିଜନ ଶେଷ କରିଛନ୍ତି…

ଅଷ୍ଟ୍ରେଲିଆନ ଗ୍ରାଁ ପ୍ରିରୁ ଆରମ୍ଭ ହୋଇଥିବା ୨୦୧୯ ଫର୍ମୁଲାଓ୍ବାନ ମୋଟର ରେସିଂ ଆବୁଧାବି ଗ୍ରାଁ ପ୍ରି ସହ ଶେଷ ହୋଇଛି। ଏଥିରେ ବାଜି ମାରିଛନ୍ତି ମର୍ସିଡିଜ୍‌ର ବ୍ରିଟିଶ୍‌ ଡ୍ରାଇଭର ଲୁଇସ ହାମିଲଟନ। ଟାଇଟଲ୍‌ରେ ହ୍ୟାଟ୍ରିକ ସହ ଏହାକୁ ମିଶାଇ ହାମିଲଟନ ୬ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ପୂର୍ବରୁ ସେ ୨୦୦୮, ୨୦୧୪, ୨୦୧୫, ୨୦୧୭, ୨୦୧୮ ସିଜନରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ଫର୍ମୁଲାଓ୍ବାନର ସଦ୍ୟ ସମାପ୍ତ ସଂସ୍କରଣରେ ସେ ପ୍ରଭାବ ବିସ୍ତାର କରି ୨ଟି ରେସ୍‌ ବାକିଥାଇ ବିଜୟ ମୁକୁଟ ପିନ୍ଧିବା ନିଶ୍ଚିତ କରିଥିଲେ। ୨୦୧୯ ମୋଟର ରେସିଂ ସିଜନରେ ସେ ମୋଟ ୧୧ଟି ଗ୍ରାଁ ପ୍ରି ଜିତି ୪୧୩ ପଏଣ୍ଟ ହାସଲ କରିଛନ୍ତି। ଅନ୍ୟ କୌଣସି ଡ୍ରାଇଭର ତାଙ୍କ ପାଖାପାଖି ପଏଣ୍ଟ ହାସଲ କରିପାରି ନ ଥିବାବେଳେ ମର୍ସିଡିଜ୍‌ର ଅନ୍ୟତମ ଡ୍ରାଇଭର ଭାଲଟେରି ବୋଟ୍ଟାସ ୪ ଗ୍ରାଁ ପ୍ରି ବିଜୟ ସହ ୩୨୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ୩ ବିଜୟ ଓ ୨୭୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ସିଜନ ଶେଷ କରିଛନ୍ତି।
ଫର୍ମୁଲାଓ୍ବାନ ମୋଟରରେସିଂ ଏକ ବିପଜ୍ଜନକ କ୍ରୀଡ଼ା ହୋଇଥିଲେ ହେଁ ବିଶ୍ୱରେ ଏହାର ଅଗଣିତ ଦର୍ଶକ ରହିଛନ୍ତି। ଏହି କ୍ରୀଡ଼ାର କିମ୍ବଦନ୍ତୀ ଡ୍ରାଇଭର ହେଉଛନ୍ତି ଜର୍ମାନୀର ମାଇକେଲ ସୁମାକର। ସେ ୧୯୯୧ରୁ ୨୦୧୨ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ଫର୍ମୁଲା ଓ୍ବାନର ବାଦଶାହା ରୂପେ ପରିଚିତ ସୁମାକର ୭ଥର ବିଶ୍ୱ ଚାମ୍ପିୟନ ହୋଇ ରେକର୍ଡର ଅଧିକାରୀ ଅଛନ୍ତି। ସେ ୧୯୯୪, ୧୯୯୫, ୨୦୦୦, ୨୦୦୧, ୨୦୦୨, ୨୦୦୩, ୨୦୦୪ରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ସୁମାକର ବର୍ତ୍ତମାନ ଜୀବିତ ଥିଲେ ହେଁ ଦୁର୍ଘଟଣାର ଶିକାର ହୋଇ ଦୀର୍ଘଦିନ ହେବ କୋମାରେ ଅଛନ୍ତି। ତାଙ୍କ ପଛକୁ ବିଶ୍ୱର ଦ୍ୱିତୀୟ ସଫଳ ଫର୍ମୁଲା ୱାନ ଡ୍ରାଇଭର ରୂପେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ହାମିଲଟନ। ସେ ୬ଥର ବିଶ୍ୱ ଚାମ୍ପିୟନ ହୋଇ ସାରିଥିବାରୁ ସୁମାକରଙ୍କ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି କରିଛନ୍ତି।
୨୦୧୯ରେ ଅନୁଷ୍ଠିତ ଶ୍ରେଷ୍ଠ ଗ୍ରାଁ ପ୍ରି ଗୁଡିକ ମଧ୍ୟରେ ରହିଥିଲା ଅଷ୍ଟ୍ରେଲିଆନ, ଫ୍ରେଞ୍ଚ, ଜର୍ମାନ, ଇଟାଲିଆନ୍‌, ରୁଷିଆ, ଜାପାନିଜ୍‌, ମେକ୍ସିକାନ୍‌, ୟୁଏସ୍‌, ବ୍ରିଟିଶ, ଅଷ୍ଟ୍ରିଆନ, ହଙ୍ଗେରିଆନ, ସିଙ୍ଗାପୁର ଏବଂ ସ୍ପାନିସ୍‌ ଗ୍ରାଁପ୍ରି। ଏହି ସିଜନରେ ହାମିଲଟନଙ୍କର ମୁଖ୍ୟତଃ ଭାଲଟେରି ବୋଟ୍ଟାସ, ମ୍ୟାକ୍ସ ଭର୍ଷ୍ଟାପେନ, ଚାଲର୍‌ସ ଲେକ୍‌ରେକ୍‌, ସେବାଷ୍ଟିଆନ ଭେଟେଲଙ୍କ ସହ କଡ଼ା ମୁକାବିଲା ହୋଇଥିଲା। ମାତ୍ର ୨୧ଟିରୁ ଏକାକୀ ୧୧ଟି ଗ୍ରାଁ ପ୍ରି ଜିତି ଅନ୍ୟମାନଙ୍କୁ ବହୁ ପଛରେ ପକାଇ ଦେଇଥିଲେ ହାମିଲଟନ। ସେ ମୋଟ ୧୭ ଥର ପୋଡିୟମ ମଣ୍ଡନ କରିଥିଲେ।
ଫର୍ମୁଲାଓ୍ବାନ ମୋଟର ରେସିଂ ଇତିହାସରେ ସୁମାକର ଓ ହାମିଲଟନଙ୍କ ପଛକୁ ଜୁଆନ-ମାନୁଏଲ ପାଙ୍ଗିଓ ୫ଟି ଟାଇଟଲ ସହ ୩ୟ ସ୍ଥାନରେ ରହିଛନ୍ତି। ଜର୍ମାନୀର ସେବାଷ୍ଟିଆନ୍‌ ଭେଟେଲ ମଧ୍ୟ ୪ଥର ବିଶ୍ୱ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଚଳିତ ସିଜନ ଶେଷରେ ହାମିଲଟନ ମୋଟ ୧୫୧ଥର ପୋଡିୟମ ମଣ୍ଡନ କରିଛନ୍ତି। ଏହି ତାଲିକାରେ ସୁମାକର ୧୫୫ ପୋଡିୟମ ମଣ୍ଡନ ସହ ଶୀର୍ଷରେ ଅଛନ୍ତି। ସର୍ବାଧିକ ଫର୍ମୁଲା ୱାନ ଗେମ୍‌ ଜିତିବାରେ ମଧ୍ୟ ହାମିଲଟନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମାଇକେଲ ସୁମାକର ତାଙ୍କର କ୍ୟାରିୟର ମଧ୍ୟରେ ୯୧ଟି ରେସ୍‌ ଜିତିଥିବା ବେଳେ ହାମିଲଟ୍‌ ୮୪ଟି ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଫର୍ମୁଲା ୱାନରେ ମୋଟ ବିଜୟ ହାରକୁ ଦେଖିଲେ ହାମିଲଟନ୍‌ଙ୍କ ସ୍ଥାନ ୩ୟ ସ୍ଥାନରେ ରହିଛି।
ଜୁଆନ୍‌ ମାନୁଏଲ ପାଙ୍ଗିଓ ୫୨ଟି ରେସ୍‌ରେ ଭାଗନେଇଥିଲେ ହେଁ ୨୪ଟି ରେସ୍‌ରେ ଚାମ୍ପିୟନ ହୋଇଥିଲେ ଏବଂ ତାଙ୍କର ବିଜୟ ପ୍ରତିଶତ ୪୬.୫୧ ରହିଥିଲା। ହାମିଲଟନଙ୍କ ୨୫୦ଟି ରେସ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରି ୮୪ଟି ରେସ୍‌ରେ ବିଜୟୀ ହୋଇଥିବା ବେଳେ ତାଙ୍କ ବିଜୟ ପ୍ରତିଶତ ୩୩ ରହିଛି।

୨୦୧୯ ଫଳାଫଳ
ଗ୍ରାଁ ପ୍ରି ବିଜେତା
ଅଷ୍ଟ୍ରେଲିଆନ ଭାଲଟେରି ବୋଟ୍ଟାସ
ବାହାରିନ ଲୁଇସ ହାମିଲଟନ
ଚାଇନିଜ ଲୁଇସ ହାମିଲଟନ
ଆଜରବୈଜାନ ଭାଲଟେରି ବୋଟ୍ଟାସ
ସ୍ପାନିଶ୍‌ ଲୁଇସ ହାମିଲଟନ
ମୋନାକୋ ଲୁଇସ ହାମିଲଟନ
କାନାଡ଼ିଆନ ଲୁଇସ ହାମିଲଟନ
ଫ୍ରେଞ୍ଚ୍‌ ଲୁଇସ ହାମିଲଟନ
ଅଷ୍ଟ୍ରିଆନ ମ୍ୟାକ୍ସ ଭର୍ଷ୍ଟାପେନ
ବ୍ରିଟିଶ୍‌ ଲୁଇସ ହାମିଲଟନ
ଜର୍ମାନ ମ୍ୟାକ୍ସ ଭର୍ଷ୍ଟାପେନ
ହଙ୍ଗେରିଆନ ଲୁଇସ ହାମିଲଟନ
ବେଲଜିଆନ ଚାଲର୍‌ସ ଲେକ୍‌ରେକ୍‌
ଇଟାଲିଆନ ଚାଲର୍‌ସ ଲେକ୍‌ରେକ୍‌
ସିଙ୍ଗାପୁର ସେବାଷ୍ଟିଆନ ଭେଟେଲ
ରୁଷିଆନ ଲୁଇସ ହାମିଲଟନ
ଜାପାନିଜ୍‌ ଭାଲଟେରି ବୋଟ୍ଟାସ
ମେକ୍ସିକାନ ଲୁଇସ ହାମିଲଟନ
ୟୁଏସ ଭାଲଟେରି ବୋଟ୍ଟାସ
ବ୍ରାଜିଲିଆନ ମ୍ୟାକ୍ସ ଭର୍ଷ୍ଟାପେନ
ଆବୁଧାବି ଲୁଇସ ହାମିଲଟନ
-ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?