Posted inଖେଳ

ଫର୍ମୁଲା-୨କୁ ଫେରିବେ ଅର୍ଜୁନ ମାଇନି

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ଆସନ୍ତା ଅଷ୍ଟ୍ରିଆ ଓ ସିଲଭରଷ୍ଟୋନ୍‌ ରାଉଣ୍ଡ ପାଇଁ ଏଫ୍‌ଆଇଏ ଫର୍ମୁଲା-୨ ଗ୍ରୀଡ୍‌କୁ ସାମୟିକ ଫେରିବେ ଯୁବ ଭାରତୀୟ ରେସର ଅର୍ଜୁନ ମାଇନି। ମଙ୍ଗଳବାର ସେ ଏହା ଘୋଷଣା କରିଛନ୍ତି। ଗତବର୍ଷ ଫର୍ମୁଲା ୨ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅର୍ଜୁନ ସ୍ପୋର୍ଟ କାର୍‌ ରେସିଂରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ବାରମ୍ବାର କାର୍‌ ସମସ୍ୟା ଯୋଗୁ ଟ୍ରାଇଡେଣ୍ଟ ତରଫରୁ ପ୍ରତିନିଧିତ୍ୱ କରି ସେ ଚାମ୍ପିୟନଶିପ୍‌ରେ ୨୪ ପଏଣ୍ଟ ସହ ୧୬ତମ ସ୍ଥାନରେ ରହିଥିଲେ। ଏଥିରେ ସେ ଅସନ୍ତୁଷ୍ଟ ଥିଲେ। ୨୧ ବର୍ଷୀୟ ଏହି ଡ୍ରାଇଭର ବର୍ତ୍ତମାନ ୨୦୧୯ ୟୁରୋପିଆନ ଲି ମାନ୍ସ ସିରିଜର ମଧ୍ୟ ଭାଗରେ ଅଛନ୍ତି। ଫର୍ମୁଲା ୨ରୁ ଦୁଇଟି ରାଉଣ୍ଡରେ ଅଂଶଗ୍ରହଣ ଦ୍ୱାରା ସ୍ପୋଟର୍‌ସ କାର୍‌ ରେସିଂ ପାଇଁ ସେ ଦେଇଥିବା ପ୍ରତିଶ୍ରୁତିର ଖିଲାପ ହେଉ ନାହିଁ। ଚଳିତ ମାସ ପ୍ରାରମ୍ଭରେ କରୁଣ ଚାଣ୍ଡୋକଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଅର୍ଜୁନ ଆଇକନିକ ୨୪ ଆଓ୍ବାର୍ସ ଅଫ୍‌ ଲି’ ମାନ୍ସରେ ଭାଗ ନେବାର ସୌଭାଗ୍ୟ ଲାଭ କରିଛନ୍ତି। ସ୍ପୋଟର୍‌ସ କାର୍‌ ରେସିଂରେ ଅପ୍ରତ୍ୟାଶିତ ଭାବେ ଯୋଗ ଦେଇଥିଲେ ମଧ୍ୟ ଫର୍ମୁଲା ଓ୍ବାନ ଫର୍ମୁଲା ୨ ଭଳି ଫିଡର ସିରିଜକୁ ସେ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି। ଅର୍ଜୁନ ବର୍ତ୍ତମାନ କ୍ୟାମ୍ପସ ରେସିଂରେ ରେନଲ୍ଟ ଫର୍ମୁଲା ଓ୍ବାନ ଜୁନିୟର ଏଟ୍‌କେନଙ୍କ ଟିମ୍‌ମେଟ ହେବେ। ସ୍ପାନିଶ ମୋଟର ରେସିଂ ଟିମ୍‌ କ୍ୟାମ୍ପସ ରେସିଂ ବର୍ତ୍ତମାନ ୧୧୫ ପଏଣ୍ଟ ସହ ଷ୍ଟାଣ୍ଡିଂରେ ଚତୁର୍ଥ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri