Posted inଖେଳ

ଫର୍ମୁଲା ଓ୍ବାନ୍‌ ଟିମ୍‌ ବିକ୍ରି କରିପାରେ ଓ୍ବିଲିୟମ୍ସ

ଲଣ୍ଡନ, ୩୦ା୫ (ଏଏଫ୍‌ପି):ଆର୍ଥିକ ସଙ୍କଟ ଦୃଷ୍ଟିରୁ ଓ୍ବିଲିୟମ୍ସ ଏହାର ଫର୍ମୁଲା ଓ୍ବାନ୍‌ ଟିମ୍‌ ବିକ୍ରି କରିବା ଲାଗି ବିଚାର କରୁଛି। ୨୦୧୯ ବର୍ଷ ଶେଷରେ ଓ୍ବିଲିୟମ ଗ୍ରାଁପ୍ରି ହୋଲ୍‌ଡିଙ୍ଗ୍ସ ଗ୍ରୁପ୍‌ ୧୩ ନିୟୁତ ପାଉଣ୍ଡ(୧୫.୯ ନିୟୁତ)ଆମେରିକୀୟ ଡଲାର କ୍ଷତି ସହିଛି। କମ୍ପାନୀ କିନ୍ତୁ ୨୦୧୮ରେ ୧୨.୯ ନିୟୁତ ପାଉଣ୍ଡ ଲାଭ କରିଥିଲା। ଆର୍ଥତ୍କ ସଙ୍କଟକୁ ସୁଧାରିବା ଲାଗି କମ୍ପାନୀ ପୁଞ୍ଜି ଖଟାଇବା ଲାଗି ନିବେଶକାରୀଙ୍କୁ ଆହ୍ବାନ କରିଛି। ବ୍ରିଟେନର ଏହି କମ୍ପାନୀକୁ ଯଦିଓ ଏପର୍ଯ୍ୟନ୍ତ କେହି ଆପ୍ରୋଚ୍‌ କରିନାହାନ୍ତି କେତେକ ସମ୍ଭାବ୍ୟ ନିବେଶକାରୀଙ୍କ ସହିତ ଏହି ପ୍ରସଙ୍ଗରେ ପ୍ରାଥମିକ ଆଲୋଚନା ହୋଇଛି। ଆର୍ଥିକ ଅବସ୍ଥାରେ ସୁଧାର ଆସିଲେ କରୋନା ଭାଇରସ ସଙ୍କଟ ଦୂରେଇ ଯିବା ପରେ ଓ୍ବିଲିୟମ୍ସ ଫର୍ମୁଲା ଓ୍ବାନ ଗ୍ରୀଡ଼୍‌ରେ ନିଜ ସ୍ଥାନ ପୁଣି ଜମାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

ଆସିଲା ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…

୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା

ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଟି୨୦ ବିଶ୍ୱକପ ଫାଇନାଲ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୪।୨: ICC ଟି-୨୦ ବିଶ୍ୱକପ ୨୦୨୬ ବର୍ତ୍ତମାନ ରୋମାଞ୍ଚକର ସୁପର ୮ ପର୍ଯ୍ୟାୟରେ ଚାଲିଛି। ସୁପର ୮ ପର୍ଯ୍ୟାୟର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲକୁ ଯିବେ, ଏବଂ…

T20 World Cupରୁ ବାହାରିଯିବ ପାକିସ୍ତାନ! ଜାଣନ୍ତୁ ଗ୍ରୁପ-୨ ସେମିଫାଇନାଲରେ ପହଞ୍ଚିବାର ସମୀକରଣ

ନୂଆଦିଲ୍ଲୀ,୨୪।୨: ପାକିସ୍ତାନ କ୍ରିକେଟ ଦଳର ସୁପର ୮ର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଇଥିଲା, ଯାହା ସଲମାନ ଅଲି ଆଗା ଏବଂ ଦଳକୁ ଗୋଟିଏ ପଏଣ୍ଟରେ…

ମଝିରେ ପରିବର୍ତ୍ତନ ହେବ ୨୦୨୬ ଟି-୨୦ ବିଶ୍ୱକପ ସୂଚୀ! ସେମିଫାଇନାଲ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୨୪।୨: ICC T20 ବିଶ୍ୱକପ ୨୦୨୬ର ସେମିଫାଇନାଲ ଶ୍ରୀଲଙ୍କା ଘରୋଇ ଗ୍ରାଉଣ୍ଡ କଲମ୍ବୋରେ ଖେଳିପାରେ, କିନ୍ତୁ ଏହା କେଉଁ ଦଳ ଯୋଗ୍ୟତା ଅର୍ଜନ କରେ ଏବଂ ସେମାନେ…

ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ? ଏହି ଖେଳାଳିଙ୍କୁ ପ୍ଲେଇଂ ୧୧ରୁ ବାଦ ଦେବାକୁ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପରାଜୟ ପରେ, ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ନେଇ ଚର୍ଚ୍ଚା ଜୋର ଧରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri