ପ୍ରେମରେ ଧୋକା: ଥାନା ଆଗରେ ଦେହରେ ନିଆଁ ଲଗାଇଲେ ମହିଳା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ପ୍ରେମିକଙ୍କ ଧୋକା ସହି ନ ପାରି ନୂଆପଲ୍ଲୀ ଥାନା ସମ୍ମୁଖରେ ଜଣେ ମହିଳା ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ମହିଳାଙ୍କ ଘର ଜଗତସିଂହପୁର ଜିଲା ଝଙ୍କଡ ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ପ୍ରେମିକଙ୍କୁ ନୂଆପଲ୍ଲୀ ଥାନା ପୋଲିସ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ।
ସୂଚନା ମୁତାବକ, ଗଞ୍ଜାମ ଜିଲାର ଜଣେ ଯୁବକଙ୍କୁ ୮ ବର୍ଷ ତଳେ ମହିଳା ଜଣକ ବିବାହ କରିଥିଲେ। ଦୁହେଁ ସାଲିଆସାହିରେ ରହୁଥିଲେ। ବର୍ଷେ ତଳେ ଝଗଡ଼ା ହେବାରୁ ସ୍ବାମୀସ୍ତ୍ରୀ ଅଲଗା ହୋଇଯାଇଥିଲେ। ଏହାପରେ ମହିଳା ଜଣକ ସାଲିଆସାହିରେ ରହୁଥିବା ମା’ଙ୍କ ପାଖରେ ରହି ଜୟଦେବ ବିହାରରେ ଥିବା ଏକ ହୋଟେଲରେ କାମ କରୁଥିଲେ। ସେଠାରେ ଅଭିଯୁକ୍ତ ଜିତେନ୍ଦ୍ର ସିକ୍ୟୁରିଟି ଗାର୍ଡ ଥିଲେ। ଜିତେନ୍ଦ୍ର ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି। କିନ୍ତୁ ମହିଳାଙ୍କ ସହିତ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଜିତେନ୍ଦ୍ର ବିବାହ କରିବାର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ଆଉ ବିବାହ କରିବେ ନାହିଁ ବୋଲି କହିବାରୁ ଏହାକୁ ନେଇ ଦୁହିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୋମବାର ରାତିରେ ଉଭୟେ ଥାନାକୁ ଆସିଥିଲେ। ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ମହିଳାଙ୍କ ଅଭିଯୋଗ ଶୁଣିବା ପରେ ଏତଲା ଦେବାକୁ କହିଥିଲେ। ଏତଲା ଲେଖିବା ପାଇଁ ମହିଳା ଜଣକ ଥାନା ବାହାରକୁ ଯାଇଥିବାବେଳେ ଜିତେନ୍ଦ୍ରଙ୍କ କଟୁକଥାରେ ଅତିଷ୍ଠ ହୋଇ ଦେହରେ ନିଅଁା ଲଗାଇ ଦେଇଥିଲେ। ଉପସ୍ଥିତ କର୍ମଚାରୀ ଓ ସ୍ଥାନୀୟ ଲୋକେ ପାଣି ପକାଇ ନିଅଁା ଲିଭାଇ ତୁରନ୍ତ ହସ୍ପିଟାଲ ନେଇଥିଲେ। ମହିଳାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଛି। ବୁଧବାର ପୋଲିସ ମହିଳାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲା। ଜିତେନ୍ଦ୍ର ତାଙ୍କୁ ପ୍ରତାରଣା କରିବାରୁ ସେ ଦେହରେ ନିଆଁ ଲଗାଇଥିବା କହିଥିଲେ। ମହିଳାଙ୍କ ମା’ଙ୍କ ଅଭିଯୋଗ କ୍ରମେ ପୋଲିସ ୧୩୬/୨୦ ନମ୍ବରରେ ଏକ ମାମଲା ରୁଜୁକରି ଜିତେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ

ଫୁଲବାଣୀ, ୨୮ା୨(ରାକେଶ କୁମାର ରାଉତ): ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ସାଇମନ୍ଦିର ନିକଟ ବିଚ୍‌ ରାସ୍ତାରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଛୁରିରେ ଭୁସି…

ଅବ୍ୟବସ୍ଥାରେ ସାପ୍ତାହିକ ହାଟ, ପରିବା ପାଇଁ ଯିବାକୁ ନାକ ଟେକୁଛନ୍ତି ଲୋକେ

ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କାଳୀମନ୍ଦିର ନିକଟସ୍ଥ କଲେଜ ରୋଡ୍‌ଠାରେ କିଛି ମାସ ହେବ ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ସାପ୍ତାହିକ ହାଟ…

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲେ ନବୀନ: ତେର୍ଚ୍ଛାବାଣ ମାରିଲେ ଶ୍ରୀମୟୀ

ଭୁବନେଶ୍ୱର,୨୮।୨: ବିଜେଡି ରାଜ୍ୟସଭା ପ୍ରାର୍ଥିୀ ଘୋଷଣାକୁ ନେଇ ତେର୍ଚ୍ଛାବାଣ ବାଣ ମାରିଲେ ଶ୍ରୀମୟୀ। ଶକ୍ତି ନାନିଙ୍କ ଶକ୍ତି ଓ ବରିଷ୍ଠଙ୍କୁ ଅଣଦେଖା କଥା ଉଠାଇ ପରୋକ୍ଷ ଟାର୍ଗେଟ…

ହାଇଓ୍ବା ଧକ୍କାରେ ଚାଲିଗଲା ଏନ୍‌ଆଇଟି ଛାତ୍ରଙ୍କ ଜୀବନ, ଛାତ୍ରୀ ଗୁରୁତର

ବଣାଇଁ,୨୮ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ସମରଦରି ଛକ ନିକଟରେ ହାଇଓ୍ବା ଧକ୍କାରେ ରାଉରକେଲାର ଏନ୍‌ଆଇଟି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତର ବଡ଼ କ୍ଷତି! ଏବେ କ’ଣ କରିବେ ମୋଦି?

ନୂଆଦିଲ୍ଲୀ,୨୮।୨: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ସାମରିକ ଘାଟି ଉପରେ ସମ୍ପ୍ରତି ଆକ୍ରମଣ…

ବଙ୍କରରେ ଲୁଚି ନାହାଁନ୍ତି ଖାମନେଇ, ଇସ୍ରାଏଲ ସହ ଆକ୍ରମଣ ଭିତରେ ସାମ୍ନାକୁ ଆସିଲା ଫଟୋ

ତେହରାନ,୨୮।୨: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଆରମ୍ଭ ହେବା ପରଠାରୁ, ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଛନ୍ତି ବୋଲି ଅନୁମାନ କରାଯାଉଛି।…

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ଦୁବଇ, ଦୋହା, ରିୟାଦ…, ମିଡଲ ଇଷ୍ଟର ସମସ୍ତ ବିମାନ ରଦ୍ଦ

ନୂଆଦିଲ୍ଲୀ,୨୮।୨: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ଅପରେଶନ ରୋରିଂ ଲାୟନ ଆରମ୍ଭ କରିଛି ଏବଂ ଆମେରିକା ସହିତ ମିଶି ଆକ୍ରମଣ…

ଖାମନେଇ ନା ଡୋନାଲ୍ଡ ଟ୍ରମ୍ପ, କାହାର ଟ୍ରେଜେରୀରେ ଅଛି ଅଧିକ ଟଙ୍କା?

ନୂଆଦିଲ୍ଲୀ,୨୮।୨:ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ, ଇରାନ ଏକ ପ୍ରତିଆକ୍ରମଣ ଆରମ୍ଭ କରିଛି। ଇରାନ ଏକକାଳୀନ ଇସ୍ରାଏଲ ଏବଂ ଅନ୍ୟ ସାତଟି ଦେଶ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri