ପ୍ରାଥମିକ ବିଦ୍ୟାଳୟ ଲାଇବ୍ରେରି ବହି କିଣାରେ ଚଞ୍ଚକତା

ଜଗତ୍‌ସିଂହପୁର ଅଫିସ,୨୩ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଲାଇବ୍ରେରି ବହି କିଣାରେ ଚଞ୍ଚକତା କରାଯାଉଛି। ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ସହ ଗୁପ୍ତ ବୁଝାମଣା କରାଯାଇ କମିଶନ ଆକାରରେ ମୋଟା ଅଙ୍କର ଅର୍ଥ ରୋଜଗାର ଚାଲିଛି। ବିଦ୍ୟାଳୟଗୁଡିକ ସେମାନଙ୍କ ପସନ୍ଦର ବହି କିଣିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା ହେଉନି। ପାଟି ଖୋଲିଲେ ବିପଦ ଥିବାରୁ ଏକାଧିକ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ବାଧକତାରେ ତାହା କିଣୁଛନ୍ତି। ନାମ ଗୋପନ ରଖି ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଏକାଧିକ ଶିକ୍ଷକ। ଏହି ପ୍ରସଙ୍ଗ ଏବେ ସାରା ଜିଲାରେ ଆଲୋଚନାର ବିଷୟ ହୋଇଛି।
ଜିଲାରେ ମୋଟ ଉପରେ ୧,୧୭୩ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। ଏହିସବୁ ବିଦ୍ୟାଳୟଗୁଡିକୁ ଲାଇବ୍ରେରି ବହି କିଣିବା ପାଇଁ ୪୭,୯୧,୫୪୦ ଟଙ୍କା ଅନୁଦାନ ଆସିଛି। ଓପେପା ନିର୍ଦ୍ଦେଶ ୧ମରୁ ୮ମ ଶ୍ରେଣୀ ଥିବା ବିଦ୍ୟାଳୟ ପିଛା ୬,୯୮୦ ଟଙ୍କା ଦିଆଯାଇଛି। ସେହିପରି ୬ଷ୍ଠରୁ ୮ମ ୪,୯୮୦, ୧ମରୁ ୫ମ ୨,୯୮୦ ଟଙ୍କା ଦିଆଯିବା ବ୍ୟବସ୍ଥା କରାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନ୍‌ବିଟି (ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ), ଏନ୍‌ସିଇଆର୍‌ଟି (ନ୍ୟାଶନାଲ ସେଣ୍ଟର ଫର ଚିଲ୍‌ଡ୍ରେନ୍ସ ଲିଟ୍‌ରେଚର୍‌), ରାଜ୍ୟ ସରକାରଙ୍କ ସଂସ୍କୃତି ଓ ଅନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ବହି କିଣିବା ପାଇଁ ନିର୍ଦ୍ଦେଶ ରହିଛି। ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ ପକ୍ଷରୁ ଓପେପା ନିର୍ଦ୍ଦେଶାବଳୀ ସମ୍ପର୍କରେ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅବଗତ କରାଯାଇଥିଲା। କିନ୍ତୁ ବେସରକାରୀ ଭାବେ ବିଦ୍ୟାଳୟଗୁଡିକୁ ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ବହି କିଣିବାକୁ ଚାପ ପକା ଯାଇଥିଲା। ଏ ସମ୍ପର୍କରେ କେତେଜଣ ପ୍ରଧାନଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ସିଆର୍‌ସିସିମାନଙ୍କ ଜରିଆରେ ବହି ବାହାରୁ ନ କିଣିବା ପାଇଁ କୁହାଯାଇଥିଲା। ପ୍ରକାଶକଙ୍କ ସହ ଯୋଗାଯୋଗ ସରିଛି ଏବଂ ବହି ପହଞ୍ଚାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଯେଉଁ ବହି ସେମାନଙ୍କ ଲାଇବ୍ରେରିରେ ଅଛି ପୁଣି କିଣିବାର ଆବଶ୍ୟକତା ନ ଥାଇ କାହିଁକି କିଣିବେ ବୋଲି ପ୍ରଶ୍ନ କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ବରଂ ଏହା ଉପରୁ ନିର୍ଦ୍ଦେଶ ବୋଲି କୁହାଯାଇ ଚାପ ପକା ଯାଇଥିଲା। ତେଣୁ ସେମାନେ ବାଧ୍ୟ ହୋଇ ଯେଉଁ ବହି ଦିଆ ଯାଇଥିଲା ତାହା କିଣିଲେ ବୋଲି ପ୍ରକାଶ କରିଛନ୍ତି। ଦୁଃଖର କଥା ହେଲା ଏଭଳି ବହି ଯୋଗା ଯୋଇଥିଲା ଯେଉଁ ବହିର ମୂଲ୍ୟ ବଜାରରେ କମ୍‌ ଦାମରେ ମିଳୁଛି। ଏହି ବହି ଅଧିକ ସଂଖ୍ୟାରେ ଆଣିଲେ ୨୦%ରୁ ୩୦% ପର୍ଯ୍ୟନ୍ତ କମିଶନ ମିଳିବା ବ୍ୟବସ୍ଥା ଅଛି। ତେଣୁ ଏହି କମିଶନ ହାତେଇବା ପାଇଁ ପ୍ରକାଶକଙ୍କ ସହ ଗୁପ୍ତ ବୁଝାମଣା ହୋଇଥିବା ଅଭିଯୋଗ ହୋଇଛି।
ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଜିଲାର ୧,୧୭୩ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧,୦୧୧ଟିରେ ବହି କିଣା ସରିଲାଣି। ସେଥିମଧ୍ୟରୁ ୧ମରୁ ୮ମ ୩୦୬, ୬ରୁ ୮ମ ୩୬ ଓ ୧ରୁ ୫ମ ୮୩୧ଟି ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଗୁଡିକୁ କେତେକ ସିଆର୍‌ସିସିଙ୍କ ଜରିଆରେ ବହି ଯୋଗାଯାଇଛି। ଆମର ହସ୍ତଗତ ହୋଇଥିବା ଏକ ବିଲ୍‌ର ନକଲ ଅନିୟମିତତାର ଚେର କେତେ ତାହା ସ୍ପଷ୍ଟ କରିଛି। ବିଲ୍‌ର ସଂଖ୍ୟା ବାମ ପାର୍ଶ୍ୱରେ ଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ତାରିଖ ରହିଛି। କେବଳ ବିଲ୍‌ ସଂଖ୍ୟା ଉଲ୍ଲେଖ ଥିବା ବେଳେ ତାରିଖ ପକାଯାଇନାହିଁ। ମଝିରେ ପ୍ରକାଶକଙ୍କ ନାଁ ଓ ଠିକଣା ରହିଛି। ତା ତଳକୁ ଟୁ ଲେଖାଯାଇ ଖାଲି ରଖାଯାଇଛି। ଏଭଳି କରାଯିବାର ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ କର୍ତ୍ତୃପକ୍ଷ ହେଉ ଅବା ପ୍ରକାଶକ ଚାହିଁଲେ ବିଦ୍ୟାଳୟ ନାଁ ଓ ଠିକଣା ଲେଖିପାରିବେ। ତଳେ କ୍ରମିକ ସଂଖ୍ୟା, ପୁସ୍ତକର ନାମ, ମୂଲ୍ୟ ଆଦି ଛପା ଲେଖା ଅଛି। ଶେଷରେ ମୂଲ୍ୟ, ଡିସ୍କାଉଣ୍ଟ ପରେ ଚୂଡାନ୍ତ ପରିମାଣ ଉଲ୍ଲେଖ ଅଛି। ଏଠାରେ ସ୍ପଷ୍ଟ ହୋଇଛି ବିଦ୍ୟାଳୟଗୁଡିକୁ ନିର୍ଦ୍ଦିଷ୍ଟ ବହି କିଣିବାକୁ ବାଧ୍ୟ କରାଯାଇଛି। ଏହି ବହି ବିଦ୍ୟାଳୟଗୁଡିକରେ ପହଞ୍ଚାଇବା କ୍ଷେତ୍ରରେ ଡିପିସିଙ୍କ ଭୂିମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଡିପିସି ସପନ କୁମାର ଜେନାଙ୍କୁ ପଚାରିବାରୁ ବହି କିଣା ଓ କମିଶନ ଆଦାୟରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସରକାରୀ ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟଗୁଡିକ ବହି କିଣିବାକୁ ଚିଠି କରାଯାଇଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri