ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ଜଣଙ୍କୁ ହତ୍ୟା କରାଯାଉଛି। ୨୦୧୦ରୁ ଏ ପର୍ଯ୍ୟନ୍ତ ଡାହାଣୀ ଓ ଗୁଣିଆ ସନ୍ଦେହଜନିତ ହତ୍ୟା ସଂଖ୍ୟା ୫୩୩ରେ ପହଞ୍ଚତ୍ଛି। ମୋଟ ହତ୍ୟା ଘଟଣା ମଧ୍ୟରୁ ୧୯୫ ଜଣ ମହିଳା ଥିବାବେଳେ ୨୫୪ ଜଣ ପୁରୁଷ ଏବଂ ୮୪ ଜଣ ଶିଶୁ ଅଟନ୍ତି। ଆମ ରାଜ୍ୟରେ ମଧ୍ୟ ଗୁଣିଆ ଓ ଡାହାଣୀ ସନ୍ଦେହରେ ହତ୍ୟା ଓ ଅତ୍ୟାଚାର ଘଟଣା କିଛି କମ୍‌ ନୁହେଁ। ଏହି କ୍ଷେତ୍ରରେ ମୟୂରଭଞ୍ଜ ଜିଲା ସବୁଠୁ ଆଗରେ ରହିଛି। ଏହା ପରେ କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲା ଅଛନ୍ତି। ଆମ ରାଜ୍ୟରେ ଗୁଣିଗାରେଡ଼ି ପ୍ରତିକାର ଆଇନ ୨୦୧୩ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହା କେବଳ ମହିଳା ପୀଡ଼ିତାଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଆଇନରେ ତୁରନ୍ତ ସଂଶୋଧନ କରାଯାଇ ଗୁଣିଆ ସନ୍ଦେହରେ ହତ୍ୟା କରାଯାଉଥିବା ପୁରୁଷମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ରହିଛି। ସେହିପରି ଏହି ଆଇନରେ ଥିବା ଜରିମାନାକୁ ବୃଦ୍ଧି କରିବା ଓ ଦଣ୍ଡ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦରକାର ବୋଲି ‘ଗୁଣିଗାରେଡି ଓ କୁସଂସ୍କାର ଦୂରୀକରଣ’ ସମ୍ପର୍କିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି।
‘ମମତା’ ପକ୍ଷରୁ ମଙ୍ଗଳବାର ସିଓ୍ବାଇଏସ୍‌ଡିଠାରେ ଆୟୋଜିତ ଏକ କର୍ମଶାଳାରେ ରାଜ୍ୟ ସୂଚନା କମିଶନର ଶଶୀ ବିନ୍ଧାଣୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଲୋକମାନେ ଆଇନ ପରିସରକୁ ଆସିପାରୁ ନାହାନ୍ତି। ତେଣୁ ଏଥି ନିମନ୍ତେ ତ୍ୱରିତ ପଦକ୍ଷେପ ନିହାତି ଆବଶ୍ୟକ ଏବଂ ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦରକାର ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ନୃବିଜ୍ଞାନ ଅଧ୍ୟାପିକା ଡ. ଅନ୍ନପୂର୍ଣ୍ଣା ପାଣ୍ଡେ, ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ, ନିର୍ବାଚନ କମିଶନଙ୍କ ପୂର୍ବତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ, ବୈଜ୍ଞାନିକ ଚର୍ଚ୍ଚାର ସମ୍ପାଦକ ଦେବେନ୍ଦ୍ର ସୂତାର ପ୍ରମୁଖ ଯୋଗଦେଇ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁ, ମମତାର ଡ. ତରୁଲତା ଦ୍ୱିବେଦୀ ଓ ଡ. ଶ୍ରୀ ମିଶ୍ର, ବିଶିଷ୍ଟ ନୃବିଜ୍ଞାନୀ ଡ. ଲୋନା ନାୟକ, ଏନ୍‌ସିଇଆର୍‌ଟିର ଡ. ଜ୍ୟୋତ୍ସ୍ନା ମହାପାତ୍ର, ପିଆଇବିର ପୂର୍ବତନ ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri