Posted inରାଜ୍ୟ

ପ୍ରସ୍ତୁତ ହେବ ବିକାଶମୂଳକ ଯୋଜନା:ବଦଳିବ ସହରାଞ୍ଚଳ କଳେବର

ଢେଙ୍କାନାଳ ଅଫିସ,୩୦।୫: ବଦଳିବ ଢେଙ୍କାନାଳ ଜିଲାର ପ୍ରମୁଖ ସହରାଞ୍ଚଳର କଳେବର। ସହରବାସୀ ଅତ୍ୟାଧୁନିକ ସୁବିଧା ହାତପାହାନ୍ତାରେ ପାଇବେ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏ ନେଇ ଖୁବ୍‌ଶୀଘ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି। ବୁଧବାର ସ୍ଥାନୀୟ ସର୍କିଟ ହାଉସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।
ଢେଙ୍କାନାଳ ପୌରାଞ୍ଚଳ ସମେତ କାମାକ୍ଷାନଗର, ଭୁବନ ଏବଂ ହିନ୍ଦୋଳ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ବିକାଶମୂଳକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ। ପୌରାଞ୍ଚଳରେ ଟେନିସ୍‌ କୋର୍ଟ, ସୁଇମିଂ ପୁଲ, ୱାକିଙ୍ଗ୍‌ ପାଥ୍‌, ପାର୍କ, ଜିମ୍‌, ସ୍ପୋର୍ଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ବରିଷ୍ଠ ନାଗରିକଙ୍କ ଅବସର ବିନୋଦନ, ସୁରକ୍ଷା ବ୍ୟବସ୍ଥା ହେବ। ପିଲାମାନଙ୍କୁ ପାଠପଢ଼ା ପ୍ରତି ଆକର୍ଷିତ କରିବାକୁ ଉନ୍ନତମାନର ଲାଇବ୍ରେରି, ରିଡିଙ୍ଗ୍‌ ରୁମ୍‌ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨ ଅଡିଟୋରିୟମ କରାଯିବ। ଜିଲା ସାମ୍ବାଦିକ ଭବନର ସମ୍ପ୍ରସାରଣ ହେବ। ବିଭିନ୍ନ ଅଞ୍ଚଳକୁ ଯିବା ପାଇଁ ସୂଚନା ଫଳକ ଲାଗିବ। ଜଳାଶୟଗୁଡ଼ିକୁ ପୁନରୁଦ୍ଧାର ହେବ। ଜନସାଧାରଣ ଯେପରି ଶୁଦ୍ଧ ପାନୀୟ ଜଳ ପାଇ ପାରିବେ, ସେ ନେଇ କାର୍ଯ୍ୟ ଆରମ୍ଭ କରାଯିବ। ଏଥିରେ ଅଞ୍ଚଳବାସୀ ଆବଶ୍ୟକ ସହଯୋଗ କରିବା ସହିତ ଗଠନମୂଳକ ପରାମର୍ଶ ଦେବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ଏହି ଅବସରରେ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଜୀବନୀକୁ ନେଇ ଏକ ପୁସ୍ତକ ପ୍ରକାଶନ କରିବା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରେସ୍‌ କଲୋନୀ ପାଇଁ ଜମି ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ଜିଲାରେ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିବାରୁ ଜିଲାପାଳ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଜିଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ପଟ୍ଟନାୟକ, ଜିଲା ପ୍ରେସ୍‌ କ୍ଲବ ସମ୍ପାଦକ ସତ୍ୟସ୍ବରୂପ ଦାସ, ପ୍ରଦୀପ ଦାସ, ସ୍ବର୍ଣ୍ଣପ୍ରଭା ସେଠୀ, ଅମରେନ୍ଦ୍ର ଦାସ, ଅଥୟ ସାହୁ, ଆଭାସ ବରାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିଆ, ସାମ୍ନାକୁ ଆସିଲା ପ୍ରଥମ Video

ମୁମ୍ବାଇ,୫।୩: ପୂର୍ବତନ ଭାରତୀୟ କ୍ରିକେଟର ତଥା କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ସାନିଆ ଚନ୍ଦୋକଙ୍କୁ ବହୁତ ଧୁମଧାମରେ ​​ବିବାହ କରିଛନ୍ତି ।…

ବିଜୁବାବୁଙ୍କ ନିର୍ଭୀକ ନେତୃତ୍ୱକୁ ନେଇ ନେତା କହିଲେ…

ପାଟଣା,୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୧୦ତମ ବିଜୁ ଜୟନ୍ତୀ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ସନ୍ନିକଟ କଲ୍ୟାଣମଣ୍ଡପଠାରେ ବିଜେଡି ତରଫରୁ ଗୁରୁବାର…

ନୀତୀଶଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏହି ୫ ନାମ, ଜାଣନ୍ତୁ ସେମାନେ କିଏ…

ବିହାର,୫।୩: ହୋଲି ଅବସରରେ ବିହାର ରାଜନୀତି ଜୋର ଧରିଛି। ହୋଲିରେ ହିଁ ବିହାରରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ପ୍ରାରମ୍ଭରେ ଏହା ବିଶ୍ୱାସଯୋଗ୍ୟ ନଥିଲା,…

ଦିନଦ୍ୱିପ୍ରହରରେ ଭଞ୍ଜନଗର କୋର୍ଟ ଆଗରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ଖେଳିଗଲା ଆତଙ୍କ

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ବୁଦୁଲୀର ଅଶୋକ ସାଇଁ…

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କୁ ପୁଷ୍ପମାଲ୍ୟ: ବିଜୁ ବାବୁ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହେଲା ଅଞ୍ଚଳ

ଗଞ୍ଜାମ,୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଷ୍ଟେଶନ ରୋଡ଼ ସାମନ୍ତରା ସାହି ଛକଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଏନଏସି ବିଜେଡି ପକ୍ଷରୁ…

ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦…

ଓଡ଼ିଶାରେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ପର୍କରେ ନବୀନଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୫।୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri