ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶୈବପୀଠ : ଯେଉଁଠି କଳା ପଥର ପାଲଟେ ଧଳା

ନୟାଗଡ଼ ଅଫିସ,୧୧ା୧୧: ନୟାଗଡ଼ ଜିଲା ସଦର ବ୍ଲକ ବିରୁଡ଼ା ପଞ୍ଚାୟତ ବାଘେରା ଗ୍ରାମସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ବିଜେ ମନ୍ଦିର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ରାଜାରାଜୁଡ଼ା ଅମଳରୁ ପ୍ରତିଷ୍ଠିତ ମନ୍ଦିରର ଯେଉଁଭଳି ଉନ୍ନତି ହେବା କଥା ତାହା ହୋଇନାହିଁ। ପାହାଡ଼ ଉପରେ ଥିବା ମନ୍ଦିରରେ ଧବଳେଶ୍ୱର ମହାଦେବ ପୂଜା ପାଉଛନ୍ତି। କିମ୍ବଦନ୍ତୀ ଅନୁସାରେ, ବହୁବର୍ଷ ତଳେ ଜଣେ ଗୋପାଳ ଗାଈ ଚରାଇବାକୁ ନେଉଥିବା ବେଳେ ଗାଈଟି ପ୍ରତିଦିନ ପାହାଡ଼ ଉପରକୁ ଚାଲିଯାଏ। ସନ୍ଧ୍ୟାରେ ସେ ଯେତେବେଳେ ଗାଈଠାରୁ କ୍ଷୀର ଦୁହେଁ କ୍ଷୀର ବାହାରେ ନାହିଁ। ଏହିଭଳି କିଛିଦିନ ଗଲା ପରେ ଗୋପାଳ ଜଣକ ଗାଈର ପିଛା କରି ପାହାଡ଼ ଉପରକୁ ଯାଇ ଏକ ଗଛମୂଳେ ଛପିରହିଥିଲେ। ସେଠାରେ ଥିବା ଏକ ଲିଙ୍ଗ ଉପରେ ଗାଈ ପହ୍ନାରୁ କ୍ଷୀର ବାହାରି ପଡୁଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ସେ ଗ୍ରାମବାସୀଙ୍କୁ କହିବା ପରେ ସେତେବେଳର ରାଜା ସେଠାରେ ଧବଳେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହିଦିନଠାରୁ ପାହାଡ଼ର ନାମ ଧବଳେଶ୍ୱର ରଖାଯାଇଥିଲା। ଉକ୍ତ ପାହାଡ଼ର କୌଣସି ସ୍ଥାନରେ କଳା ପଥର ନ ଥିବା ଦେଖାଯାଇଛି। ଯଦି କେହି ପାହାଡ଼ରେ କଳା ପଥର ନେଇ ରଖେ ତେବେ ପଥରଟି କିଛିଦିନ ପରେ ଧଳା ପାଲଟିଯାଏ ବୋଲି ମନ୍ଦିର କମିଟି ସଦସ୍ୟ ପ୍ରଭାତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଏଠାରେ ଭିଡ଼ ଜମେ। ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହିତ ଏଠାରେ ପଡ଼ିଥିବା ମେଳାରେ ଘରକରଣା ଜିନିଷ କିଣିବାର ମଜା ନିଅନ୍ତି। ମନ୍ଦିରରେ ଠିଆହୋଇ ତଳକୁ ଦେଖିଲେ ନିମ୍ନଭାଗର ସବୁଜ ବନାନୀ ଓ ପ୍ରାକୃତିକ ଶୋଭା ବେଶ୍‌ ମନଲୋଭା ଦୃଶ୍ୟ ହୁଏ। କେବଳ କାର୍ତ୍ତିକ ମାସ ନୁହେଁ, ବଡ଼ଓଷା, ଜାଗର ଓ ଦୋଳପୂର୍ଣ୍ଣିମାରେ ମଧ୍ୟ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଜିଲା ଓ ଜିଲା ବାହାରୁ ଶ୍ରଦ୍ଧାଳୁମାନେ ଆସି ଠାକରୁଙ୍କ ଆଶୀର୍ବାଦ ନେବା ସହିତ ପ୍ରାକୃତିକ ପରିବେଶକୁ ଉପଭୋଗ କରନ୍ତି। ମନ୍ଦିରକୁ ଯିବା ପାଇଁ ହେଲେ ୪୧୧ ପାହାଚ ଚଢ଼ିବାକୁ ପଡ଼େ। ୬୦ ଜଣ ସେବାୟତ ପରିବାର ଦ୍ୱାରା ମନ୍ଦିର ପରିଚାଳିତ। ଠାକୁରଙ୍କ ଜମିରୁ ଯାହା ଆୟ ହେଉଛି ସେଥିରେ ମନ୍ଦିରର ନୀତି କାର୍ଯ୍ୟ ସମ୍ପନ୍ନ ହେଉଛି। ଜଣେ ଭକ୍ତଙ୍କ ଦ୍ୱାରା ୨ ମାସ ତଳେ ମନ୍ଦିରର ମୁଖଶାଳା ତିଆରି ହୋଇଥିବା ବେଳେ ଅନ୍ୟଜଣେ ଭକ୍ତ ପାନୀୟ ଜଳର ବନ୍ଦୋବସ୍ତ କରିଛନ୍ତି। ପ୍ରାଚୀନ କାଳର ଏହି ମନ୍ଦିରର ଉନ୍ନତି କରିବା ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri