ପ୍ରଭାବିତ ହେବ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ

କଲମ୍ବୋ,୨୨ା୪(ପି.ଟି./ ଆଇଏଏନ୍‌ଏସ୍‌): ଶ୍ରୀଲଙ୍କାରେ ରବିବାର ଇଷ୍ଟର ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଶ୍ନଚିହ୍ନ ଲଗାଇଦେଇଛି। ଗ୍ରୀଷ୍ମ ଅବକାଶ ସମୟରେ ଶ୍ରୀଲଙ୍କାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱର ଅନେକ ଦେଶରୁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ। ହେଲେ ଏହି ଋତୁରେ ପର୍ଯ୍ୟଟନସ୍ଥଳୀ, ହୋଟେଲ ବ୍ୟବସାୟ ଓ ଟୁର୍‌ ଅପରେଟରଙ୍କ ବେପାରକୁ ସଦ୍ୟ ଆକ୍ରମଣ ପ୍ରଭାବିତ କରିବ ବୋଲି କୁହାଯାଉଛି।
ଜନଗଣନା ଅନୁସାରେ ଶ୍ରୀଲଙ୍କାର ମୋଟ ଜନସଂଖ୍ୟା ହେଉଛି ୨୨ ନିୟୁତ। ସେମାନଙ୍କ ମଧ୍ୟରୁ ୭୦% ବୌଦ୍ଧ ହୋଇଥିବାବେଳେ ୧୨.୬% ହିନ୍ଦୁ, ୯.୭% ମୁସଲମାନ ଓ ୭.୬% ହେଉଛନ୍ତି ଖ୍ରୀଷ୍ଟିୟାନ। ୨୦୧୮ରେ ଶ୍ରୀଲଙ୍କାକୁ ୨.୩ ନିୟୁତ ବିଦେଶୀ ପର୍ଯ୍ୟଟକ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪,୫୦,୦୦୦ ହେଉଛନ୍ତି ଭାରତୀୟ। ଦ୍ୱୀପରାଷ୍ଟ୍ର ପାଇଁ ଭାରତ ସବୁଠୁ ବଡ଼ ବଜାରର ଉତ୍ସ ହୋଇଥିବାରୁ ଚଳିତ ବର୍ଷ ସେଠାକୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ପର୍ଯ୍ୟଟନ ପାଇଁ ଯିବେ ବୋଲି ଶ୍ରୀଲଙ୍କା ଆଶା କରିଥିଲା। କିନ୍ତୁ ଯାତ୍ରା ଋତୁ ଆରମ୍ଭରେ ଏହି ସିରିଜ ବିସ୍ଫୋରଣ ଘଟିଥିବାରୁ ବାର୍ଷିକ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ। ଆଗାମୀ ମାସଗୁଡ଼ିକରେ ପର୍ଯ୍ୟଟନ ଶିଳ୍ପ ବହୁଳ ଭାବେ ପ୍ରଭାବିତ ହେବ ବୋଲି ସେଠାକାର କର୍ତ୍ତୃପକ୍ଷ କହିଛନ୍ତି। ଏକ ଆକଳନ ଅନୁସାରେ ପର୍ଯ୍ୟଟନ କ୍ଷେତ୍ରରୁ ୨୦୧୮ ଅକ୍ଟୋବରରେ ଶ୍ରୀଲଙ୍କା ୨୮୪ ନିୟୁତ ଡଲାର ଆୟ କରିଥିବାବେଳେ ନଭେମ୍ବରରେ ଏହା ୩୬୨.୭ ନିୟୁତ ଡଲାରକୁ ବୃଦ୍ଧି ପାଇଥିଲା। ହେଲେ ଏବେ ପର୍ଯ୍ୟଟନରେ ଅଭିବୃଦ୍ଧିର ଏହି ଧାରା ପ୍ରଭାବିତ ହେବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ରନିଲ୍‌ ଓ୍ବିକ୍ରମସିଂହେ କହିଛନ୍ତି। ସେହିପରି ୩୦ ବର୍ଷ ପରେ ପ୍ରଥମଥର ପାଇଁ ତିନୋଟି ହୋଟେଲକୁ ଏପରି ଟାର୍ଗେଟ କରାଯାଇଛି ବୋଲି ଶ୍ରୀଲଙ୍କା ଆସୋସିଏଶନ୍‌ ଅଫ୍‌ ଇନ୍‌ବାଉଣ୍ଡ ଟୁର୍‌ ଅପରେଟର୍ସ (ଏସ୍‌ଏଲ୍‌ଏଆଇଟିଓ) ଅଧ୍ୟକ୍ଷ ହରିଥ୍‌ ପେରେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ବଡ଼ ଧମକ ଦେଲେ ଟ୍ରମ୍ପ, ‘ଚାହିଁଲେ ଏକାଥରେ ସବୁ ଶେଷ….’

ଓ୍ବାଶିଂଟନ,୫ା୭: ଇରାନରେ ବର୍ତ୍ତମାନ ଏକ ସପ୍ତାହ ଶୋକ ପାଳନ କରାଯାଉଛି। ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କୁ ଜୁଲାଇ ୪ରୁ ଜୁଲାଇ ୯  ପର୍ଯ୍ୟନ୍ତ ଶେଷ ବିଦାୟ ଦିଆଯାଉଛି…

Ali Khamenei Funeral: ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହିତ ତାଙ୍କ ୧୪ ମାସର ନାତୁଣୀଙ୍କୁ ଦିଆଯିବ ଶେଷ ବିଦାୟ; ସର୍ବୋଚ୍ଚ ନେତାଙ୍କ ପାଖରେ ରଖାଯାଇଛି ପରିବାର କଫିନ

ତେହରାନ,୪।୭: ଶୁକ୍ରବାର (ଜୁଲାଇ 3, 2026), ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ହଜାର ହଜାର ଲୋକ ଇରାନର ରାଜଧାନୀ ତେହରାନରେ…

ଆତଙ୍କବାଦ ଉପରେ ଭାରତର କଡ଼ା ପ୍ରହାର, ଚମକିପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ…

ଦ୍ୱିଗୁଣ ହେଲା ବୁକର୍‌ ବିଜେତାଙ୍କ ପୁରସ୍କାର ରାଶି

ଲଣ୍ଡନ, ୪ା୭:ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଆରାଘଚିଙ୍କ ସହ ଗାଲିବାଫଙ୍କୁ ହତ୍ୟା କରିବାକୁ ଚାହୁଁଛି ଇସ୍ରାଏଲ! ହତ୍ୟା ଷଡ଼ଯନ୍ତ୍ରର…

ଜେରୁଜେଲମ,୩।୭: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ…

ଭୂକମ୍ପ ଭଗ୍ନାବଶେଷ ଭିତରୁ ୭ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାରକାସ୍‌,୩।୭: ଭେନେଜୁଏଲାରେ ଦୁଇଟି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ବଞ୍ଚିବାର ଏକ ଉଲ୍ଲେଖନୀୟ କାହାଣୀ ସାମ୍ନାକୁ ଆସିଛି। ପ୍ରାୟ ୭ ଦିନ ଧରି ଏକ ଶପିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri