ଅନୁଗୋଳ ଅଫିସ, ୧।୫ – ରାଜ୍ୟ ଓ ଜିଲା ବାହାରୁ ଅନୁଗୋଳ ଜିଲାକୁ ଆସିବାକୁ ଥିବା ପ୍ରବାସୀମାନଙ୍କୁ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ସେମାନଙ୍କ ମଧ୍ୟରୁ ଯେଉଁମାନେ ସରକାରୀ କ୍ବାରାଣ୍ଟାଇନ୍ ସେଣ୍ଟରରେ ନ ରହିବେ ସେମାନଙ୍କ ପାଇଁ ହୋଟେଲରେ ସଙ୍ଗରୋଧ ବ୍ୟବସ୍ଥା କରାଯାଉଛି। ଅନୁଗୋଳ ସହରରେ ଥିବା ହୋଟେଲ ଗୁଡ଼ିକକୁ ଏଥିପାଇଁ ପୌରପାଳିକା ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଛି। ବୁଝାଯାଇଥିବା ଦୁଇଟି ହୋଟେଲ ମଧ୍ୟରୁ ଗୋଟିଏର ବେଡ୍ ପିଛା ଦର ୭ଶହ ଓ ଅନ୍ୟଟିର ୮ଶହ ରହିଛି। ହୋଟେଲରେ ସଙ୍ଗରୋଧରେ ରହିବାକୁ ଇଚ୍ଛୁକ ବ୍ୟକ୍ତିମାନେ ଖାଦ୍ୟପେୟ ବାବଦକୁ ଅଲଗା ଟଙ୍କା ଭରଣ କରିବେ। ଶିମିଳିପଡ଼ାରେ ଥିବା ଏକ ହୋଟେଲରେ ୪୦ଟି ବେଡ୍ ଥିବାବେଳେ ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟସ୍ଥ ହୋଟେଲରେ ୬୦ଟି ବେଡ୍ ରହିଛି ବୋଲି ନିର୍ବାହୀ ଅଧିକାରୀ ବିନୋଦଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ତେବେ ଜିଲାପାଳଙ୍କ ଅନୁମୋଦନ ପରେ ଉକ୍ତ ଦୁଇଟି ହୋଟେଲକୁ ସଙ୍ଗରୋଧ ଗୃହ ଭାବେ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ୩ଶହ ଲୋକ ରହିବା ପାଇଁ କ୍ବାରାଣ୍ଟାଇନ୍ ସେଣ୍ଟର କରାଯାଇଛି। ସେଠାରେ ରହିଲେ ପ୍ରଶାସନ ସମସ୍ତ ବ୍ୟବସ୍ଥା ବୁଝିବ ବୋଲି ପୌର ନିର୍ବାହୀ ଅଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All
‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’
ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…
ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…
ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…
ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…
କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…
ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ
ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…
କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ
ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ…
ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ
ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ…
ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି
କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…
ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି
ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ…
Archives

