‘ପ୍ରଦୀପ୍ତଙ୍କୁ ମିଥ୍ୟା ମକଦ୍ଦମାରେ ଫସାଯାଇଛି’

ପୁରୀ ଅଫିସ,୭ା୩: ପାରା ଗୁଳିକାଣ୍ଡରେ ମାଟିଆପଡ଼ା ସିଦ୍ଧମହାବୀର ରେଲୱେ ଓଭରବ୍ରିଜ କ୍ଷତିଗ୍ରସ୍ତ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଜେଡି କାଉନସିଲର ପ୍ରଦୀପ୍ତ କୁମାର ନାୟକଙ୍କୁ ମିଥ୍ୟାରେ ଫସାଇ ଦିଆଯାଇଛି ବୋଲି କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର ରେଲ ଫାଟକ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରେ କମିଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ଅଭିଯୋଗ କରାଯାଇଛି। ମାଟିଆପଡା ରେଳ ଓଭରବ୍ରିଜ ନିର୍ମାଣ ହେଲେ ଶତାଧିକ ପରିବାର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଉଠାଦୋକାନୀ ପ୍ରଭାବିତ ହେବେ। ତେଣୁ ପ୍ରଦୀପ୍ତଙ୍କ ନେତୃତ୍ୱରେ ଏନେଇ ବିସ୍ଥାପିତ ହେବାକୁ ଥିବା ପରିବାର ଓ ବ୍ୟବସାୟୀ ଏହାର ତୀବ୍ର ବିରୋଧ କରିଥିଲେ। ବିସ୍ଥାପିତଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆନ୍ଦେଳନ କରାଯିବ ବୋଲି ପ୍ରଦୀପ୍ତ ଜିଲା ପ୍ରଶାସନକୁ ଚେତାବନୀ ଦେଇଥିଲେ। ରେଳ ଓଭରବ୍ରିଜ ମାଟିଆପଡ଼ା ପରିବର୍ତ୍ତେ ହୁଳିହୁଳିଆ ପୋଲ ଅଥବା ଏନ୍‌ସିସି ଗେଟ୍‌ ଦେଇ ନିର୍ମାଣ ଲାଗି ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ହେଲେ ଆନ୍ଦୋଳନକୁ ପ୍ରତିହତ ଲାଗି ପ୍ରଶାସନ ପକ୍ଷରୁ ତାଙ୍କୁ ଜାଣିଶୁଣି ମିଥ୍ୟା ମକଦ୍ଦମାରେ ଫସାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ମୁକ୍ତ କରା ନ ଗଲେ ଜନଆନ୍ଦୋଳନ ବ୍ୟାପକ କରାଯିବ ବୋଲି କମିଟି କର୍ମକର୍ତ୍ତାମାନେ କହିଛନ୍ତି। ଖବରଦାତା ସମ୍ମିଳନୀରେ କମିଟି ସଭାପତି ରାମଚନ୍ଦ୍ର ମୁଦୁଲି, ସମ୍ପାଦକ ଶତ୍ରୁଘ୍ନ ବଳିଆରସିଂ, ପ୍ରଭୁରଞ୍ଜନ ମହାନ୍ତି, ବିଜୟ କୁମାର ପଟ୍ଟନାୟକ, ବିଭୂତି ଭୂଷଣ ସେଠୀ, ତପନ ମହାନ୍ତି, ସୁରେଶ କୁମାର ମହାପାତ୍ର, ବିଜୟ ଦାସ, ରବୀନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବହୁଚର୍ଚ୍ଚିତ ସଞ୍ଜୟ ବେହେରା ଓରଫ ପାରା ଗୁଳିକାଣ୍ଡରେ ଗୁରୁବାର କୁମ୍ଭାରପଡା ପୋଲିସ ପ୍ରଦୀପ୍ତଙ୍କୁ ଗିରଫ କରିଥିଲା। ୨୦୧୮ ଡିସେମ୍ବର ୧୨ରେ ପାରା ଗୁଳିକାଣ୍ଡରେ ତାଙ୍କ ସମ୍ପୃକ୍ତି ନେଇ ଅଭିଯୋଗରେ ଦର୍ଶାଯାଇଥିଲା। ତଥ୍ୟ ପ୍ରମାଣକୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି। ଏସ୍‌ପି ଉମାଶଙ୍କର ଦାଶ କମିଟିର ଅଭିଯୋଗକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri