Posted inଫୁରସତ

ପ୍ରଥମ ବେତନରେ ବୃକ୍ଷରୋପଣ କରିଥିଲି: ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି

ଆଇନଜୀବୀ, ସମାଜସେବୀ ତଥା ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଖୋର୍ଦ୍ଧା ଜିଲା ଟାଙ୍ଗିଆପଡ଼ା ଗ୍ରାମପଞ୍ଚାୟତ ଅଧୀନ ଅରାଙ୍ଗ ଗଁାରେ ମୋର ଜନ୍ମ। ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ଏକାଦଶ ଶ୍ରେଣୀ ପାସ୍‌ କରିବା ପରେ ପ୍ରାଣନାଥ କଲେଜରେ ଆଇ.ଏସ୍‌ସି. ଓ ବି.ଏସ୍‌ସି. ପଢ଼ିଥିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ଏମ୍‌.ଏ. କଲି। ଏମ୍‌.ଏ. ସରିବା ପରେ ଗଁା ପାଖ ଏକ ଘରୋଇ ବିଦ୍ୟାଳୟରେ ମାତ୍ର ୧୦୦୦ ଟଙ୍କା ବେତନରେ ଶିକ୍ଷକତା ଜୀବନ ଆରମ୍ଭ କଲି। ପ୍ରଥମ ମାସ ଦରମା ପାଇ ତିଗିରିଆ ଉଚ୍ଚ ବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟରେ ଖର୍ଚ୍ଚ କରିଥିଲି। ପାଖାପାଖି ୧୦ ବର୍ଷ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ପିଲାଙ୍କୁ ଟ୍ୟୁସନ ବି କରୁଥିଲି। ଅବଶ୍ୟ ତା’ ଭିତରେ ମୁଁ ରାଜଧାନୀ କଲେଜରୁ ଏଲ୍‌ଏଲ୍‌ବି ପାସ୍‌ କରିସାରିଥିଲି। ତେଣୁ ୧୦ ବର୍ଷ ପରେ ଶିକ୍ଷକତା ଛାଡ଼ି ଖୋର୍ଦ୍ଧା କୋର୍ଟରେ ଆଇନଜୀବୀ ଭାବେ କ୍ୟାରିୟର୍‌ ଗଢ଼ିବାକୁ ଲାଗିଲି। ଏବେ ବି ମୁଁ ସେହି ବୃତ୍ତିରେ ଅଛି। ତା’ଛଡ଼ା ଅନେକ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି। ୧୯୯୪ ମସିହାରେ ଗଢ଼ି ଉଠିଥିବା ସ୍ବେଚ୍ଛାସେବୀ ସଂଗଠନ ‘ନ୍ୟୁ ଥିଙ୍କିଙ୍ଗ୍‌ ଫୋରମ୍‌’ର ମୁଁ ହେଉଛି ସଭାପତି। ଏହି ଫୋରମ୍‌ ତରଫରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାମାଜିକ ତଥା ସାଂସ୍କୃତିକ କାମସବୁ କରାଯାଇଥାଏ। ଯେମିତିକି: ୧). ପ୍ରତି ବିଧାନସଭା ନିର୍ବାଚନ ସମୟରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରାଇ ଖୋଲାମଞ୍ଚର ଆୟୋଜନ କରିଥାଏ। ୨). ୧୯୯୯ରେ ଏକ ସ୍ବର୍ଣ୍ଣ ଉତ୍ସବ କରି ଏକାଧିକ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୩). ଓଡ଼ିଶାରେ ସାଂସ୍କୃତିକ ଜାଗରଣ ଆଣିବା ପାଇଁ ୨୦୦୦ ମସିହାରୁ ପ୍ରତିବର୍ଷ ଖୋର୍ଦ୍ଧା ମହୋତ୍ସବ ଅନୁଷ୍ଠିତ କରାଯାଉଛି। ୪). ଖୋର୍ଦ୍ଧା ମହୋତ୍ସବ ପରେ ପରେ ଭୁବନେଶ୍ୱର ମହୋତ୍ସବ, ବୋଲଗଡ଼ ମହୋତ୍ସବ, ବାଣପୁର ମହୋତ୍ସବ କରିବାରେ ବି ଏହି ଫୋରମ୍‌ ତରଫରୁ ଅନେକ ସହଯୋଗ ଯୋଗାଇ ଦିଆଯାଇଥିଲା। ୫). ୨୦୧୨ ମସିହାରୁ ଉକ୍ତ ଫୋରମ୍‌ ଆନୁକୂଲ୍ୟରେ ମୁଁ ଖୋର୍ଦ୍ଧା ପୁସ୍ତକ ମେଳାର ସମ୍ପାଦକ ଥାଇ ଖୋର୍ଦ୍ଧା ଜିଲା ପୁସ୍ତକ ମେଳାର ଶୁଭାରମ୍ଭ କରିଥିଲି। ୬). ରାଜ୍ୟସ୍ତରୀୟ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୧୭-୧୮ରେ ଖୋର୍ଦ୍ଧାରେ ଏକ ପୂର୍ତ୍ତି ଉତ୍ସବର ଆୟୋଜନ କରାଯାଇ ପ୍ରାୟ ଦେଢ଼ଶହରୁ ଊର୍ଦ୍ଧ୍ୱ ପାଇକ ଗୁରୁ, ଦଳେଇ, ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଉକ୍ତ ଫୋରମ୍‌ ତରଫରୁ ଏ ସମସ୍ତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାହାଯ୍ୟ ସହଯୋଗ କରିବା ସହ ଖୋର୍ଦ୍ଧା ଜିଲା ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଉତ୍ସବର ସମ୍ପାଦକ ଦାୟିତ୍ୱ ବି ମୋତେ ଦିଆଯାଇଥିଲା। ତା’ଛଡ଼ା ଏବେ ମୁଁ ମା’ ଅଁଳେଇ ପାଇକ ଆଖଡ଼ା ସଂଘର ସଭାପତି ଦାୟିତ୍ୱ ତୁଲାଇ ଓଡ଼ିଶାର ଲୁପ୍ତପ୍ରାୟ ପାଇକ ଆଖଡ଼ାକୁ ସମଗ୍ର ଭାରତ ବର୍ଷରେ ପରିଚିତ କରାଇବାରେ ସଫଳ ହୋଇପାରିଛି। ଏହାବାଦ୍‌ ଭାରତର ଶେଷ ସ୍ବାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ମୋ ପ୍ରୟାସ ଜାରି ରହିଛି। ସେହିପରି ଖୋର୍ଦ୍ଧାରେ ଏକ ପାଇକ ଭବନ, ପାଇକ ଏକାଡେମୀ ଏବଂ ପଲାମୌଜାଠାରେ ନୂତନ ବସ୍‌ଷ୍ଟାଣ୍ଡ ତିଆରି କରିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନା ବି କରିଛି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହଯୋଗରେ ଐତିହାସିକ ବରୁଣେଇ ପାହାଡ଼ର ଶୀର୍ଷ ଭାଗରେ ଥିବା ସୀତାକୁଣ୍ଡର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ସହ ପାହାଡ଼ ଉପରକୁ ଯିବା ପାଇଁ ପାହାଚ ତିଆରି କରାଇବାରେ ଏବଂ ବରୁଣେଇ ମନ୍ଦିରଠାରୁ ଖୋର୍ଦ୍ଧାଗଡ଼ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ସଂଯୋଗ କରିବାରେ ମଧ୍ୟ ସଫଳ ହୋଇଛି। କହିବାକୁ ଗଲେ ଖୋର୍ଦ୍ଧାକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତନ କରିବା ହେଉଛି ମୋର ତଥା ‘ନ୍ୟୁ ଥିଙ୍କିଙ୍ଗ୍‌ ଫୋରମ୍‌’ର ଏକ ବଡ଼ ସ୍ବପ୍ନ। ଏହାଛଡ଼ା ସମୟ ମିଳିଲେ ପ୍ରବନ୍ଧ ଲେଖେ। ୟା’ ଭିତରେ ପ୍ରାୟ ୩/୪ଟି ସଂସ୍କାରଧର୍ମୀ ପ୍ରବନ୍ଧ ବି ମୋର ପ୍ରକାଶ ପାଇ ସାରିଲାଣି।

– ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri