Posted inକଟକ

ପ୍ରଥମ ଦିନରେ ୧୭୪୨ ଲିଟର ବିକ୍ରି

କଟକ ଅଫିସ,୨୫।୫-ନାନା ବାଦ ବିବାଦ ଭିତରେ ପ୍ରାୟ ଦୁଇ ମାସ ପରେ କଟକ ଜିଲାରେ ସୋମବାରଠାରୁ ମଦ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୧୭୪୨ ଲିଟର ମଦ ବିକାଯାଇଛି। ଜିଲା ଅବକାରୀ ବିଭାଗ ସୂଚନା ଅନୁଯାୟୀ, ଜିଲାରେ ୩୬ଟି ଅନ୍‌ସପ୍‌ ରହିଛି। ସେଥିରୁ ୩ଟି ଦୋକାନ ହୋମ୍‌ ଡେଲିଭରିରେ ସାମିଲ୍‌ ହୋଇଛନ୍ତି। ଏହି ଦୋକାନଗୁଡ଼ିକ ପ୍ରଥମ ଦିନରେ ୧୧୧ଟି ଅର୍ଡର ପାଇଛନ୍ତି। ସେମାନେ ୨୯.୩୭୫ ଲିଟର ବିଦେଶୀ ମଦ ଏବଂ ୪୨.୨୫୦ ଲିଟର ବିୟର ବିକିଛନ୍ତି। ସେହିପରି ଜିଲାରେ ୧୦୮ଟି ଅଫ୍‌ସପ୍‌ ଥିବାବେଳେ ସେଥିରୁ ୧୫ଟି ଦୋକାନ ହୋମ୍‌ ଡେଲିଭରିରେ ସାମିଲ ହୋଇଥିଲେ। ସେମାନେ ପାଇଥିବା ୭୨୫ଟି ଅର୍ଡରରେ ୧୦୬୮.୭୮୮ ଲିଟର ବିଦେଶୀ ମଦ ଓ ୬୦୨.୧୦୦ ଲିଟର ବିୟର ବିକ୍ରି କରିଛନ୍ତି।
ଭୁବନେଶ୍ୱର ପରି କଟକରେ ମଧ୍ୟ କାଉଣ୍ଟର ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼ ସହ ମଦ ବିକ୍ରି ହୋଇଛି। ଦୋକାନୀମାନେ କେବଳ ଫୋନ୍‌ରେ ଅର୍ଡର ନେଇ ଗ୍ରାହକଙ୍କ ଘରେ ମଦ ପହଞ୍ଚାଇବା ପାଇଁ ଯେଉଁ ନିର୍ଦ୍ଦେଶ ରହିଥିଲା, ତାହାକୁ ଦୋକାନୀ କିମ୍ବା ଗ୍ରାହକ କେହି ମାନିନାହାନ୍ତି। ସକାଳ ୭ ପୂର୍ବରୁ ଦୋକାନ ସମ୍ମୁଖରେ ଅସମ୍ଭାଳ ଭିଡ଼ ଲାଗିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାରେ ପୋଲିସ ମଧ୍ୟ ନାକେଦମ୍‌ ହେଲା। ଗ୍ରାହକମାନେ ଅନ୍‌ଲାଇନ୍‌ରେ ମଗେଇବା ପରିବର୍ତ୍ତେ ସିଧାସଳଖ କାଉଣ୍ଟରରୁ ମଦ କିଣିଥିଲେ। ଯେଉଁ ଦୋକାନୀମାନେ ମନା କଲେ, ସେଠାରେ କର୍ମଚାରୀଙ୍କୁ ଧମକ ଦିଆଗଲା। ସାମାଜିକ ଦୂରତାକୁ କେହି ମାନିଲେନି। ଆଉ କେତେକ ଜାଗାରେ ଗ୍ରାହକମାନେ ଦୋକାନ ସମ୍ମୁଖକୁ ଯାଇ ଫୋନ୍‌ରେ ଅର୍ଡର ଦେଉଥିଲେ। ଦୋକାନ ପାଖରେ ଅପେକ୍ଷା କରି କର୍ମଚାରୀଙ୍କଠାରୁ ମଦ ସଂଗ୍ରହ କରୁଥିଲେ। ବାଦାମବାଡ଼ି ଅଞ୍ଚଳର ଏକ ଦୋକାନରେ ଏଭଳି ବେଆଇନ୍‌ ଭାବେ ମଦ ବିକ୍ରି ହେଉଥିବା ଖବର ଡିସିପିଙ୍କ ପାଖରେ ପହଞ୍ଚତ୍ଥିଲା। ଘଟଣାର ତଦନ୍ତ ପାଇଁ ବାଦାମବାଡ଼ି ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri