Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: କେସିଙ୍ଗା ବ୍ଲକ୍‌ ବିଡିଓ ଭୀମସେନ ଶବର

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ବିଡିଓ ଭୀମସେନ ଶବର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ରାୟଗଡ଼ା ଜିଲା ଗୁଣୁପୁର ସବ୍‌ଡିଭିଜନ ଅନ୍ତର୍ଗତ ରାମନାଗୁଡ଼ା ବ୍ଲକର ବଂଶଧାରା ନଦୀକୂଳେ ଅବସ୍ଥିତ ଅନ୍ତରଝୋଲା ଗାଁରେ ମୋ ଜନ୍ମ। ଗାଁ ପ୍ରାଥମିକ ବିଦ୍ୟାଳୟରୁ ୩ୟ ଶ୍ରେଣୀ ପାସ୍‌ କରିବା ପରେ କୈଳାସପୁର ଓ କୁଜେନ୍ଦ୍ରିସ୍ଥିତ ଆଦିବାସୀ ଆବାସିକ ବିଦ୍ୟାଳୟରେ ମ୍ୟାଟ୍ରିକ୍‌ ପର୍ଯ୍ୟନ୍ତ ପଢିଥିଲି। ତା’ ପରେ ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପଢି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇକୋନୋମିକ୍ସରେ ପିଜି କଲି। ପିଜି ପଢା ଚାଲିଥିବା ସମୟରେ ହିଁ ଓଡିଶା ପ୍ରଶାସନିକ ସେବାରେ ଚାକିରି ପାଇଗଲି। ୧୯୮୯ ଅକ୍ଟୋବର ୩ ତାରିଖରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ସ୍ପେଶାଲ୍‌ ଅଫିସର୍‌ ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା। ହେଲେ ଦୁର୍ଭାଗ୍ୟ ଚାକିରିର ପ୍ରଥମ ଦରମା ପାଇଲା ବେଳକୁ ବାପାଙ୍କର ଅକାଳ ବିୟୋଗ ହୋଇସାରିଥିଲା। ତେଣୁ ମା’ ହାତରେ ଯେବେ ମୁଁ ମୋ ଦରମା ଟଙ୍କା ନେଇ ଦେଲି, ସେ ବହୁତ କାନ୍ଦିଥିଲା। ସମ୍ବଲପୁରରେ ପ୍ରାୟ ୨ବର୍ଷ କାମ କରିବା ପରେ ମାଲକାନାଗିରି ଜିଲାର ମୋଟୁ ତହସିଲ୍‌ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲ୍‌ଦାର ପଦବୀରେ ଯୋଗ ଦେଇଥିଲି। ଏହାପରେ ୧୯୯୮ ମସିହାରେ କୋରୁକୁଣ୍ଡା ବ୍ଲକର ବିଡିଓ ଭାବେ ପ୍ରାୟ ୪ ବର୍ଷ ଦାୟିତ୍ୱ ତୁଲାଇବା ପରେ ମାଥିଲିର ବିଡିଓ ହୋଇଥିଲି। ଏଠାରେ ବି କିଛିଦିନ କାମ କରିବା ପରେ ପ୍ରାୟ ୨ବର୍ଷ କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର ବିଡିଓ ଦାୟିତ୍ୱ ତୁଲାଇଥିଲି। ତା’ପରେ ପୁଣି ୨ ବର୍ଷ ବରଗଡ଼ରେ ରେଭିନ୍ୟୁ ଅଫିସର୍‌ ଭାବେ କାମ କରି ଗୁଣୁପୁର ଆଇଡିଟିଏରେ ସ୍ପେଶାଲ୍‌ ଅଫିସର୍‌ ଭାବେ ଯୋଗ ଦେଇଥିଲି। କିଛିଦିନ ପରେ କୋରାପୁଟର ଲକ୍ଷ୍ମୀପୁର ବ୍ଲକକୁ ତହସିଲଦାର୍‌ ଭାବେ ବଦଳି ହୋଇ ଯାଇଥିଲି। ସେଠାରେ ପାଖାପାଖି ୬ ବର୍ଷ ରହି ଅନେକ ଗରିବ ଲୋକଙ୍କ ଜମିପଟା, ଘରଡିହ, ମ୍ୟୁଟେଶନ୍‌ ପ୍ରଭୃତି କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲି। କାରଣ ମୁଁ ଗୋଟିଏ ଗରିବ ପରିବାରରୁ ଗାଈ ଚରାଇ ଝାଟିମାଟି ଘରେ ଜୀବନ ବିତାଇ ଆସିଥିଲି। ଲକ୍ଷ୍ମୀପୁର ପରେ ପୁଣି ୪ ବର୍ଷ ନବରଙ୍ଗପୁର ଜିଲାର କୋସାଗୁମୁଡ଼ା ବ୍ଲକରେ ବିଡିଓ ଭାବେ ଦାୟିତ୍ୱ ତୁଲାଇଥିଲି। ଆଉ ଗତ ବର୍ଷେ ହେବ କଳହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ବିଡିଓ ଭାବେ ମୁଁ କାର୍ଯ୍ୟ କରୁଅଛି। ଚାକିରି କରିବା ମୋର ୟା’ ଭିତରେ ୩୦ ବର୍ଷ ଅତିବାହିତ ହୋଇଗଲାଣି। ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥିବାରୁ ଦକ୍ଷ ପ୍ରଶାସକ ଭାବେ ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମୋତେ ପୁରସ୍କୃତ କରିଥିଲେ। ଅନ୍ୟପକ୍ଷେ ୨୦୧୧ ମସିହାରେ ନିର୍ଭୁଲ ଭାବରେ ଜନଗଣନା କରିଥିବାରୁ ମୁଁ ମେଡାଲ୍‌ ବି ପାଇଥିଲି। ତେବେ ପ୍ରଶାସନିକ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ସହ ମଝିରେ ମଝିରେ ସମୟ ବାହାରକରି ମୁଁ ସ୍କୁଲ୍‌, କଲେଜ ପରିଦର୍ଶନରେ ଯାଇ ଛାତ୍ରୀଛାତ୍ରଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବିଜ୍ଞାନ, ଅର୍ଥନୀତି ଆଦି ବିଷୟରେ ଶିକ୍ଷାଦାନ କରିଥାଏ। ସେହିପରି ଯେ କୌଣସି ସମସ୍ୟା ନେଇ ଲୋକମାନେ ମୋ ପାଖକୁ ଆସିଲେ ସେମାନଙ୍କର ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ମୁଁ ସର୍ବଦା ଚେଷ୍ଟାରତ ଥାଏ। ଏପରି କି ଛୁଟିଦିନରେ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ରାସ୍ତାଘାଟ, ଗରିବ ଲୋକଙ୍କ ସମସ୍ୟା ଦେଖି ତାକୁ ସମାଧାନ କରିବାକୁ ତତ୍ପର ହୋଇଥାଏ। ବିପନ୍ନ ଲୋକଙ୍କର ଦୁଃଖ ଦେଖି ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରେ। ପ୍ରତି ମାସରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ୨୬ଟି ଗ୍ରାମ ପଞ୍ଚାୟତର ୧୧୦ ଖଣ୍ଡ ଗାଁକୁ ପରିଦର୍ଶନରେ ଯାଇ ଲୋକଙ୍କର ସମସ୍ୟା ବୁଝିବାକୁ ମୁଁ ସବୁବେଳେ ଚେଷ୍ଟା କରିଥାଏ। ଚଳିତ ମାସ ୩ ତାରିଖରେ କର୍ମକ୍ଷେତ୍ରରେ ମୋର ୩୦ ବର୍ଷ ପଦାର୍ପଣ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି। ଆଉ ଅବସର ଗ୍ରହଣ ପରେ ବି ଏମିତି ଲୋକଙ୍କ ସେବା କରିବାକୁ ଦୃଢସଂକଳ୍ପ ମଧ୍ୟ ନେଇସାରିଛି। କାରଣ ସେବାରେ ଯେଉଁ ଆନନ୍ଦ ଓ ତୃପ୍ତି ମିଳେ ତାହା ଆଉ କେଉଁଥିରେ ମିଳେନା ବୋଲି ମୋର ବିଶ୍ୱାସ ରହିଛି।
-ତୁମେଶ୍ୱର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri