Posted inଖେଳ

ପ୍ରଥମ ଟି୨୦: ଭାରତ ୪ ଉଇକେଟରେ ବିଜୟୀ

ଲଡରହିଲ,୪।୮(ପି.ଟି.)- ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛି। ସ୍ଥାନୀୟ ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମର ଟର୍ଫ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଲୋ-ସ୍କୋରିଂ ପ୍ରଥମ ଟି୨୦ ମ୍ୟାଚ୍‌ରେ ୧୬ ବଲ ବାକି ରଖି ୪ ଉଇକେଟରେ ବିଜୟୀ ହୋଇଛି। ଏଥି ସହିତ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଟସ୍‌ ଜିତି ଭାରତ ଓ୍ବେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ୍‌ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୯୫ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୧୭.୨ ଓଭରରେ ୬ ଉଇକେଟ ବିନିମୟରେ ୯୮ ରନ କରି ବିଜୟୀ ହୋଇଛି।
୯୬ ରନ ଛୋଟିଆ ଟାର୍ଗେଟର ପିଛା କରି ଭାରତ ମଧ୍ୟ ଅନୁରୂପ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲେ ମଧ୍ୟ ବିଜୟୀ ହୋଇଥିଲା। ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରିଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନ ୧ ରନ କରି ସେଲଡ୍ରନ କଟ୍ରେଲଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ତାରକା ଓପନର ରୋହିତ ଶର୍ମା ୨ଟି ଲେଖାଏ ଚୌକା ଓ ଛକା ସହ ୨୫ ବଲରୁ ୨୪ ରନ କରି ସୁନୀଲ ନାରିନଙ୍କ ବଲ୍‌ ଲଙ୍ଗଅନ୍‌ରେ କିରନ ପୋଲାର୍ଡଙ୍କୁ କ୍ୟାଚ୍‌ ଦେଇଥିଲେ। ଏହା ପର ବଲ୍‌ରେ ରିଷଭ ପନ୍ତ ଖାତା ଖୋଲିବା ପୂର୍ବରୁ ଡିପ୍‌ ସ୍କୋୟାରରେ କଟ୍ରେଲଙ୍କୁ କ୍ୟାଚ୍‌ ଦେଇ ନାରିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ମନୀଷ ପାଣ୍ଡେ ୧୯ ଓ କ୍ରୁନାଲ ପାଣ୍ଡ୍ୟା ୧୨ ରନ କରି କିମୋ ପଲ୍‌ଙ୍କ ଦ୍ୱାର କ୍ଲିନ୍‌ ବୋଲ୍ଡ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୧୦ ଓ ଓ୍ବାଶିଂଟନ ସୁନ୍ଦର ଛକା ମାରି ୮ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କଟ୍ରେଲ, ନାରିନ ଓ ପଲ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ର ଦୁଇଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁବାରେ ସକ୍ଷମ ହୋଇଥିଲେ। ଦଳର ୪ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। କିରନ ପୋଲାର୍ଡ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ସେ ୪୯ ଟି ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ୪ ଛକା ମାରିଥିଲେ। ତେବେ ଟି୨୦ ପଦାର୍ପଣ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନିଙ୍କ ଏକ ସିଧା ଫୁଲଲେନ୍ଥ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ବଲ ତାଙ୍କ ଡାହାଣ ଥାଇରେ ବାଜିଥିଲା। ଅମ୍ପାୟାର ଆଉଟ ନ ଦେବାରୁ କୋହଲି ରିଭ୍ୟୁ ନେଇଥିଲେ। ଶେଷରେ ସେ ଆଉଟ ଘୋଷିତ ହୋଇଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ୧୬ଟି ବଲର ସମ୍ମୁଖୀନ ହୋଇ ଗୋଟିଏ ଚୌକା ଓ ୨ଟି ଛକା ସହ ୨୦ ରନ କରିଥିବା ବେଳେ ସଇନିଙ୍କ ବଲ୍‌କୁ ଖେଳିବାକୁ ଯାଇ ବିଟ୍‌ ହୋଇଥିଲେ। ବଲ୍‌ ବ୍ୟାଟ୍‌ର ଟପ୍‌ ଏଜ୍‌ ନେଇଥିଲା ଓ ଉଇକେଟକିପର ରିଷଭ ପନ୍ତ ତାଙ୍କ କ୍ୟାଚ୍‌ ନେଇଥିଲେ। ଓପନର ଜନ୍‌ କ୍ୟାମ୍ପବେଲ, ଏଭିନ ଲୁଇସ୍‌ ଖାତା ଖୋଲିବା ପୂର୍ବରୁ ଯଥାକ୍ରମେ ଓ୍ବାଶିଂଟନ ସୁନ୍ଦର ଓ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ସିମରନ ହେଟମେୟର ମଧ୍ୟ କୌଣସି ରନ୍‌ ନ କରି ସଇନିଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ରୋଭମନ ପାଓ୍ବେଲ ୪ ରନ କରି ଖଲିଲ ଅହମ୍ମଦଙ୍କ ବଲ୍‌ରେ ପନ୍ତଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟ୍‌ ୯ ରନ କରି କ୍ରୁନାଲ ପାଣ୍ଡ୍ୟାଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ସୁନୀଲ ନାରିନ ୨ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଖଲିଲ ଅହମ୍ମଦଙ୍କୁ କ୍ୟାଚ୍‌ ଦେଇଥିଲେ। କିମୋ ପଲ ୩ ରନ କରି କଭରରେ କୋହଲିଙ୍କୁ କ୍ୟାଚ୍‌ ଦେଇ ଭୁବନେଶ୍ୱରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସେଲଡ୍ରନ କଟ୍ରେଲ ଓ ଓଶେନ ଥୋମାସ ବିନା ସ୍କୋରରେ ଅପରାଜିତ ଥିଲେ। ବୋଲିଂରେ ଭାରତ ତରଫରୁ ସଇନି ସର୍ବାଧିକ ୩, ଭୁବନେଶ୍ୱର ୨, ସୁନ୍ଦର, ଅହମ୍ମଦ, କ୍ରୁନାଲ ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପଦାର୍ପଣରେ ସଇନିଙ୍କ ଚମକ
ଟି୨୦ ପଦାର୍ପଣରେ ସଇନି ତାଙ୍କ ପ୍ରଥମ ଓଭରରେ ୨ ଉଇକେଟ ନେଇ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଭାରତ ପାଇଁ ଦ୍ୱିତୀୟ ବୋଲରଭାବେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ୨୦୦୯ରେ ଟ୍ରେଣ୍ଟବ୍ରିଜ୍‌ରେ ବାଂଲାଦେଶ ବିପକ୍ଷରେ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ପଦାର୍ପଣ କରି ତାଙ୍କ ପ୍ରଥମ ଓଭରରେ ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ପଞ୍ଚମ ଓଭରରେ ବୋଲିଂ କରିବାକୁ ଆସି ସଇନି ଚତୁର୍ଥ ଓ ପଞ୍ଚମ ବଲ୍‌ରେ ପୁରନ ଓ ହେଟମେୟରଙ୍କୁ ଆଉଟ କରିଥିଲେ। ତେବେ ସେ ହ୍ୟାଟ୍ରିକ ନେବାରେ ବିଫଳ ହୋଇଥିଲେ। ଅନ୍ତିମ ଓଭରରେ ସଇନି କୌଣସି ରନ୍‌ ନ ଦେଇ ମେଡେନ ନେବା ସହ ପୋଲାର୍ଡଙ୍କୁ ଆଉଟ କରିଥିଲେ। ୪ ଓଭର ବୋଲିଂ କରି ସେ ୧୭ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୯୫/୯
(ପୋଲାର୍ଡ- ୪୯, ପୁରନ- ୨୦, ସଇନି- ୩/୧୭, ଭୁବନେଶ୍ୱର- ୨/୧୯)।
ଭାରତ ୧୭.୨ ଓଭରରେ ୯୮/୬
(ରୋହିତ- ୨୪, କୋହଲି- ୧୯, ମନୀଷ- ୧୯, କ୍ରୁନାଲ- ୧୨, ଜାଡେଜା- ୧୦*, କଟ୍ରେଲ-୨/୨୦, ନାରିନ- ୨/୧୪, ପଲ- ୨/୨୩)


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?